Odisha

କୟାଁ ବ୍ୟାଘ୍ରଦେବୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ କଳସ ଯାତ୍ରାରେ ସାମିଲ ହେଲେ ବିଧାୟକ

ଭଞ୍ଜନଗର,୦୫/୬ (ନିଲୁ ବିଷୋୟୀ) : ଭଞ୍ଜନଗର ମାଁ କୟାଁ ବ୍ୟାଘ୍ରଦେବୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଇଁ ଗୁରୁବାର ଅପରାହ୍ନରେ ବିରାଟ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରାୟ ୫୦୦ରୁ ଉର୍ଦ୍ଧ ମହିଳା ସହର ଉପକଣ୍ଠ ବରଙ୍ଗ କେନାଲରୁ ପାଣି କଳସରେ ଆଣିଥିଲେ। ସେଠାରେ ପୂଜାର୍ଚ୍ଚନା ପରେ ନଦିଆ କିର୍ତ୍ତନ,ଘଣ୍ଟବାଦ୍ୟ,ବାଣ ବାଜା ପଟୁଆର୍ରେ ଶୋଭାଯାତ୍ରା ସହର ପରିକ୍ରମା କରି ଯଜ୍ଞସ୍ଥଳରେ ଶୋଭାଯାତ୍ରା ପହଞ୍ଚିଥିଲା। ସେଠାରେ ନାମଯଜ୍ଞ ମଣ୍ଡପର ଅଧିବାସ ପରେ ଆସନ୍ତାକାଲି ଠାରୁ ନାମଯଜ୍ଞ ଆରମ୍ଭ ହେବ।

ଏଥିସହ ମନ୍ଦିର ପ୍ରତିଷ୍ଠା ନେଇ ମଧ୍ୟ ରୀତିନୀତି ଆରମ୍ଭ ହେବ।ଏଥିରେ ପଣ୍ଡିତ ଉପେନ୍ଦ୍ର ମିଶ୍ର, ଅନିଲ ଶତପଥୀ,ପ୍ରମୋଦଷଡ଼ଙ୍ଗୀ, ସୁବାଷ ଚନ୍ଦ୍ର ମିଶ୍ର, ସୁରେନ୍ଦ୍ର ତ୍ରିପାଠୀ, ବୁଲୁ ମହାପାତ୍ର, ତ୍ରିଲୋଚନ ଦାଶ ଓ ରମେଶ ଚନ୍ଦ୍ର ଦାଶ ପୂଜାପାଠ ସମ୍ପାଦନ କରିଥିଲେ। ଅମ୍ବିକା ଶତପଥୀ ଓ ପତ୍ନୀ ସ୍ନିଗ୍ଧା ଶତପଥୀ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କମିଟି ସଭାପତି ପ୍ରମୋଦ କୁମାର ଦଳବେହେରା, ସୁବାଷ ଚନ୍ଦ୍ର ପ୍ରଧାନ, ଶ୍ରୀରାମ ପ୍ରସାଦ ପାଳ, ପ୍ରସନ୍ନ କୁମାର ନାୟକ ଓ ସୁବାଷ ଚନ୍ଦ୍ର ବରାଡ଼ଙ୍କ ସମେତ ବହୁ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଦୈନିକ ପ୍ରାୟ ୧୫ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବା ବେଳେ ପ୍ରସାଦ ସେବନ ମଧ୍ୟ ଜାରି ରହିବ। ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକ, ରାଘବନନ୍ଦ ଆଚାର୍ଯ୍ୟ, ବିଷ୍ଣୁପ୍ରସାଦ ପ୍ରଧାନ, ମୁରଲୀଧର ପଣ୍ଡା, ସୁଧୀର ରଞ୍ଜନ ବେହେରା, କଳ୍ପତରୁ ନାୟକ, ଗୋପାଳ କୃଷ୍ଣ ପାଣିଗ୍ରାହୀ, ଚିଦାନନ୍ଦ ପ୍ରଧାନ, ଦିଲ୍ଲୀପ ପଟ୍ଟନାୟକ,ବିପଦର ବନ୍ଧୁ ଓ ଜୟଶ୍ରୀ ହନୁମାନ ସ୍ବେଚ୍ଛସେବୀ ସଂଘର ସଦସ୍ୟ ମାନେ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ରହିଛନ୍ତି।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button