District

କୋଟିଏରୁ ଅଧିକ ଟଙ୍କା ହରିଲୁଟ୍ ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜର ଗିରଫ

କୋଟିଏରୁ ଅଧିକ ଟଙ୍କା ହରିଲୁଟ୍ ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜର ଗିରଫ

ଆରକ୍ଷୀ ଅଧୀକ୍ଷକ ଙ୍କ କାର୍ଯ୍ୟାଳୟ ଦୁର୍ନୀତି ନିବାରଣ କୋରାପୁଟ ,,ଜୟପୁର

ମାଲକାନଗିରି : ୧୦/୫ ମାଲକାନଗିରି କେସି ସି ବ୍ୟାଙ୍କରେ ଏକ ବଡ଼ ଧରଣର ଆର୍ଥକ ଅନିୟମିତତା ସାମ୍ନାକୁ ଆସିଛି । ଚାଷୀଙ୍କ ଋଣ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ସୁଧାଂଶୁ ଖୋରାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି ।

ଟଙ୍କା ବ୍ୟାଙ୍କ ଆକାଉଂଟରେ ଜମା ନ‌କରି ଶ୍ରୀ ଖୋରା ନିଜର ଓ ଅନ୍ୟ କେତେକ ବ୍ୟକ୍ତି ଙ୍କ ଆକାଉଂଟକୁ ଟ୍ରାନ୍ସଫର କରିଦେଇଥିଲେ ।

ଏହି ଘଟଣାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଦୁଇଟି ପୃଥକ ମାମଲା ରୁଜୁ ରୁ କରାଯାଇଛି । ପ୍ରଥମ ମାମଲାରେ ୮୬ ଲକ୍ଷ ୮୦ ହଜାର ଟଙ୍କା ଏବଂ ଦ୍ଵିତୀୟ ମାମଲାରେ ୨୧ ଲକ୍ଷ ୯୫ ହଜାର ଟଙ୍କାର ଆତ୍ମସାତ ଅଭିଯୋଗ ରହିଛି । ଭିଜିଲାନ୍ସ ଏସପିଙ୍କ ସୂଚନା ଅନୁସାରେ, ଅଧିକ ତଦନ୍ତ ଜାରି ରହିଛି । ରିମାଣ୍ଡରେ ଅଣାଯିବାର ସମ୍ଭାବନା ରହିଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button