
ନବରଙ୍ଗପୁର 03/06: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡା ଗ୍ରାମର ଏକ ଘରୋଇ ନିର୍ମାଣାଧୀନ ପାଇଖାନାରେ କାମ କରୁଥିବା ବେଳେ ଫ୍ଲସ ଖସି ଯାଇ ଦୁଇ ଗୁରୁତର ହୋଇଯାଇଥିଲେ । ସେଠାରେ କାମ କରୁଥିବା ଅନ୍ୟ ଦୁଇ ଜଣ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ସମୟରେ ସେମାନଙ୍କ ଉପରେ ବି ଫ୍ଲସ ପଡ଼ିଯାଇଥିଲା। ସେମାନଙ୍କର ଶ୍ବାସରୁଦ୍ଧ ହୋଇଥିଲାମୃତକମାନେ ହେଲେ ଏମ୍.ସନ୍ତୁ (୨୮), ଅମିର ଖୁରା (୩୦), ତ୍ରିଲୋଚନ ଭତରା(୨୫) ଓ ଲାଲୁ ରଣା କାମରା(୨୬) ।
ଘଟଣା ସମ୍ୱନ୍ଧରେ ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ବାହିନୀ ସହ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଦିତ୍ୟ ସେନ, ଏସପିଓ କୃଷ୍ଣଚନ୍ଦ୍ର ଭତ୍ରା ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ। ତେବେ ସେଥିମଧ୍ୟରୁ ପ୍ରଥମେ ତିନି ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଆଇସିୟୁ ଭର୍ତି ହୋଇଥିଲେ ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବି ମୃତ୍ୟୁ ଘଟିଥିଲା । ମୃତକମାନେ ହେଲେ ଏମ.ସନ୍ତ (୨୮), ଅମିର ଖରା (୩୦) |
ଏହି ଦୁର୍ଘଟଣାରେ ପ୍ରାଣହାନି ବିଷୟରେ ଶୁଣି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ପାଣ୍ଠିରୁ ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି |