
ନବରଙ୍ଗପୁର ୦୩/୦୬: ଟିଟୁର ସ୍ୱାସ୍ଥ୍ୟବସ୍ଥା ପୂଣି ଥରେ କିଭଳି ଫେରିପାଇବ ତାହାକୁ ନେଇଁ ପ୍ରଶାସନ ଅଣ୍ଟା ଭିଡିଛି । ଅଞ୍ଚଳଗୁମା ପଞ୍ଚାୟତ ଇନ୍ଦ୍ରାକୋଲନୀର ଉଚ୍ଚଶିକ୍ଷିତ ଟିଟୁ ପୂଜାରୀର ମାନସିକ ବିକୃତି ହେବାର ୫ ବର୍ଷ ବିଡିଯାଇଥିବାକୁ ନେଇଁ ଆରୋପ ବାରମ୍ବାର ଖବର ପ୍ରସାରଣ କରିବା ପରେ ପ୍ରଶାସନ ଡେଇଁ ଉଠିଥୁଲା । ତେନ୍ତୁଳିଖୁଣ୍ଟି ବ୍ଲକ୍ ବିଡିଓ ମନୋଜ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଡାକ୍ତରଙ୍କ ଏକ ଟିମ୍ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଟିଟୁଙ୍କ ଘରକୁ ପ୍ରଥମେ ପଠାଇଥିଲେ । ଏହାପରେ ଖବରର ସମ୍ବେଦନଶୀଳତାକୁ ଦେଖୁ ଆଜି ଜିଲ୍ଲା ଜିଲ୍ଲା ଆଇନ୍ ସେବା ପ୍ରାଧୁକରଣର ନବରଙ୍ଗପୁର ସଚିବ ସାଇ ଅଭିସ୍ତା ଗଚ୍ଛାୟତ ଟିଟୁଙ୍କ ଘରକୁ ଆସି ପୁଙ୍ଖାନୁପୁଙ୍ଖ ଭାବରେ ପଚାରୁ ଜଚୁରା କରିଥିଲେ । ସଚିବ ଶ୍ରୀମତି ଗଚ୍ଛାୟତ ଟିଦୂର ପଢାପଢି ତଥା ବଡ ଚାକିରୀ କରିବା ଆଶାରେ ପ୍ରସ୍ତୁତି, ଖାଇବା, ପିଇବା, ରହିବା, ବ୍ୟବହାର, ପରିବାର ବସ୍ଥା, ପୂର୍ବରୁ କରାଯାଇଥିବା ଚିକିତ୍ସା ଆଦି ବିଷୟରେ ପରିବାରର ମା’, ଭାଇ ତଥା ସାହି ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏଭଳି ପରିସ୍ଥିତିକୁ ଦେଖୁ ସ୍ଥାନୀୟ ଜନ ପ୍ରତିନିଧ, ବ୍ଲକ୍, ସାମାଜିକ ସୁରକ୍ଷା ଅଧୁକାରୀ,ଅଙ୍ଗନୱାଡି କର୍ମୀଙ୍କ ଉପରେ ବିଗିଡି ଅଚ୍ଛା ତେବେ କିଭଳି ଟିଟୁର ସୁଜପଚାର କରାଯାଇ ପୁଣି ଥରେ ତାହାର ଉତ୍କଳ ଭବିଷ୍ୟତ ନିର୍ମାଣ କରାଯାଇ ପାରିବ ଚିନ୍ତା ବ୍ୟକ୍ତ କରିଥିଲେ ।
ସଚିବଙ୍କ ଗସ୍ତ ସମୟରେ ଆଇନ ପରାମର୍ଶଦାତ୍ରୀ କିଶୋରୀ ପଟ୍ଟନାୟକ, ଅରୁଣ କୁମାର ସାହୁ ତଥା ତେନ୍ତୁଳିଖୁଣ୍ଟି ବ୍ଲନ୍ ତହସିଲଦାର ପୁଷ୍ପଲତା ଦଣ୍ଡପାଟ, ବିଡିଓ ଶ୍ରୀ ପାଣିଗ୍ରାହୀ, ବା ଅମରେଶ ପ୍ରସାଦ ମହାନ୍ତି, ଏଏନଏମ ସଙ୍ଗୀତା ସାନ୍ତା, ସୁପରଭାଇଜର ତପନ ନାୟକ, ଆଶାକର୍ମୀ ନବିନା ହରିଜନ, ବିଏସଏସଓ ରବିନ୍ଦ୍ର ସାହୁ, ସଚିର କୁମାର, ସ୍ଥାନୀୟ ବିଶିଷ୍ଟ ବ୍ୟବସାୟୀ ସୁବ୍ରତ୍ ଚୌଧୁରୀ ଉପସ୍ଥିତ ରହିଥିଲେ । ସମସ୍ତ ସରକାରୀ ବ୍ୟବସ୍ଥା ଯୋଗାଇ ଦେବା ସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସିଡିଏମଓଙ୍କ ତତ୍ତ୍ୱାବଧାନରେ ଟିଟୁର ଉତ୍ତମ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି ଏବଂ ସ୍ଥାନାନ୍ତର କରିବାକୁ ନିଷ୍ପରି ନିଆଯାଇଛି। ଏହା ବ୍ୟତିତ ନବରଙ୍ଗପୁର ଲୋକସଭା ସାଂସଦ ଇଂ ବଳଭଦ୍ର ମାଝୀ ତଥା ବିଧାୟକ ଗୌରୀଶଙ୍କର ମାଝୀ ମଧ୍ୟ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ପରିବାରର ଆର୍ଥିକ ସ୍ଵଚ୍ଛଳତାକୁ ଦୃଷ୍ଟିରେ ରଖ୍ ଶ୍ରୀ ଚୌଧୁରୀଙ୍କ ସହ ଅନ୍ୟ ପଟରୁ ମଧ୍ୟ ଆର୍ଥକ ସାହାଯ୍ୟ କରାଯିବ ବୋଲି ବିଡିଓ, ତହସିଲଦାରଙ୍କ ପରାମର୍ଶ ନିଆଯାଇଥିଲା । ତେବେ ଟିଟୁର ମାନସିକ ସ୍ଥିତି ପୂର୍ବ ଭଳି ଫେରି ପାଇବାକୁ ପରିବାର ଲୋକେ ଆଶା ସଞ୍ଚାରିତ ହେଉଥିବା ବେଳେ ବ୍ଲକ ଓ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସାହାଯ୍ୟ ପାଇଁ ଆଗେଇ ଆସିଛି ।
Govinda tripathy 84805 56478 district president