BusinessNationOdishaPolitics

କୋଷାଗୁମୁଡା ଠୁ କେରଳ ରାଜ୍ୟକୁ ଯାଉଛି ବସ, କିନ୍ତୁ ରାଜଧାନୀକୁ ବସ ଚଳାଚଳ ଶୂନ

କୋଷାଗୁମୁଡା ୦୭/୦୬: ନବରଙ୍ଗପୁର ଜିଲ୍ଲା ପାଇଁ କୋଷାଗୁମୁଡା ବ୍ଳକ ହେଉଛି ସର୍ବ ବୃହତ ବ୍ଲକ ବ୍ଲକରେ ମଟ ୨୬ ଗଟି ପଂଚାୟତ ରହିଛି। ବ୍ଲକରେ ସମସ୍ତ ପ୍ରକାର ସୁବିଧା ଧୂରେ ଧୂରେ ସରକାରଙ୍କ ତରଫରୁ କରାଯାଉଛି। ବ୍ଳକ ସଦରଠୁ ସମସ୍ତ ପଂଚାୟତ ଜିଲ୍ଲା ସଦର ମହକୁମା ପର୍ଯ୍ୟନ୍ତ ଗମନା ଗମନ ସୁବିଧା ରହିଛି ଲୋକେ ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟ କୁ ଯିବା ପାଇଁ ଘଡି କି ଘଡି ବସ ପାଇଁ ପାରୁଛନ୍ତି। କୋଷାଗୁମୁଡା ଠୁ ପଡୋଶୀ ରାଜ୍ୟ ଛତିଶଗଡ ର ରାଜଧାନୀ ରାଇପୁର କୋଷାଗୁମୁଡା ଠୁ ଜଗଦଳପୁର ପର୍ଯ୍ୟନ୍ତ ବସ ଯାତାୟାତ କରୁଛି ଏଠି ବଡ଼ କଥା ଅପ‌ହଞ୍ଚ କୋଷାଷଗୁମୁଡା ସଦର ଠୁ ବହୁତ ଦୂର ବାଟ କେରଳ ରାଜ୍ୟ କୁ ମଧ୍ୟ କିଛି

ଘରଇ ବସ ସେବା ର ଲାଭ ଲୋକେ ପାଇ ପାରୁଛନ୍ତି । ପ୍ରତିଦିନ କୋଷାଗୁମୁଡା ଠୁ ଦୁଇଟି ଘରଇ ବସ କେରଳ ରାଜ୍ୟ ପାଇଁ ଯିବାଆସିବା କରୁଛି । ଦାଦନ ଶର୍ମିକଙ୍କ ପାଇଁ ଏହି ବସ ଜିବନ ଯିବିକା ରେ ବହୁ ସାହାଯ୍ୟ ଯୋଗାଉଛି। ଅଞ୍ଚଳର ବେକାର ଯୁବକ କାମ ଧନ୍ଦା ନପାଇ ସେହି ବସ ରେ ବସି କେରଳ କୁଲି କରିବାକୁ ଯାଉଥିବା ଦେଖ୍ ବାକୁ ମିଳୁଛି । ବିଗତ ସରକାର ଲକ୍ଷ୍ମୀ ବସ ସେବା ଆରମ୍ଭ କରିବା ଦ୍ବାରା ବସରେ ଅଞ୍ଚଳବାସୀ ବହୁ ସୁବିଧା ପାଉଛନ୍ତି । କିନ୍ତୁ ଦୁଃଖ ଆଉ ପରିତାପର ବିଷୟ ଏହାକି ଯେ ବିଗତ ସରକାର ରେ ଜିଲ୍ଲା ର ବିଧାୟକ ରମେଶ ମାଝି ପରିବହନ ମନ୍ତ୍ରୀ ଥିଲା ବେଳେ ରାଜଧାନୀକୁ ବସ ଚଳାଚଳ ପାଇଁ ଅଞ୍ଚଳବାସୀ ଦାବି କରିଥିଲେ କିନ୍ତୁ ସେତେବେଳେ ସେ କର୍ଣପାତ କରିନଥିଲେ। ବର୍ତ୍ତମାନ ନୂତନ ସରକାର ଆସିଲା ଲୋକଙ୍କ ମନରେ ଆଶା ଭରସା ଥିଲା ଯେ ବର୍ତ୍ତମାନର ସରକାର କୋଷାଗୁମୁଡା ଠୁ ରାଜଧାନୀ

ଭୁବନେଶ୍ଵର ପାଇଁ ବସ ସେବା ଆରମ୍ଭକରିବେ ହେଲେ ସରକାର ବସି ଏକ ବର୍ଷ ପୂର୍ତି ହେବାକୁ ଯାଉଛି ହେଲେ ନା ଚାଲିଲା କୋଷାଗୁମୁଡା ଠୁ ରାଜଧାନୀ କୁ ବସ ସେବା। ବର୍ତ୍ତମାନ ଅଞ୍ଚଳବାସୀଙ୍କ କହିବା କଥା ହେଲା ଜିଲ୍ଲାର ବିଭିନ୍ନ ବ୍ଲକରୁ ରାଜଧାନୀ ପାଇଁ ବସ ସେବା ଆରମ୍ଭ କରାଯାଉଛି ହେଲେ କୋଷାଗୁମୁଡା କୁ କାହିଁକି ଅଣଦେଖା କରାଯାଉଛି ? କଣ ପାଇଁ କୋଷାଗୁମୁଡା ଠୁ ଭୁବନେଶ୍ଵର ପର୍ଯ୍ୟନ୍ତ ବସ ସେବା ଯୋଗାଇ ଦେବାରେ ଅସମର୍ଥ ନୂତନ ସରକାର ? ନା ଜାଣି ଶୁଣି ପୂର୍ବ ସରକାର ଭଳି କୋଷାଗୁମୁଡା କୁ ଅଣଦେଖା କରାଯାଉଛି କି ବୋଲି ଅଞ୍ଚଳର ବୁଦ୍ଧିଜୀବୀ ବିଭିନ୍ନ ସମାଜସେବି ସଂଗଠନ ସଦର ମହକୁମା ରେ ବସବାସ କରୁଥିବା ଜନସାଧାରଣ ଭୁବନେଶ୍ଵରରେ ରହି ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତସ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଦେଖୁବାକୁ ବାକି ରହିଲା ଏହି ଖବର ପ୍ରସାରଣ ପରେ ତତ୍ପରତା ଦେଖାଇ ଅଞ୍ଚଳର ସ୍ୱାର୍ଥ ପ୍ରତି ଗୁରୁତର ଦେବେ କି ସରକାର ।ପରିବହନ ମନ୍ତ୍ରୀ ଅଞ୍ଚଳର ଜନସାଧାରଣ ଙ୍କ ଦୁଃଖ ଝି କୋଷାଗୁମୁଡା ଠୁ ଭୁବନେଶ୍ବର ପର୍ଯ୍ୟନ୍ତ ବସ ଚଳାଚଳ ଆରମ୍ଭ କରିବେ କି ତାହା ଏବେ ଦେଖୁବାକୁ ବାକି ରହିଲା।

Odisha State News

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button