ମେଗା ପ୍ରକଳ୍ପ ପାଇଁ କାଟିଦେଲେ ଗଛ

ଡାବୁଗାଁ, ୧/୬: ଡାବୁଗାଁ ବ୍ଳକର ୧୨ଟି ଗ୍ରାମପଞ୍ଚାୟତର ୬୬ ଗ୍ରାମରେ ବସବାସ କରୁଥିବା ୬୨ ହଜାର ୨୫୧ ଜଣ ଓ ଝରିଗାଁ ବ୍ଲକର ୧୨ଟି ଗ୍ରାମପଞ୍ଚାୟତର ୬୮ ଗ୍ରାମରେ ବସବାସ କରୁଥିବା ୭୫ ହଜାର ୭୪୪ ଜଣଙ୍କ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ଚାଲିଛି । ଏହି କାର୍ଯ୍ୟ ଏଲ୍.ଏଣ୍ଡ.ଟି କମ୍ପାନି କରୁଛି। ତେବେ ଏହି ମେଗା ପାନୀୟ ଜଳ ପ୍ରକଳ୍ପର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ପାଇପ୍ ବିଛାଇବା ପାଇଁ ବର୍ଷ ବର୍ଷ ଧରି କାଜୁ ଚାଷ କରୁଥିବା ଚାଷୀଙ୍କ ଗଛ କଟାଯାଇଥିବା ବେଳେ ଗ୍ରାମର ମୁଖ୍ୟ ରାସ୍ତାକୁ ଲାଗି ପାନୀୟ ଜଳ ପାଇପ୍ ବିଛା ଯାଉଛି। ବହୁ ସ୍ଥାନରେ ପାଇପ୍ ଅଙ୍କାବଙ୍କା ବିଛା ଯାଇଥିବାରୁ ପ୍ରକଳ୍ପ ଦୀର୍ଘସ୍ଥାୟୀ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ମେ ୨୦୨୩ ମସିହାରେ ଡାବୁଗାଁ ବ୍ଲକର ଫୁଲଭଟ୍ଟା ଗ୍ରାମରେ ଏଲ୍.ଏଣ୍ଡ.ଟି କମ୍ପାନି ଦ୍ବାରା ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୪୮.୧୬ କୋଟି ବ୍ୟୟରେ ନିର୍ମାଣ ହେଉଥିବା ଏହି ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ ଅବଧି ୦୮/୦୫/୨୩ରୁ ୦୭/୦୫/୨୫ ପର୍ଯ୍ୟନ୍ତ ରହିଥିଲା|
ତେବେ ଅବଧି ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ମାତ୍ର ୫୦ ପ୍ରତିଶତ କାର୍ଯ୍ୟ ସରିଛି | କମ୍ପାନି ତରଫରୁ ପାଣି ପାଇପ୍ ବିଛାଇବା ଆଳରେ ଦୀର୍ଘ ବର୍ଷ ଧରି କାଜୁ ଚାଷ କରୁଥିବା ବଡ଼ଓଲମା ଓ ଜୁନାପାଣି ପଞ୍ଚାୟତର କିଛି ଚାଷୀଙ୍କ ୩୦ରୁ ଊର୍ଦ୍ଧ୍ବ କାଜୁ ଗଛ କାଟି ଦିଆଯାଇଛି| ସେହିପରି ବୋରିଗାଁ ପଞ୍ଚାୟତ ମେଣ୍ଡରା ଗ୍ରାମରେ ମୁଖ୍ୟ ରାସ୍ତାକୁ ଲାଗି ପାଇପ୍ ବିଛାଯାଇଛି। ଯାହାଫଳରେ ଭବିଷ୍ୟତରେ ଡ୍ରେନ୍ ଓ ରାସ୍ତା
ପ୍ରଶସ୍ତୀକରଣ ହେଲେ ଅସୁବିଧା ସୃଷ୍ଟି ହେବା ଏପରି ଫିଟନେସ୍ ଓ ଇନସ୍ୟୁରାନ୍ସ ସରିଥିବା ଏକ ଜେସିବି (ଓ ୨୩ଏଚ୍-୯୩୫୩)କୁ କାର୍ଯ୍ୟରେ ନିୟୋଜିତ କରାଯାଉଛି ଗାଁ ଗହଳିରେ ଓଭରଲୋଡ୍ କରି ପାଇପ୍ ନିଆଯାଉଛି ତେବେ ମେଗା ଜଳ ଯୋଗାଣ
ପ୍ରକଳ୍ପ ଶୀଘ୍ର କାର୍ଯ୍ୟକ୍ଷ ହେଲେ ଡାବୁଗାଁ ଓ ଝରିଗାଁ ବ୍ଳକର ଲକ୍ଷାଧିକ ଲୋ-ଉପକୃତ ହେବାକୁ ଥିବା ବେଳେ ଏଲ୍.ଏଣ୍ଡ.ଟି କମ୍ପା ତରଫରୁ ମନ୍ଥର ଗତିରେ କାର୍ଯ୍ୟ କରାଯାଉଥିବା ବେଳେ କାର୍ଯ୍ୟର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି।
Govinda tripathy 8480556478