EducationHealthNationOdishaPolitics

ଦଶମ ଶ୍ରେଣୀ ଛାତ୍ରୀଙ୍କ ଦୁଇ ଆଖି ନଷ୍ଟ ପାଠପଢ଼ାରୁ ବଞ୍ଚିତ ସୁଭଦ୍ରା

ଦଶମ ଶ୍ରେଣୀ ଛାତ୍ରୀଙ୍କ ଦୁଇ ଆଖି ନଷ୍ଟ ପାଠପଢ଼ାରୁ ବଞ୍ଚିତ ସୁଭଦ୍ରା

ଝରିଗାଁ, ୬|୬ : ପାଠପଢ଼ାରେ ଆଗ୍ରହ ରହିଥିଲା। କିନ୍ତୁ ଦୁଇଟି ଆଖି ହରେଇବା ପରେ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି ଜଣେ ଛାତ୍ରୀ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର କରଲାପଡ଼ା ଗ୍ରାମରେ ।

କରଲାପଡା ଗ୍ରାମର ପ୍ରସନ୍ନ ଗୌଡ଼ଙ୍କ ସାନ ଝିଅ ସୁଭଦ୍ରା ଗୌଡ଼ ଗାଁ ସ୍କୁଲରେ ପାଠ ପଢୁଥିଲେ। ତୃତୀୟ ଶ୍ରେଣୀ ପାଠ ପଢିବା ସମୟରେ ହଠାତ ଭୀଷଣ ଜ୍ଵର ହୋଇଥିଲା । ପରିବାର ଲୋକେ ତୁରନ୍ତ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ଜ୍ଵର କମିଥିଲା । କିନ୍ତୁ ଡାହାଣ ଆଖିରୁ ପାଣି ବାହାରିବା ସହ ସଠିକ ଦେଖାଗଲା ନାହିଁ। ତେଣୁ ସୁଭଦ୍ରାଙ୍କ ଆଖି ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ କୌଣସି ସୁଫଳ ମିଳିନଥିଲା | ବରଂ ଧୀରେ ଧୀରେ ଡାହାଣ ଆଖି ନଷ୍ଟ ହୋଇଯାଇଥିବା ପରିବାର ଲୋକ କହିଥିଲେ । ତେବେ ସୁଭଦ୍ରାର ପାଠପଢ଼ା ପ୍ରତି ଆଗ୍ରହ ଥିବା ଯୋଗୁଁ କରଲାପଡ଼ା ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ପାସ୍‌ ପରେ ଚନ୍ଦାହାଣ୍ଡି ବ୍ଲକର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପଢ଼ିଥିଲେ। ଏହାପରେ ଚନ୍ଦାହାଣ୍ଡି ବ୍ଲକର ଯାଦବ ମାଝୀ ବାଳିକା ବିଦ୍ୟାଳୟରେ

୨୦୨୩ ମସିହାରେ ଦଶମ ଶ୍ରେଣୀ ପାଠ ପଢ଼ୁଥିଲେ। ଗ୍ରୀଷ୍ମକାଳୀନ ଛୁଟି ପରେ ନିଜ ଘରକୁ ଆସିଥିଲେ। ସେହି ସମୟରେ ସୁଭଦ୍ରାଙ୍କୁ ପୁଣି ଜ୍ଵର ହେବାରୁ ପରିବାର ଲୋକେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରିଥିଲେ।

କିଛି ଦିନ ପରେ ଜ୍ବର କମିଯାଇଥିଲା | କିନ୍ତୁ ବାମ ଆଖିରେ ସଠିକ୍ ଦେଖାଯାଉ ନଥିଲା। ତେଣୁ ସୁଭଦ୍ରାଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାୟ ଆଠଦିନ ଚିକିତ୍ସା କରିବା ପରେ ଡାକ୍ତର ସମ୍ବଲପୁର ମେଡିକାଲ ନେବା ପାଇଁ ପରାମର୍ଶ ଦେଇଥିଲେ | ସମ୍ବଲପୁର ମେଡିକାଲରେ ପ୍ରାୟ ସାତ ଦିନ ଚିକିତ୍ସା ପରେ ଭୁବନେଶ୍ବର ନେବା ପାଇଁ ପରାମର୍ଶ କରିଥିଲେ । ଭୁବନେଶ୍ବର କିମସ୍ ଡାକ୍ତରଖାନାରେ ପ୍ରାୟ ଦୁଇ ମାସ ରହିବା ପରେ ସୁଭଦ୍ରାଙ୍କ ବାମ ଆଖିର ଅସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ସଫଳ ହେବା ପରେ ଶୁଭଦ୍ରା ପାଠ ପଢ଼ିବି ବୋଲି ଆଶା ବାନ୍ଧିଥିଲା। କିନ୍ତୁ ଘରେ ପହଞ୍ଚିବାର ପ୍ରାୟ ଆଠ ଦିନ ପରେ ବାମ ଆଖିରୁ ପାଣି ବୋହିବା ସହ ଆଉ ଦେଖାଗଲା ନାହିଁ। ବର୍ତ୍ତମାନ ସୁଭଦ୍ରାଙ୍କ ଦୁଇଟି ଆଖି ନଷ୍ଟ ହୋଇଯାଇଥିବା ବେଳେ ପାଠପଢ଼ା ଅଧାରେ ବନ୍ଦ ହୋଇଯାଇଛି। ଗୋଟିଏପଟେ ଝିଅ ଏଭଳି ଅବସ୍ଥାରେ ଘରେ ପଡ଼ି ରହିଥିବା ବେଳେ ସ୍ତ୍ରୀ ସିନ୍ଦୁକାଙ୍କ ଗତ ମାର୍ଚ୍ଚ ମାସରେ ଦେହାନ୍ତ ହୋଇଯିବା ଯୋଗୁଁ ପ୍ରସନ୍ନ ଚିନ୍ତାରେ ପଡ଼ିଛନ୍ତି । ପ୍ରଶାସନ ତରଫରୁ ସୁଭଦ୍ରାଙ୍କୁ ଭତ୍ତା ଓ ଆବାସ ଯୋଜନାରେ ସାମିଲ କରି ଗୃହ ଯୋଗାଇଦେବା ପାଇଁ ପରିବାର ଲୋକେ ଗୁହାରି କରିଛନ୍ତି ।

Odisha State News

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button