BusinessOdishaPolitics

୯ ବିଭାଗର ସମନ୍ବୟ ଅଭାବରୁ ଅଧାରେ ଅଟକିଛି ୧୩ କୋଟିର ରାସ୍ତା

ଜୟପୁର, 7/6: ୯ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଜୟପୁର ସହରରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଜୟନଗରଠାରୁ ପଞ୍ଚାନନ ମନ୍ଦିର ପର୍ଯ୍ୟନ୍ତ ନିର୍ମାଣାଧୀନ ୧୩ କୋଟିର ରାସ୍ତା ଅଧାରେ ଅଟକିଛି । ଭାରୀଯାନଗୁଡ଼ିକ ଜୟପୁର ସହର ଭିତରେ ଯେପରି ପ୍ରବେଶ ନକରିବ ତାହାକୁ ଦୃଷ୍ଟିରେ ରଖ୍ ସହରର ଇନ୍ଦିରା ଛକଠାରୁ ପଞ୍ଚାନନ ମନ୍ଦିର ଯାଏ ଚାରିଥାକିଆ ରାସ୍ତା ନିର୍ମାଣ କରିବାକୁ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଥିଲା । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ଠିକାସଂସ୍ଥା ଜୟପୁର ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟ କରିବାକୁ ଚୁକ୍ତି କରିଥିଲା । ଚୁକ୍ତି ମୁତାବକ ରାସ୍ତା ନିର୍ମାଣ ଅବଧୂ ସମୟ ଅତିକ୍ରାନ୍ତ ହୋଇ ୬ମାସ ବିତିବାକୁ ଯାଉଛି । ହେଲେ ରାସ୍ତା ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇପାରୁ ନାହିଁ ।

ମୋଟ ୨ କିଲୋମିଟର ୨୦୦ ମିଟର ରାସ୍ତାର ନିର୍ମାଣ ପାଇଁ ୨୦୨୪ ମସିହାରେ ପୂର୍ବ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା । ଜୟପୁରର ଭିସଭର୍ସକ ଇନଫ୍ରାଷ୍ଟ୍ରକ୍‌କ୍ଟର ପ୍ରାଇଭେଟ ଲିମିଟେଡ ସଂସ୍ଥା ୧୩ କୋଟି ୧୦ ଲକ୍ଷ ୯୮ ହଜାର ୨୦୮ ଟଙ୍କାର କାର୍ଯ୍ୟକୁ ୯.୯୯ ପ୍ରତିଶତ କମ ଦରରେ କରିବାକୁ ଟେଣ୍ଡର ପାଇଥିଲା। ସେହିବର୍ଷ ଫେବୃଆରୀ ୨୦ରୁ କାମ ଆରମ୍ଭ କରି

୧୯ ନଭେମ୍ବର ୨୦୨୪ ମଧ୍ୟରେ କାମ ଶେଷ ହେବା କଥା । ଇତିମଧ୍ୟରେ ଚୁକ୍ତି ଅବଧୂ ଶେଷ ହୋଇ ଆହୁରି ୬ ମାସ ବିତିଗଲାଣି ତଥାପି ରାସ୍ତା କାମ ୧୦ ପ୍ରତିଶତ ହୋଇନି।

ଏହି ରାସ୍ତା ପାଇଁ ୯ ବିଭାଗ ଉଦ୍ୟାନ, ଜନସ୍ବାସ୍ଥ୍ୟ, ବିଦ୍ୟୁତ୍‌, କ୍ଷୁଦ୍ର ଜଳସେଚନ, ଜୟପୁର ପୌରପରିଷଦ,

ରହିଥିବା ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖଶାଳା ଉତ୍ତର ଦିଗକୁ ରହିଛି । ନୂତନ ରାସ୍ତା ନିର୍ମାଣ ପାଇଁ ଜନସ୍ବାସ୍ଥ୍ୟ ବିଭାଗର ମୁଖଶାଳାକୁ ହଟାଇବା ଜରୁରୀ ହୋଇଛି । ଚାଷ ଜମିକୁ ଜଳସେଚନ ନିମନ୍ତେ ଜଗନ୍ନାଥ ସାଗରରୁ କେନାଲ ବ୍ୟବସ୍ଥା ରହିଥିଲା। ଚାରିଥାକିଆ ରାସ୍ତା ନିର୍ମାଣ କରିବା

ତାହାର ପୁନଃ ସଂଯୋଗ ହୋଇନାହିଁ। ରାସ୍ତା ନିର୍ମାଣ କରିବା ସମୟରେ ମତ୍ସ୍ୟ ବିଭାଗର ପାଚେରାକୁ ହଟାଇ ପଛକୁ ନେବାକୁ ପଡ଼ିଥିଲା। ଜିଲା ମତ୍ସ୍ୟ ବିଭାଗର ନୂତନ ପାଚେରି ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇସାରିଛି। ବର୍ତ୍ତମାନ ରାସ୍ତାର ନାଳ କାମ ପାଇଁ ପୁଣି ଥରେ ମତ୍ସ୍ୟ ବିଭାଗର ପାଚେରି ଭିତର ଦେଇ

ମତ୍ସ୍ୟ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଓଏଫଡିସି ଓ ଓଟିଡିସି ବିଭାଗର ସହାୟତା ଆବଶ୍ୟକ ପଡୁଛି । ଉଦ୍ୟାନ ବିଭାଗ ତରଫରୁ ପ୍ରଥମେ ଇନ୍ଦିରା ପଣ୍ଡା ଛକଠାରେ ରନ୍ଧିଥିବା ସ୍ଥାନରୁ ରାସ୍ତା ନିର୍ମାଣ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ହେଲେ ସେଠାରେ ରହିଥ‌ିବା ଜବରଦଖଲ ଆଜି ଯାଏ ହଟି ପାରିନି I ପଞ୍ଚାନନ ମନ୍ଦିର ପାର୍ଶ୍ଵରେ

ସମଯରେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ କେନାଲକୁ ପାଣି କିପରି ନିଷ୍କାସନ କରାଯିବ ସେହି ପ୍ରକ୍ରିୟା ମଧ୍ୟ ବିବାଦୀୟ ହୋଇ ରହିଛି । ପୌରପାଳିକା ଅଧୀନ ଜଗନ୍ନାଥ ସାଗର ପାର୍ଶ୍ଵରେ ରହିଥ‌ିବା ଷ୍ଟଲଗୁଡିକୁ ହଟାଯାଇନି। ନୂତନ ରାସ୍ତା ନିର୍ମାଣ ପୂର୍ବରୁ ଆରଡବ୍ଲ୍ୟୁଏସ୍ଏସ୍ ଦ୍ବାରା ବିଛା ଯାଇଥିବା ପାଇପ ଲାଇନ ହଟାଇ

ନାଳ ନିର୍ମାଣ କରାଯିବ ନାଁ ରାସ୍ତା ଉପରେ ରହିବ ତାକୁ ନେଇ ବଦ ଉପୁଜିଛି । ସେହିପରି ଓଟିଡିସିର କଲ୍ୟାଣ ମଣ୍ଡପ ପାଚେରିକୁ ହଟାଯାଇନି। ନୂତନ ରାସ୍ତା ନିମନ୍ତେ ଓଡ଼ିଶା ବନ ଉନ୍ନୟନ ନିଗମ ଓ ଟିପିଏସଓଡିଏଲ ଧାନ ଦେଉନି। ରାସ୍ତା କାମ ପାଇଁ ୧୦୩ ଗଛ ମଧ୍ୟରୁ ଛୋଟ ଛୋଟ ୭୧ ଗଛ କଟା ଯାଇଛି । ବଳକା ବିରାଟକାୟ ବରଗଛ

କଟାଯାଇନି। ସେହିପରି ଓପଟି ସିଡିଏଲ ତରଫରୁ ରାସ୍ତା ପାର୍ଶ୍ବରେ ରହିଥ‌ିବା ୫୦ରୁ ଊର୍ଦ୍ଧ୍ବ ବିଦ୍ୟୁତ୍ ଖୁଣ୍ଟକୁ ହଟା ଯାଇନଥିବା ବେଳେ ବିଦ୍ୟୁତ୍ ବିଭାଗର ୪ଟି ଟ୍ରାନ୍ସଫର୍ମର ପୂର୍ବଭଳି ରାସ୍ତା ମଝିରେ ରହିଛି । ସବୁ ବିଭାଗର ବିନା ସହ ଯୋଗରେ ଏହି ଚାରିଥାକିଆ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ସଫଳ ରୂପାୟନ ନେଇ ପାରୁନି । ଜିଲା ପ୍ରଶାସନ ଏ ଦିଗରେ ବିଭାଗଗୁଡିକୁ ତାଗିଦ୍ କରୁନଥିବାରୁ ରାସ୍ତା ନିର୍ମାଣ ଆଗେଇ ପାରୁନି। ମେଘମାଳ ତୋଟା ଏବଂ ଆନ୍ନାଗୁଡାରୁ ଚାରିଥାକିଆ ରାସ୍ତା ଅତିକ୍ରମ କରି ବର୍ଷା ଓ ନାଳ ପାଣି ଜଗନ୍ନାଥ ସାଗରରେ ମିଶି ଯାଉଥିଲା। ଜଗନ୍ନାଥ ସାଗରରେ ନାଳ ପାଣି ନମିଶିବା ପାଇଁ ପୁଣି ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ନୂତନ ରାସ୍ତା କାମର ବିଚ୍ୟୁତି କରି ମେଘମାଳ ଓ ଆନ୍ନାଗୁଡା ପଟୁ ଆସୁଥିବା ପାଣିକୁ ଜଗନ୍ନାଥ ସାଗର ଭିତରକୁ ପ୍ରବେଶ କରିବାକୁ ଦିଆନଯାଇ ନାଳ ମାଧ୍ଯମରେ ନିଷ୍କାସନ କରିବାକୁ ଯୋଜନା କରାଯାଇଛି ବୋଲି କହିଛନ୍ତି ପୂର୍ବ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରିୟ ରଙ୍ଗନ ବେହେରା I ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ନକ୍ସାକୁ ବଦଳା ଯାଇଥିବାରୁ ଏହାର ଅଗ୍ରଗତିରେ ବିଳମ୍ବ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି ।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button