District

ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ଅଭାବରୁ ହସ୍ତାନ୍ତର ପ୍ରକ୍ରିୟା ବିଳମ୍ବିତ

ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ଅଭାବରୁ ହସ୍ତାନ୍ତର ପ୍ରକ୍ରିୟା ବିଳମ୍ବିତ

ଅଧପନ୍ତରିଆ ସିଏସି କୋଠା : ନିରବ ଠିକା ସଂସ୍ଥା ଓ ପ୍ରଶାସନ ହଇରାଣ ରୋଗୀ

ଗୋବିନ୍ଦ ତ୍ରିପାଠୀ ରିପୋର୍ଟ

କୋରାପୁଟ:- ଦଶମନ୍ଧପୁର ବ୍ଲକ ସଦର ମହକୁମାରେ

ନିର୍ମାଣାଧୀନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ଦୀର୍ଘଦିନ ଧରି ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଥ‌ିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି କୋଠା ନିର୍ମାଣ କାମ ସମ୍ପୂର୍ଣ୍ଣ ଶେଷ ହୋଇନଥିବାରୁ ପାନୀୟ ଜଳ, ବିଦ୍ୟୁତ ସଂଯୋଗ ଓ ପକ୍କା ରାସ୍ତା ଭଳି ମୌଳିକ ସୁବିଧା ଅଭାବରୁ ନୂତନ କୋଠା ହସ୍ତାନର ହୋଇପାରୁନଥିବା ଠିକା ସଂସ୍ଥାର ଇନଚାର୍ଜ ନିବାସ ମହାନ୍ତି କହିଛନ୍ତି। ଅନ୍ୟପଟେ ଅଲ୍ଟ୍ରାସାଉଣ୍ଡ ମେସିନ୍ ସହ ବିଭିନ୍ନ

ପୁରୁଣା କୋଠାରେ ଆବଶ୍ୟକ କୋଠରୀ ଅଭାବ ଥିବାରୁ ରୋଗୀମାନେ ଯଥାପ୍ରକାର ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥ‌ିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୫୪ ହଜାରରୁ ଅଧିକ ଲୋକ ନିର୍ଭର କରୁଛନ୍ତି। ତଥାପି ଠିକା ସଂସ୍ଥା ଓ ପ୍ରଶାସନର ମନମାନି ଏବଂ ଧୀର ଗତିର କାର୍ଯ୍ୟ ପ୍ରଣାଳୀ ଯୋଗୁଁ ପ୍ରକଳ୍ପ କାମ ଶେଷ ହୋଇ ପାରୁନାହିଁ। ଗୁରୁତର ରୋଗୀମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ବଡ଼ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିବାରୁ ଗରିବ ଓ ଅସହାୟ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅର୍ଥାଭାବରୁ ଅନେକ ରୋଗୀ ଉଚିତ ଚିକିତ୍ସା ପାଇବାରେ ବଞ୍ଚିତ ହେଉଥ‌ିବା ଅଭିଯୋଗ ହୋଇଛି।୨୦୨୦ ମସିହାରେ ପ୍ରାୟ ୯ କୋଟି ଟଙ୍କା ବ୍ୟୟରେ ନୂତନ କୋଠା ନିର୍ମାଣ କାମ ଆରମ୍ଭ ହୋଇଥିଲା। ବର୍ତ୍ତମାନ ” ସ୍ଵାସ୍ଥ୍ୟକେନ୍ଦ୍ରରେ ୧୬ଟି ରୋଗୀ ଶଯ୍ୟା ଥୂବାବେଳେ ନୂତନ କୋଠାରେ ୩୦ ଶଯ୍ୟାର ସୁବିଧା ରହିଛି। ଦଶମନ୍ତପୁର ବ୍ଲକର ବୃଦ୍ଧିଶୀଳ ଜନସଂଖ୍ୟାକୁ ଦୃଷ୍ଟିରେ ରଖ୍ ରୋଗୀ ଶଯ୍ୟା ବୃଦ୍ଧି କରାଯାଇଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଯୋଗୁଁ ନୂତନ କୋଠାକ।କ।ମରେ ଚାଲୁ ନ।ହିଁ

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button