BusinessOdisha

କର୍ମଚାରୀଙ୍କୁ ବିଧାୟକଙ୍କ ଆଶ୍ୱାସନା

ପେପର୍ ମିଲ୍‌ରୁ ଖୁବ୍‌ଶୀଘ୍ର ଉତ୍ପାଦନ

ଜୟପୁର, ୪/୬ : ଖୁବ୍‌ଶୀଘ୍ର ପେପର୍‌ମିଲରୁ ଆରମ୍ଭ ହେବ ଉତ୍ପାଦନ I ଦୁବାଇର ଏକ ନିବେଶ କାରୀ ସଂସ୍ଥା ପୁଞ୍ଜି ବିନିଯୋଗ କରିବ। ଆସନ୍ତା ମାସରୁ କର୍ମଚାରୀଙ୍କୁ ନିୟମିତ ଦରମା ଦେବାର ବ୍ୟବସ୍ଥା କରାଯିବ। କର୍ମଚାରୀଙ୍କ ସହ ବିଭିନ୍ନ ସାମଗ୍ରୀ ଯୋଗାଣକାରୀ ସଂସ୍ଥା ଓ ଠିକାଦାର ସହଯୋଗ କରିବା ଦରକାର। ସ୍ଥାନୀୟ ପାରାବେଡ଼ାର ଏକ କଲ୍ୟାଣ ମଣ୍ଡପରେ ଆୟୋଜିତ ବୈଠକରେ ଏଭଳି ପ୍ରତିଶ୍ରୁତି ଦେଇଛତି ବିଧାୟକ ତାରାପ୍ରସାଦ ବାହିନୀପତି ।

ପେପରମିଲ୍‌ର ବର୍ତ୍ତମାନ ସ୍ଥିତି ଏବଂ ଉତ୍ପାଦନ କିପରି ଆରମ୍ଭ ହେବ-ସେ ନେଇ ଶ୍ରମିକ ସଂଘ, କର୍ମଚାରୀ, ଠିକାଦାର ଏବଂ ସାମଗ୍ରୀ ଯୋଗଣକାରୀଙ୍କୁ ନେଇ ବସିଥିଲା ବୈଠକ। ଏଥିରେ ବିଧାୟକ ଶ୍ରୀ

ବାହିନୀପତି ଯୋଗଦେଇ କହିଥିଲେ, ଗତ ମାସରେ ଶିଳ୍ପ ସଚିବ ହେମତ ଶର୍ମାଙ୍କ ଅଧ୍ୟକ୍ଷତାରେ ସଚିବାଳୟର ତୃତୀୟ ମହଲାରେ ବୈଠକ ହୋଇଥିଲା। ଏଥିରେ ତାଙ୍କ ସହ ଦୁବାଇର ଏକ ଆସନ୍ତା ମାସରୁ ମିଳିବ ନିୟମିତ ଦରମା ପୁଞ୍ଜିନିବେଶକାରୀ କମ୍ପାନି କର୍ତ୍ତୃପକ୍ଷ, ପେପରମିଲ୍ ପରିଚାଳନା କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ଅଧିକାରୀ ଯୋଗ ଦେଇଥିଲେ। ମିଲ୍‌ର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। ଜଳକର ଏବଂ ବିଦ୍ୟୁତ ବିଲ୍‌ ବକେୟା ସମ୍ପର୍କରେ

ପେପରମିଲ କର୍ତ୍ତୃପକ୍ଷ ଅବଗତ କରିଥିଲେ। ଏହାର ସମାଧାନ ହୋଇଗଲେ ମିଲରୁ ଉତ୍ପାଦନ ଆରମ୍ଭ ନେଇ ସମସ୍ୟା ରହିବ ନାହିଁ ବୋଲି କହିଥିଲେ । ଏହା ଶୁଣି ପ୍ରତିଶ୍ରୁତି ଦିଆଯାଇଛି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଲ୍ କାର୍ଯ୍ୟକ୍ଷମ ଦିଗରେ ସବୁପ୍ରକାର ସୁବିଧା ଯୋଗାଇ ଦିଆଯିବ। ଅତିଶୀଘ୍ର ପେପରମିଲ କାର୍ଯ୍ୟକ୍ଷମ ହେବ । ଜୁନ ୫ ତାରିଖରେ ଭୁବନେଶ୍ଵରରେ ଆଉ ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ପୁଣିଥରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଆସନ୍ତା ଜୁଲାଇ ୧୦ ତାରିଖ କିମ୍ବା ତା ପୂର୍ବରୁ ସରକାର ଓ ପୁଞ୍ଜିବିନିଯୋଗକାରୀଙ୍କ ମଧ୍ୟରେ ଏମ୍ଓୟୁ ହେବ । ପୁଞ୍ଜି ବିନିଯୋଗକାରୀଙ୍କ ପ୍ରତିନିଧି ଏବଂ ପେପରମିଲର କର୍ତ୍ତୃପକ୍ଷଙ୍କ ସହ କର୍ମଚାରୀଙ୍କ

ବକେୟା ଦରମା ଏବଂ ସ ପ୍ଲାୟରଙ୍କ ବକେୟା ସମ୍ପର୍କରେ ଆଲୋଚନା କରା‌ଯାଇଛି । ଆସନ୍ତା ମାସରୁ ନିର୍ଦ୍ଦିଷ୍ଟ ଏକ ତାରିଖରେ ନିୟମିତ ଦରମା ପ୍ରଦାନ କରା‌ଯିବ ବୋଲି ପ୍ରତିଶ୍ରୁତି ମିଳିଛି। ଅବସରନେଇଥିବା କର୍ମଚାରୀଙ୍କ ବକେୟାକୁ ପ୍ରାଥମିକତା ଦେବେ ବୋଲି କହିଛତି କର୍ତ୍ତୃପକ୍ଷ। ଉତ୍ପାଦନ ଆରମ୍ଭ ହେବା ପରେ ଆସ୍ତେ ଆସ୍ତେ କର୍ମଚାରୀ ଏବଂ ସପ୍ଲାୟରଙ୍କ ବକେୟା ଦିଆଯିବ। ସମସ୍ତେ ସହଯୋଗ କଲେ ମିଲ୍ ଚାଲିବ। ପୂର୍ବାପେକ୍ଷା ଅଧିକ ଉତ୍ପାଦନ ହେବ । ଆଗାମୀ ଦିନରେ ନୂଆ ମେସିନ ବସାଯିବ। ଏଥିଲାଗି ଯୋଜନା ଚାଲିଛି। ଏଥିଲାଗି ଆଉ କେଇଦିନ ଧୈର୍ଯ୍ୟ ଧରିବାକୁ କର୍ମଚାରୀ ଏବଂ ବିଭିନ୍ନ ସାମଗ୍ରୀ ଯୋଗାଣକାରୀଙ୍କୁ ଅନୁରୋଧ କରିଛତି ଶ୍ରୀ ବାହିନୀପତି ।

Govinda tripathy 84805 56478 district president nabarangpur

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button