District

ସମାଜସେବା ପାଇଁ ଗଜପତିର ଶିକ୍ଷକ କିଶୋର ଦାସଙ୍କୁ ମହାରାଷ୍ଟ୍ର ର ପୁନେ ଠାରେ ସମ୍ମାନୀତ ହେଲେ

ସମାଜସେବା ପାଇଁ ଗଜପତିର ଶିକ୍ଷକ କିଶୋର ଦାସଙ୍କୁ ମହାରାଷ୍ଟ୍ର ର ପୁନେ ଠାରେ ସମ୍ମାନୀତ ହେଲେ

ପାରଳାଖେମୁଣ୍ଡି:୨୫/୫(ଗରୁଡ଼ ଧ୍ଵଜ ଚୌଧୁରୀ) ସମାଜସେବା ପାଇଁ ଗଜପତି ଜିଲ୍ଲାର ଶିକ୍ଷକ କିଶୋର ଚନ୍ଦ୍ର ଦାସଙ୍କୁ ପୁନେରେ ସମ୍ମାନୀତ କରାଯାଇଥିବା ସୂଚନା ମିଳିଛି. ମହାରାଷ୍ଟ୍ର ରାଜ୍ୟର ପୁନେ ସହରର ହୋଟେଲ ନିଉ ମୋଶୀ ଗ୍ରାଣ୍ଡ ଠାରେ ଥିବା ସମ୍ମିଳନୀ କକ୍ଷରେ ଶ୍ରୀ ଦାସଙ୍କୁ ସମ୍ମାନୀତ କରାଯାଇ ମୁମେଣ୍ଟ ସହ ଉପଢୌକନ ଓ ମାନପ‌ତ୍ର ପ୍ରଦାନ କରାଯାଇଛି. ଏହି ସମାବେଶରେ ଭାରତୀୟ ଆୱାର୍ଡ କାଉନସିଲ ପ୍ରତିଷ୍ଠାତା ଡ଼କ୍ଟର ଅନୁ କ୍ରିଷ୍ଣାଙ୍କ ସମେତ ମୁଖ୍ୟ ଅତିଥି ଭାବେ ଅଧକ୍ଷ ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ, ଡ଼କ୍ଟର ଆଲୋକ କୁମାର ବୋଷ, ସନ୍ନମାନୀୟ ଅତିଥି ଭାବେ ଅଧକ୍ଷ ମାନବ ଅଧିକାର ଆସୋସିସନ ଶିବଦାସ ନାରାୟଣ ମହାଜନ ଓ ବରିଷ୍ଠ ଅତିଥି ଭାବେ ବିଜୟ ଜ୍ଞାନେଶ୍ୱର ଚହ୍ୱାନ ଉପସ୍ଥିତ ଥିଲେ। ଭାରତୀୟ ଆୱାର୍ଡ କାଉନସିଲ ପ୍ରତିଷ୍ଠାତା ଡ଼କ୍ଟର ଅନୁ କ୍ରିଷ୍ଣା କହିଛନ୍ତି ଗଜପତିର ଶିକ୍ଷକ କିଶୋର ଚନ୍ଦ୍ର ଦାସ ରୋଗୀମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ସମ୍ମାନୀତ କରାଯାଇଛି.

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button