HealthOdishaPoliticsSports

ମିଷ୍ଟର ଏସିଆ ବଡି ବିଲଡିଂ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିବେ ଶଶାଙ୍କ

ନବରଙ୍ଗପୁର,୫/୬ : ନବରଙ୍ଗପୁର ସ୍ଥିତ ଗୌସିକ ଫିଟ୍‌ନେସ ପାର୍କ ଜିମ୍‌ର ସଦସ୍ୟ ଶଶାଙ୍କ ଶେଖର ସାହୁ ରାଜ୍ୟସ୍ତରରେ ଏବଂ ଜାତୀୟସ୍ତରରେ ପଦକ ହାସଲ କରିବା ପରେ ଏବେ ପୁଣି ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅଲ୍ ଇଣ୍ଡିଆ ବଡି ବିଲଡିଂ ଫେଡେରେସନ ତରଫରୁ ସ୍ବୀକୃତି ପାଇଛନ୍ତି। ଏହା ସମଗ୍ର ଜିଲ୍ଲା ଏବଂ ରାଜ୍ୟ ପାଇଁ ଗର୍ବ ଏବଂ ଗୌରବର ବିଷୟ ଜୁନ ଏବଂ ୩ ତାରିଖ ଦୁଇ ଦିନ ଧରି ପୁନେରେ ଆୟୋଜିତ ହୋଇଥିବା ଟ୍ରାଏଲ୍‌ରେ ଓଡ଼ିଶା ପକ୍ଷର ଷରୁ ୧୦ ଜଣ ପ୍ରତିଯୋଗୀ ରାଜ୍ୟ ବଡି ବିଲଡିଂ ଏସୋସିଏସନ୍ ପକ୍ଷରୁ ଭାଗ ନେଇଥିଲେ |


ସେହି ପ୍ରତିଯୋଗିତାରେ ଶଶାଙ୍କ ସହ ଆଉ ୩ ଜଣ ଆଗାମୀ ଏସିଆ ଏବଂ ୱାର୍ଲଡ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥି ସହିତ ନବରଙ୍ଗପୁର ଜିଲ୍ଲା ପାଇଁ ଆଉ ଏକ ଗର୍ବର ବିଷୟ ଯେ ଓଡ଼ିଶା ଦଳର ମ୍ୟାନେଜର ଭାବେ ଗୌସିକ ଫିଟ୍‌ନେସ ପାର୍କ ଜିମ୍‌ର ମୁଖ୍ୟ ତଥା ଶଶାଙ୍କଙ୍କ କୋଚ୍ ରୋମିଓ ପାତ୍ର ନିଜ ଦାୟିତ୍ଵ ସମ୍ପାଦନା କରିଥିଲେ । ଏହି ଖବର ପ୍ରସାରିତ ହେବା ପରେ ଜିଲ୍ଲାର କ୍ରୀଡ଼ାବିତ୍ ଏବଂ କ୍ରୀଡ଼ାପ୍ରେମୀ ଖୁସି ପ୍ରକଟ କରିଛନ୍ତି। ସୂଚନା ଯୋଗ୍ୟଯେ ଗୁରୁ ରୋମିଓ ପାତ୍ର ଏବଂ ଶିଷ୍ୟ ଶଶାଙ୍କ ଯୋଡ଼ି ଏଥି ପୂର୍ବରୁ ରାଜ୍ୟସ୍ତରରେ ସ୍ବର୍ଣ୍ଣ ଏବଂ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ରୌପ୍ୟପଦକ ହାସଲ କରିଥିଲେ । ଏହି ଯୋଡ଼ି ଆସନ୍ତା ଅଗଷ୍ଟ ମାସରେ ବେଙ୍କକରେ ହେବାକୁ ଥିବା ମିଷ୍ଟର ଏସିଆ ଏବଂ ନ‌ଭେମ୍ବରରେ ଇଣ୍ଡୋନେସିଆରେ ହେବାକୁ ଥିବା ମିଷ୍ଟର ୱାର୍ଲଡ ପ୍ରତିଯୋଗିତାରେ ପଦକ କ ହାତେଇବା ଲକ୍ଷ୍ୟରେ ବିଦେଶ ଯାତ୍ରା କରିବେ ବୋଲି ସୂଚନା ମିଳିଛି।

Govinda tripathy 84805 56478 district president nabarangpur

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button