District

ଅଘୋଷିତ ବିଦ୍ୟୁତ କାଟ୍ ଡିଜେଲ ଅଭାବ; ସ୍ବାସ୍ଥ୍ୟସେବା ବ୍ୟାହତ

ଅଘୋଷିତ ବିଦ୍ୟୁତ କାଟ୍

ଡିଜେଲ ଅଭାବ; ସ୍ବାସ୍ଥ୍ୟସେବା ବ୍ୟାହତ

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର ରିପୋର୍ଟ୍

ନନ୍ଦାହାଣ୍ଡି, ୨୧/୫ : ଗୋଟିଏ ପଟେ ଗ୍ରୀଷ୍ମର ପ୍ରକୋପ। ଅନ୍ୟପଟେ ଅଘୋଷିତ ବିଦ୍ୟୁତ କାଟ୍ ଡିଜେଲ ଅଭାବର ସଙ୍କଟ ରୋଗୀ ଓ କର୍ମଚାରୀଙ୍କ ପାଇଁ ଅସୁବିଧାର କାରଣ ସାଜିଛି। ଏପରି ଅଚଥନୀୟ ଅବସ୍ଥା ନନ୍ଦାହାଣ୍ଡି ବ୍ଳକ ଡଙ୍ଗରଭେଜା ପଞ୍ଚାୟତ ଅଧୀନ ସରୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ବାରମ୍ବାର ବିଦ୍ୟୁତ ବିଚ୍ଛିନ୍ନ ହେଉଥ‌ିବା ବେଳେ ଡିଜେଲ ଅଭାବରୁ ଜେନେରେଟର ମଧ୍ୟ ଚାଲୁ ରଖୁବା ସମ୍ଭବ ହେଉନାହିଁ | ଫଳରେ ଚିକିତ୍ସା ସେବାରେ ବାଧା ସୃଷ୍ଟି ହେଉଛି। ସ୍ଥାନୀୟ ସୂତ୍ରରୁ ପ୍ରକାଶ, ୩୭ ଲିଟର ଡିଜେଲରେ ଜେନେରେଟର କେବଳ ୯ ଘଣ୍ଟା ପର୍ଯ୍ୟନ୍ତ ଚାଲୁଥିବାରୁ ସମସ୍ୟା ଆହୁରି ଗୁରୁତର ହେଉଛି। ଏନେଇ

ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ନିବେଦିତା ଗୌଡ଼ଙ୍କୁ ପଚାରିବାରୁ ସେ କହିଥିଲେ ଯେ, ବାରମ୍ବାର ବିଦ୍ୟୁତ କାଟ ଓ ଡିଜେଲ ନ ମିଳିବାରୁ ରୋଗୀ ସେବାରେ ବହୁତ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି। ବିଦ୍ୟୁତ ନ ଥିବାରୁ ଫେନ ଚାଲିବା ଅସମ୍ଭବ ଥିବା ସମୟରେ ଅସହ୍ୟ ଗରମରେ ରୋଗୀ

ହନ୍ତସନ୍ତ ହୋଉଛନ୍ତି ବୋଲି ରୋଗୀ ତଥା ସମ୍ପର୍କୀୟ ଅଭିଯୋଗ କରିଛନ୍ତି | ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଲୋକେ ପ୍ରଶାସନର ହସ୍ତକ୍ଷେପ କରିଥିଲେ ମଧ୍ୟ କୌଣସି ପ୍ରକାର ସନ୍ତୋଷ ଜନକ କାର୍ଯ୍ୟ ହୋଇ ପାରୁ ନାହିଁ | ଦୁଇ କିମି ଦୂରରେ ପେଟ୍ରୋଲ ପମ୍ପ ରହିଛି କିନ୍ତୁ ଡିଜେଲ ନ ଥିବାରୁ ମେଡ଼ିକାଲ ରେ ଆଣିବା ସମ୍ଭବ ହୋଇ ପାରୁ ନାହିଁ | ବାରମ୍ବାର ବିଦ୍ୟୁତ କାଟ ହେବା ଓ ଅନ୍ୟପଟେ ଡିଜେଲର ଅଭାବ ପାଇଁ ସାଧାରଣ ଜନତା ମେଡ଼ିକାଲ ଯାଇ ହୋଇରାଣ ହୋଉଛନ୍ତି। ପ୍ରଶାସନ ସ୍ବାସ୍ଥ୍ୟ ବିଭାଗ ପ୍ରତି ଅଧିକ ଧ୍ୟାନ ଦେଇ ସ୍ବାସ୍ଥ୍ୟଳୟ ରେ ବିଦ୍ୟୁତ କାଟ ନ କରି ଡିଜେଲ ପର୍ଯ୍ୟାପ୍ତ ମାତ୍ରାରେ ରଖିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button