NationOdisha

“ସୁଚରିତ୍ର ସମ୍ମାନ” ପାଇଲେ କବି କେଶବ ଚନ୍ଦ୍ର ନାୟକ

ମାଲକାନଗିରି,୮/୬ :ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲାରେ ଓଡ଼ିଆ ସାହିତ୍ୟର ଯେଉଁଠି ସୂର୍ଯ୍ୟାସ୍ତ, ସେଠି ପଙ୍କରୁ ପଙ୍କଜ ଜନ୍ମଦେଲା ଭଳି ଅହରହ ଓଡ଼ିଆ ଭାଷା ସାହିତ୍ୟର ବିନ୍ଧାଣି କବି କେଶବ ଚନ୍ଦ୍ର ନାୟକ ଓଡ଼ିଶା ଜଣେ ସୁପରିଚିତ କବି।ସବୁ ଦିନେ କିଛି ନି କିଛି ଲେଖିବା ତାଙ୍କର କଳାତ୍ମକ ଗୁଣ, ଯାହାକୁ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛି। ପ୍ରତି ଦିନ ଓଡ଼ିଶାର ବିଭିନ୍ନ ଖବର କାଗଜ ଓ ପତ୍ରପତ୍ରିକାରେ ତାଙ୍କ ରଚିତ କବିତା,ଗଳ୍ପ, ପ୍ରବନ୍ଧ ସ୍ଥାନିତ ପାଇ ଅଗଣିତ ପାଠକ ମାନଙ୍କୁ ମନ୍ତ୍ର ମୁଗ୍ଧ କରି ଆସିଛନ୍ତି।ସେ ସାହିତ୍ୟିକ ଭାବେ ସର୍ବତ୍ର ପରିଚିତ ଏବଂ ମାଲକାନଗିରି ଜିଲ୍ଲାର ଗୈାରବ କୁ ମହିମା ମଣ୍ଡିତ କରିବାରେ ତାଙ୍କ ଅବଦାନ ଅତୁଳନୀୟ ।କବି ଶ୍ରୀ ନାୟକ ଦୀର୍ଘ ୩୫ ବର୍ଷ ଓଡ଼ିଆ ସାହିତ୍ୟକୁ ସାଧନ କରିବା ସହ ପାଠକମାନଙ୍କୁ ଦେଇଛନ୍ତି ଭିନ୍ନ ସ୍ୱାଦର ରସସିକ୍ତ କବିତା ମାଧୁର୍ଯ୍ୟ,ଯାହାକି ସବୁ ବର୍ଗର ପାଠକୀୟ ଅଭିରୁଚିକୁ ଆକୃଷ୍ଟ କରିଛି ।ଓଡ଼ିଆ ସାହିତ୍ୟ କ୍ଷେତ୍ରରେ କବି କେଶବ ଚନ୍ଦ୍ର ନାୟକ ଜଣେ ଅନନ୍ୟ ପ୍ରତିଭାର ଅଧିକାରୀ ବ୍ଯକ୍ତିତ୍ବ ଭାବେ ନିଜେ ଏକ ଉତ୍କଳ ସାହିତ୍ୟ ସଂସର ପ୍ରତିଷ୍ଠାତା ଭାବେ ଓଡ଼ିଆ ସାହିତ୍କୁ ପ୍ରଚାର ପ୍ରସାର ଦିଗରେ ତାଙ୍କ ମହନୀୟତା ଚିରସ୍ମରଣୀୟ ।ସେ ସାରା ଜୀବନ ଓଡ଼ିଆ ସାହିତ୍ୟ ରେ ବିଭିନ୍ନ ବିଷୟ ଦିଗକୁ ମୌଳିକତା ଲେଖାକୁ ତାଙ୍କ କଲମ ମୁନରେ ଜୀବନ୍ୟାସ ଦିଅନ୍ତି।କର୍ମମୟ ଜୀବନରେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ସେ ସାହିତ୍ୟକୁ ଜୀବନ ଦେଇ ଭଲ ପାଇ ଆସିଛନ୍ତି।ଶ୍ରୀନାୟକ ମାଲକାନଗିରି ଭଳି ଏକ ଅନ୍ନୁନତ ଜିଲ୍ଲାରେ ରହି ଆସୁଥିଲେ ମଧ୍ୟ ଓଡିଶାର ଜଣେ କ୍ଷାତନାମା କବି ଭାବରେ ବହୁ ସାହିତ୍ୟ ଅନୁଷ୍ଠିନରୁ ସମ୍ମାନିତ ଓ ପୁରସ୍କୃତ।ଆଜି ସେ “ସୁଚରିତ୍ର ସମ୍ମାନ”,ଶର୍ମି କାବ୍ୟ ଲେଖା ସାହିତ୍ୟ ସଂସଦ, ବିଶାଖାପାଟଣାରୁ ନିଜକୁ ଗର୍ବିତ ମନେ କରିବା ସହିତ ଅନୁଷ୍ଠାନର କର୍ମକର୍ତ୍ତା ଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି।କବି ଶ୍ରୀ ନାୟକ ବର୍ତ୍ତମାନ ସୁଦ୍ଧା ଓଡ଼ିଆ ଭାଷା ସାହିତ୍ୟ ପାଇଁ ୩୦୦ ରୁ ଉର୍ଦ୍ଧ୍ବ ସରକାରୀ ଓ ବେସରକାରୀ ଅନୁଷ୍ଠାନରୁ ବିଭିନ୍ନ ସମ୍ମାନ ଦ୍ବାରା ଭୂଷିତ ଏବଂ ମାନପତ୍ର ଓ ପୁରସ୍କାର ପ୍ରାପ୍ତ କରିଛନ୍ତି। ବର୍ତ୍ତମାନ ସେ ଉତ୍କଳ ସାହିତ୍ୟ ସଂସଦର ସଭାପତି ଏବଂ ଜଣେ ବରିଷ୍ଠ ସାମ୍ବାଦିକ ଭାବେ କାର୍ଯ୍ୟରତ। ତାଙ୍କର ଲେଖନୀ ଚାଳନା ଅଦ୍ୟାବଧି ଚଳଚଞ୍ଚଳ ହୋଇ ରହୁ ବୋଲି ବହୁ ସାହିତ୍ୟ ପ୍ରେମୀ ଶୁଭେଛା ଜଣାଇଛନ୍ତି।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button