District

ଲୋଡିଂ, ଅନଲୋଡିଂ ପାଉଣା ବୃଦ୍ଧି ଦାବି

ଲୋଡିଂ, ଅନଲୋଡିଂ ପାଉଣା ବୃଦ୍ଧି ଦାବି

ଖଲାସୀ ସଂଘର କାର୍ଯ୍ୟ ବନ୍ଦ, ମାଲ ପରିବହନ ଠପ୍

ଗୋବିନ୍ଦ ତ୍ରିପାଠୀ, ରିପୋର୍ଟ୍ ନବରଙ୍ଗପୁର

ଉମରକୋଟ, ୨୩/୫: ଲୋଡିଂ ଓ ଅନଲୋଡିଂ ପାଉଣା ବୃଦ୍ଧି ଦାବିରେ ୪ ଦିନ ହେଲା କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି ଉମରକୋଟ ଖଲାସୀ ସଂଘ ଫଳରେ ମାଲ ପରିବହନ ଠପ୍ ହୋଇ ପଡ଼ିଛି । ଚୁକ୍ତି ମୁତାବକ ବର୍ତ୍ତମାନ ପାଉଣା ବୃଦ୍ଧି ଅସମ୍ଭବ ବୋଲି କହିଛି ଉମରକୋଟ ବଣିକ ସଂଘ ଆନ୍ଦୋଳନ କାରଣରୁ ସହରରେ ଅତ୍ୟାବଶ୍ୟକ ସାମଗ୍ରୀର ଷ୍ଟକ୍ କମିବାରେ ଲାଗିଛି।

ସୂଚନାନୁଯାୟୀ ଗତ ୧୪ ତାରିଖରେ ଖଲାସୀ ସଂଘ ବଣିକ ସଂଘକୁ ପତ୍ର ଲେଖି ୬୪ଟି ଦ୍ରବ୍ୟର ଲୋଡିଂ ଓ ଅନଲୋଡିଂ ପାଉଣା ବୃଦ୍ଧି ପାଇଁ ଦାବି କରିଥିଲା। ମେ’ ୧୭ ତାରିଖରୁ ନୂଆ ଦରରେ କାର୍ଯ୍ୟ କରିବାକୁ ଲିଖିତ ଭାବେ ଜଣାଇ ଦେଇଥିଲେ | ଖଲାସୀ ସଂଘର ପତ୍ର ପାଇବା ପରେ ବଣିକ ସଂଘ ସଭାପତି ଦ୍ବାରିକାନାଥ ପାଣିଗ୍ରାହୀ ଓ ଅନ୍ୟ ସଦସ୍ୟ ୧୫ ତାରିଖରେ ଉମରକୋଟ ଥାନା ଅଧିକାରୀଙ୍କୁ ଜଣାଇବା ସହ ନୂତନ ପାଉଣା ଦେବା ପାଇଁ ମନା କରିଦେଇଛି। ବଣିକ ସଂଘର କହିବା କଥା, ଲୋଡିଂ ଓ ଅନଲୋଡିଂ ପାଉଣାକୁ ନେଇ ୨୦୨୨ରେ ବଣିକ ସଂଘ ଓ ଖଲାସୀ ସଂଘ ମଧ୍ୟରେ ୫ବର୍ଷ ପାଇଁ ଚୁକ୍ତିନାମା ହୋଇଥିଲା। ଯାହାର ଅବଧି ୨୦୨୭ରେ

ପୂରିବା ବର୍ତ୍ତମାନ ଡିଜେଲ ମିଳୁନଥିବାରୁ ଟ୍ରକ୍ ମାଲିକ ଭଡ଼ା ବୃଦ୍ଧି କରିଛନ୍ତି। ଲୋଡିଂ, ଅନଲୋଡିଂ ପାଉଣା ବୃଦ୍ଧି ହେଲେ ସମସ୍ତ ଦ୍ରବ୍ୟର ଦାମ ବଢ଼ିଯିବ। ଯାହାର ପ୍ରଭାବ ଖାଉଟିଙ୍କ ଉପରେ ପଡ଼ିବ ବୋଲି ସଭାପତି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ବୁଧବାର ଉମରକୋଟ ସହରର ୨୫୦ରୁ ଊର୍ଦ୍ଧ ବ୍ୟବସାୟୀ ଦୋକାନ ବଜାର ବନ୍ଦ କରି ଧର୍ମଶାଳାରେ ବୈଠକ କରିଥିଲେ । ବୈଠକରେ ବଣିକ ସଂଘ ସଭାପତି ଦ୍ବାରିକାନାଥ ପାଣିଗ୍ରାହୀ, ସମ୍ପାଦକ ଲଛମନ ଅଗ୍ରୱାଲ, ଆଇନ ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ, ଉପଦେଷ୍ଟା ସଚିଦ ଦାସ ଓ ସୁରେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ବ୍ୟବସାୟୀ ପାରିଶ୍ରମିକ ବୃଦ୍ଧି ନେଇ ମତାମତ ସଂଗ୍ରହ କରିଥିଲେ। ସମସ୍ତ ବ୍ୟବସାୟୀ ପୁରୁଣା ପାଉଣା ଦେବା ଦେବା ସପକ୍ଷରେ ମତ ଦେଇଥିଲେ । ଫଳରେ ବୈଠକରେ କୌଣସି ସମାଧାନର ସୂତ୍ର ବାହାରି ପାରିନି। ଏହା ପୂର୍ବରୁ ୨୦୦୦ ମସିହାରେ ଉମରକୋଟରେ ପାଉଣା ବୃଦ୍ଧିକୁ ନେଇ ବିରାଟ ସମସ୍ୟା ସୃଷ୍ଟି ହୋଇଥିଲା | ୭ ଦିନ ଧରି ବଜାର ବନ୍ଦ ରହିଥିଲା| ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଏପରି ଘଟଣାର ପୁନରାବୃତ୍ତ ନ ହେବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button