ଚୋରା କାଠ ଜବତ, ଜଣେ ଗରଫ

ନବରଙ୍ଗପୁର: ଡାବୁଗାଁ ବନାଞ୍ଚଳ ଅଧୀନ ଜୁନାପାଣି ଗ୍ରାମ ନିକଟରେ ଏକ ନମ୍ବର ବିହୀନ ଟ୍ରାକ୍ଟର ଯୋଗେ ଚୋରା କାଠ ଚାଲାଣ ସମୟରେ ଶୁକ୍ରବାର ରାତିରେ ଡାବୁଗାଁ ବନ ବିଭାଗ ଜବତ କରି ଛି ସୂଚନାଯୋଗ୍ୟ: – ଡାବୁଗାଁ ବନାଞ୍ଚଳ ଅଧୀନ ଦରଗୁଲା ଏକଟାଗୁଡା ଗ୍ରାମର ଏକ ବେସରକାରୀ ଜମିରୁ ଗିର୍ଲା ଗ୍ରାମର ଜଗନ୍ନାଥ ଭତ୍ରା ଜଙ୍ଗଲି ବୃକ୍ଷ କରଞ୍ଜ, ଗମ୍ଭାରୀ ଓ ଡିମିରି ଗଛ କାଟି ଜାଳେଣୀ ଉଦ୍ଦେଶ୍ୟରେ ଏକ ନମ୍ବର ବିହୀନ ଟ୍ରାକ୍ଟର ଯୋଗେ ଗିର୍ଲା ଗ୍ରାମକୁ ଆଣୁଥୁବା ବେଳେ ବନ ବିଭାଗ କର୍ମଚାରୀ ମାନେ ଚଢାଉ କରି କାଠ ଜବତ କରି ଗାଡି ସହ ଡାବୁଗାଁ ବନାଞ୍ଚଳ କାର୍ଯ୍ୟଳୟକୁ ଆଣିଥିଲେ ଏଥିରେ ସମ୍ପୃକ୍ତ ଗିର୍ଲା ଗ୍ରାମର ଜଗନ୍ନାଥ ଭତ୍ରାଙ୍କୁ ଗିରଫ କରିଥିଲେ। ଶୁକ୍ରବାର ଅଭି ଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଟ୍ରାକ୍ଟରରେ ଥିବା ୧୨ ସହ କିଗ୍ରା କାଠ ଜବତ କରାଯାଇଛି।
ଜବତ କାଠର ଆନୁମାନିକ ସରକାରୀ ମୂଲ୍ୟ ୧୮ ହଜାରରୁ ଊର୍ଦ୍ଧ୍ବ ହେବ ବୋଲି ଭରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଉମାକାନ୍ତ ପଟ୍ଟନାୟକ କହିଛନ୍ତି । ଏହି ଚଢାଉରେ ବନରକ୍ଷୀ ରିତାରାଣୀ ବିଶ୍ଵାସରାୟ, କାର୍ତିକ ମାଝି, ପାରା ଷ୍ଟାଫ କନି ନାୟକ ଓ ତ୍ରି ନାଥ ବିଶୋଇ ପ୍ରମୁଖ ସାମିଲ ଥିଲେ । ଏନେଇ ବନାଞ୍ଚଳ କାର୍ଯ୍ୟାଳୟ କେସ ନଂ ୫୬/୨୦୨୫-୨୬ରେ ଏକ ମାମଲା ରୁଜୁ କରାଯାଇଛି ।
Govinda tripathy 84805 56478 district president nabarangpur