Odisha

ବ୍ଲକରେ ପ୍ରଥମକରି ପାମ୍ ଅଏଲ୍ ଚାଷକୁ ଉଦ୍ୟାନ ଓ କୃଷି ବିଭାଗ ପକ୍ଷରୁ ଉଦ୍ଦଘାଟନ

କୋରାପୁଟ ଜିଲ୍ଲା ୨/୬: ଦଶମନ୍ତପୁର ବ୍ଲକରେ ରହିଥିବା ଏସ୍ ଦଣ୍ଡା ବାଡ ଗ୍ରାମରେ ପ୍ରଥମ କରି ପାମ୍ ଅଏଲ୍ ଚାଷକୁ ଉଦ୍ୟାନ ଓ କୃଷି ବିଭାଗ ପକ୍ଷରୁ ଉଦଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉଦ୍ୟାନ ଓ କୃଷି ବିଭାଗର ଏଏଚ୍ଓ ସୈରବ ପାଣିଗ୍ରାହୀ ଉପସ୍ଥିତ ଚାଷୀମାନଙ୍କୁ, ଏହି ଚାଷ ଉପରେ ପ୍ରାଞ୍ଜଳ ଭାବେ ବୁଝାଇ କିପରି ଅଧିକ ରୁ ଅଧିକ ଲାଭବାନ ହୋଇ ପାରିବେ ସେନେଇ ୮ ଜଣ ଚାଷୀମାନଙ୍କୁ ୪୦ ଏକର ଜମିରେ କିପରି ଭାବେ ଅଇଲ ପ୍ରାମ ଗଛ ଲଗାଇବେ ସେନେଇ ଆଲୋଚନା କରିଥିଲେ। ଏହା ସହ ଓଡ଼ି ଶା ସରକାରଙ୍କ ସହଯୋଗରେ କର୍ସକ ମହର୍ଷି, ଅଇଲ ପମ୍ କମ୍ପାନୀ ପକ୍ଷରୁ ଏସ୍ ଦଣ୍ଡାବାଡ ଗ୍ରାମରେ ଆଜି ଆରମ୍ଭ କରାଯାଇ ଉଦଘାଟନ କରାଯାଇଥିଲା। ଚାଷୀମାନେ ହେଲେ ପଦ୍ମନ ଲୋଚନ ବିଶୋଇ, ଘାସି ଜାନୀ, କେଶବ ହିକକା, ହରିଶ୍ଚନ୍ଦ୍ର ବାଘ, ପ୍ରଫୁଲ୍ଲ ମିଣିଆକା ଏବଂ ଲକ୍ଷ୍ମଣ ବିଶୋଇ ଇତ୍ୟାଦି। ଏଥିରେ ଏଚ୍ ଏଚ୍ଓ ସୁମିତ୍ରା ଖରା, କାର୍ଯ୍ୟ ଅବରତ ସୁଶାନ୍ତ ହିଆଲ, ଗିର୍ଲିଗୁମ୍ମା ପଞ୍ଚାୟତର ନାୟକ ସର ସରପଞ୍ଚ ଗୌରାଙ୍ଗ ବାଘ ଓ ହେରଦ ବାଘ ଉପସ୍ଥିତ ଥିଲେ। ଆଗାମୀ ଦିନମାନଙ୍କରେ ଏହି ଚାଷ ବିଭିନ୍ନ ଗ୍ରାମରେ କରାଯିବା ସହ ସେଠିକାର ଲୋକମାନେ ଏହି ସାମ ପାମ୍ ଅଏଇ ଘଛ ଉପକୃତ ହେବେ ବୋଲି ଏଏଚ୍ଓ ସୈରବ ପାଣିଗ୍ରାହୀ ଉପସ୍ଥାପନ କରିଥିଲେ।

Govinda tripathy 84805 56478

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button