ଲଣ୍ଡନରେ ‘ଇନ୍ଦ୍ରାବତୀ ବ୍ରାଣ୍ଡ୍’ ଚାହିଦା ଗୁଡ଼, ମାଣ୍ଡିଆ, ହଳଦୀ ଉତ୍ପାଦ ପ୍ରବାସୀଙ୍କ ପସନ୍ଦ

ଲଣ୍ଡନରେ ‘ଇନ୍ଦ୍ରାବତୀ ବ୍ରାଣ୍ଡ୍’ ଚାହିଦା ଗୁଡ଼, ମାଣ୍ଡିଆ, ହଳଦୀ ଉତ୍ପାଦ ପ୍ରବାସୀଙ୍କ ପସନ୍ଦ
ଗୋବିନ୍ଦ ତ୍ରିପାଠୀ ଙ୍କ ରିପୋର୍ଟ୍ ନବରଙ୍ଗପୁର
ନବରଙ୍ଗପୁର , ୨୬/୫ : ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଦ୍ବାରା ପ୍ର ସ୍ତୁ ତ ‘ଇନ୍ଦ୍ରାବତୀ ବ୍ରାଣ୍ଡ’ ହଳଦୀ, ଗୁଡ଼, ମକା ଓ ମାଣ୍ଡିଆର ପ୍ରସ୍ତୁତ ସାମଗ୍ରୀର ଚାହିଦା ସୁଦୂର ଲଣ୍ଡନରେ ବଢି ବାରେ ଲାଗିଛି । ସେଠାକାର ଓଡ଼ିଆ ପ୍ରବାସୀ ଏହାକୁ ପସନ୍ଦ କରୁଛନ୍ତି । ମହିଳାମାନେ ଏହାର ରିଲସ୍ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଅପଲୋଡ୍ କରିଛନ୍ତି। ଓରମାସ ଉତ୍ପାଦ ଲଣ୍ଡନରେ ଅଧିକ ବିକ୍ରବଟା ପାଇଁ ପଦକ୍ଷେପ ନିଆଯିବ ବୋଲି ଉପନିର୍ବାହୀ ଅଧିକାରୀ ରୋଶନ କାର୍ତ୍ତିକ କହିଛନ୍ତି।
ଶ୍ରୀ କାର୍ଷିକ କହିଛନ୍ତି, ସହରର ବିଭୂତି ପଟ୍ଟନାୟକ ଲଣ୍ଡନରେ ରହୁଛନ୍ତି। କିଛିଦିନ ତଳେ ଲଣ୍ଡନ, ନାଇଜେରିଆ ଓ ଚୀନ୍ର କେତେଜଣ ବିଭୂତିଙ୍କ ସହ ନବରଙ୍ଗପୁର ଆସିଥିଲେ। ବିଦେଶ ଫେରିବା ବେଳେ ସାଙ୍ଗରେ ନେଇଥିଲେ ଓରମାସ୍ ଉତ୍ପାଦ। ସେ ଭିତରେ ଥିଲା ହଳଦୀ, ଗୁଡ଼, ମକା, ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଓ ଲେମନଗ୍ରାସ୍ ତେଲ। ଏହାକୁ ସେଠାକାର ଓଡ଼ି ଆମାନେ ବେଶ ପସନ୍ଦ କରିଛନ୍ତି। ଗୁଣବତ୍ତା ସହ ପାରମ୍ପରିକ ସ୍ବାଦ ଅନୁଭବ କରିଛନ୍ତି। ନବରଙ୍ଗପୁର ଉତ୍ପାଦକୁ ଲଣ୍ଡନରେ ବିକ୍ରି ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି ।



