
ଜୟପୁର, ୪/୬ : ଜୟପୁର ନିକଟସ୍ଥ ଗାଗାନାପୁରସ୍ଥିତ ସେୱା ପେପର ମିଲକୁ ପୁନଃ କାର୍ଯ୍ୟକ୍ଷମ ନେଇ ଜୟପୁର ବିଧାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଗତ ମଙ୍ଗଳବାର ଏହି ବୈଠକରେ ସଂଘର କର୍ମକର୍ତ୍ତା, କର୍ମଚାରୀ, ଠିକାଦାର, କଞ୍ଚାମାଲ ଯୋଗାଣ କରୁଥିବା ଠିକାଦାର ଏବଂ ଟ୍ରକ୍ ମାଲିକ ମାନେ ଉପସ୍ଥିତ ରହିଥିଲେ | ୟୁନାଇଟେଡ୍ ଆରବ ଏମିରେଟସର ଅଧ୍ଯକ୍ଷତା କଲେ ବିଧାୟକ ସଂଧ୍ୟାରେ ଋତୁରାଜ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ଅର୍ଥଲଗାଣକାରୀ ମାନେ କାରଖାନାରେ ଅର୍ଥ ବିନିଯୋଗ କରିବା ସହ କାରଖାନାକୁ ପରିଚାଳନା ନେଇ ଇଚ୍ଛା ପ୍ରକଟ କରିଛନ୍ତି । ଏହି କାରାଖାନାକୁ କାର୍ଯ୍ୟକ୍ଷମ କରିବା ସହ ଉତ୍ପାଦନକ୍ଷମ ସୂଚାରୁ ରୁପେ କରିବା ନେଇ ଦୁଇଟି କର୍ମଚାରୀ ସଂଘର କର୍ମକର୍ତା ଏବଂ କର୍ମଚାରୀମାନଙ୍କୁ ଉପସ୍ଥିତିରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଆଲୋଚନା କରିଥିଲେ।
ଏକ ଅର୍ଥଲଗାଣକାରୀ ସଂସ୍ଥା ଏହି କାରଖାନାରେ ଅର୍ଥ ନିବେଶ ସହ କାରାଖାନା ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତାରେ ପେପର ମିଲ ଉତ୍ପାଦନକ୍ଷମ କରିବା ନେଇ ପ୍ରତିଶୃତି ଦେଇଛି। ଆସନ୍ତା ୨୫ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ସହ ଏମଓୟୁ କରିବାର ସମ୍ଭାବନା ରହିଛି। ଏହିପରି କର୍ମଚାରୀ ମାନେ ଗତ ୧୦ ମାସର ଦରମା ପ୍ରଦାନ ନେଇ ସମାଧାନ ଏବଂ ଆସନ୍ତା ଜୁଲାଇ ମାସ ଠାରୁ ସମସ୍ତ କର୍ମଚାରୀଙ୍କୁ ନିୟମିତ ଦରମା ପ୍ରଦାନ କରାଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ।
ଏହି ବୈଠକରେ କର୍ମଚାରୀ ମାନଙ୍କ ମନରେ ରହିଥିବା କିଛି ପ୍ରଶ୍ନକୁ ବିଧାୟକ ଶ୍ରୀ ବାହିନୀପତି ଦୂର କରିଥିଲେ। ଏହି ବୈଠକରେ ଠିକାଦାର ସଂଘର ନରେନ୍ଦ୍ର ମହାନ୍ତି ଓ ଲାଡି ଶ୍ରୀନିବାସ ସମେତ ୪ ନମ୍ବର ସଂଘର କର୍ମକର୍ତ୍ତା ପ୍ରଦୀପ କୁମାର ରାୟ ସନ୍ଦୀପ ମଣ୍ଡଳ, ସୁନିଲ ସାହୁ, ଉପେନ୍ଦ୍ର ଜେନା ଏବଂ ୩ ନମ୍ବର ୟୁନିଅନର ସଭାପତି ଉଚ୍ଚଦିନ ନାୟକ, ଉମାଶଙ୍କର ପାଣିଗ୍ରାହୀ, ସୁଦର୍ଶନ ମେଠୀ ପ୍ରମୁଖ ଉପସ୍ଥିତ ଥିଲେ |
Govinda tripathy 84805 56478 district president