ସାମ୍ବାଦିକ ସଙ୍ଘ ତରଫରୁ ଡାବୁଗାଁ ଥାନା ନୂତନ ଆଇ.ଆଇ.ସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସାମ୍ବାଦିକ ସଙ୍ଘ ତରଫରୁ ଡାବୁଗାଁ ଥାନା ନୂତନ ଆଇ.ଆଇ.ସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ନବରଙ୍ଗପୁର:- ଡାବୁଗାଁ ଥାନାରେ ନୂତନ ଆଇଆଇସି ଭାବେ ଲକ୍ଷ୍ମୀ ପରଜା ଯୋଗଦାନ କରିଛନ୍ତି ।ଡାବୁଗାଁ ସାମ୍ବାଦିକ ସଙ୍ଘ ତରଫରୁ ନୂତନ ଆଇଆଇସିଙ୍କୁ ସ୍ୱାଗତ କରାଗଲା ଏବଂ ଡାବୁଗାଁ ଅଂଚଳର ଆଇନ ଶୃଙ୍ଖଳା ବିଷୟରେ ଆଲୋଚନା କରାଗଲା। ଏହି ଅବସରରେ ଉପସ୍ଥିତି ଥିଲେ ଡାବୁଗାଁ ସାମ୍ବାଦିକ ସଙ୍ଘର ସମ୍ପାଦକ ତଥା ଆଇନ ପରାମର୍ଶ ଦାତା ମିହିର ଶଙ୍କର ପାତ୍ର, ସଭାପତି ପ୍ରଜ୍ଞା ରଞ୍ଜନ ପରିଡା,ଉପସଭାପତି ଗଗନ ଗନ୍ତାୟତ,ଆଇନ୍ ପରାମର୍ଶଦାତା ବରିଷ୍ଟ ଆଇନଜୀବୀ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର ଓ ସାମ୍ବାଦିକ ସଂଘର ବରିଷ୍ଟ ସାମ୍ବାଦିକ ରବି ନାରାୟଣ ମହାନ୍ତି,ସଭ୍ୟ ଗୋପାଳ ପଣ୍ଡା, ସନ୍ତସ ପାଢି ସହ ଅନ୍ୟମାନେ। ନୂତନ ଆଇଆଇସି ସୂଚନା ଦେଇଥିଲେ ଅଞ୍ଚଳରେ ଶାନ୍ତି-ଶୃଙ୍ଖଳା ବଜାୟ ରଖିବା, ଅପରାଧ ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବା ତାଙ୍କର ପ୍ରାଥମିକତା ରହିବ । ସେ ସାଧାରଣ ଲୋକଙ୍କୁ ପୋଲିସକୁ ସହଯୋଗ କରିବାକୁ ଓ କୌଣସି ଅନୈତିକ କାର୍ଯ୍ୟ ସମ୍ପର୍କରେ ତୁରନ୍ତ ସୂଚନା ଦେବାକୁ ଅନୁରୋଧ ସାମ୍ବାଦିକ ମାନଙ୍କୁ କରିଛନ୍ତି । |ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର



