
ଜୟପୁର, ୯।୬ ଜୟପୁର ପଞ୍ଚବଟି ନଗରବାସ ବାସୀଙ୍କୁ ଅଡ଼ଆରେ ପକାଇଛି କୁଢ କୁଢ ଆବର୍ଜନା । ଗତ କିଛି ମାସ ଧରି ପରିସ୍ଥିତି ଆହୁରି ଖରାପ ହୋଇଛି ।
ଖାଲି ସ୍ଥାନରେ ରାସ୍ତା ଉପରେ ଏବଂ ଖାଳି ଅଳିଆ ଦୀର୍ଘ ଦିନ ଧରି ଜମା ହୋଇ ରହୁଛି । ଡଷ୍ଟବିନ ନବାରୁ ସ୍ଥାନୀୟ ବାସିନ୍ଦା ଘରର ଅଳିଆ ଅବର୍ଜନା ଫୋପାଡି ବାକୁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ। ଫଳରେ ଲୋକେ ପରିତ୍ୟକ୍ତ ସ୍ଥାନରେ ନିଜ ନିଜର ଅଳିଆକୁ ଗଦା କରୁଛ ନ୍ତା ଯାହା କି ଅଞ୍ଚଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ବର୍ଷା ଋତୁ ପାଖେଇ ଆସୁଥିବାରୁ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଜୟ ପୁର ପୌରପାଳିକା ନିକଟରେ
ସ୍ଥାନୀୟବାସୀ ଦାବି କରିଛନ୍ତି । ଅବିଶ୍ରାନ୍ତ ବର୍ଷା ହେଲେ ଅଳିଆ ଆବର୍ଜନା ଭାସିଯାଇ ଡ୍ରେନ ଅବରୋଧ ହେବାର ସମ୍ଭାବନା ରହିଛି । ଏଥିଯୋଗୁଁ ପରିମଳ ସମସ୍ୟା ଏବଂ ଜଳବାହିତ ରୋଗ ସୃଷ୍ଟି ହେବାର ସମ୍ଭାବନା ରହୁଛି । ଅଳିଆ ଆବର୍ଜନାକୁ ଲୋକେ ଖୋଲା ସ୍ଥାନରେ ଗଦା କରିବା ବ୍ୟତୀତ ଆମ ପାଖରେ ଅନ୍ୟ
କୌଣସି ବିକଳ୍ପ ନାହିଁ ବୋଲି ଅଞ୍ଚଳବାସୀ କହିଛନ୍ତି । ଏଭଳି ପରିସ୍ଥିତି ଲାଗି ରହିଲେ ମଶାବଂଶ ବୃଦ୍ଧି ସହ ପରିମଳ ବ୍ୟବସ୍ତା ଅଞ୍ଚଳରେ ବିଗିଡି ଯିବାର ସମ୍ଭାବନା ରହିଛି । ପୌରପାଳିକା ପକ୍ଷରୁ ପଞ୍ଚବଟି ନଗରବାସୀଙ୍କ ପାଇଁ ଡଷ୍ଟବିନ ଯୋଗାଇ ଅଳିଆ ଉଠାଇବା ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।