୩ ମାସ ନ ପୂରୁଣୁ ଗାର୍ଡୱାଲ ଭାଙ୍ଗିଲା, ରାସ୍ତା ଫାଟିଲା ପିଚୁ ରାସ୍ତା ଫାଟିଯାଇଛି।

୩ ମାସ ନ ପୂରୁଣୁ ଗାର୍ଡୱାଲ ଭାଙ୍ଗିଲା, ରାସ୍ତା ଫାଟିଲା ପିଚୁ ରାସ୍ତା ଫାଟିଯାଇଛି।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର
ଭବାନୀପାଟଣା, ୨୯/୪
ଲୋକଙ୍କ ଯାତାୟାତ ସୁବିଧା ପାଇଁ ସରକାର ପ୍ରତିବର୍ଷ ବହୁ କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ବିଭାଗୀୟ ଅଧିକ।ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ରାସ୍ତା କାମ ନିମ୍ନମାନର ହୋଇ କିଛିଦିନ ମଧ୍ୟରେ ଶୋଚନୀୟ ହୋଇପଡୁଛି। ଏହାର ଏକ ଉଦାହରଣ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାତୀ ବ୍ରିଜ୍ଠାରୁ ଆଟିଗାଁ – ଏସ୍ କୁଣ୍ଡାମାଲ ପିଡବ୍ଲ୍ୟୁଡି (ପୂର୍ବ ବିଭାଗ) ରାସ୍ତା କାମରେ ଦେଖିବାକୁ ମିଳିଛି । ଗତ ଜାନୁଆରୀ ଶେଷରେ ଏହି ରାସ୍ତାର ଚିଚୈଗୁଡା ଯିବା ରାସ୍ତାରେ
ହାତୀ ବ୍ରିଜ୍-ଏସ୍ କୁଣ୍ଡାମାଲ ପିଡବ୍ଲ୍ୟୁଡି ରାସ୍ତା
ଅବଧୂ ଶେଷ ପରେ ବି ସରିନି କାମ
ଗାର୍ଡୱାଲ ନିର୍ମାଣ ସହ ପିଚୁ କାମ ହୋଇଥିଲା। ତେବେ ନିମ୍ନମାନର କାର୍ଯ୍ୟ ଯୋଗୁ ୩ ମାସ ନ ପୁରୁଣୁ ଗାର୍ଡୱାଲ ଭାଙ୍ଗି ପିଚୁ ଧସିଯାଇଥିବାବେଳେ ଅନ୍ୟ ଏକ ସ୍ଥାନରେ ରାସ୍ତା ଫାଟିଯାଇଥିବା ଦେଖିବାକୁ ମିଳିଛି। ଫଳରେ ରାସ୍ତାର ସ୍ଥାୟିତ୍ୱକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ଗାର୍ଡୱାଲ ଭାଙ୍ଗିଯାଇ ପିଚୁ ଧସିଯାଇଛି।
ପ୍ରକାଶ ଯେ, ପୂର୍ବରୁ ଏ ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ୍ନ ବିଭାଗ (ଆର୍ଡି) ଅଧୀନରେ ଥିଲା। ତେବେ ଲୋକଙ୍କ ଦାବି ଓ ଭିରିଭୂମିକୁ ଦେଖ୍ ପରବର୍ତ୍ତୀ ସମୟରେ ଏହି ରାସ୍ତାଟି ପିଡବ୍ଲ୍ୟୁଡିକୁ ହସ୍ତାନ୍ତର ହୋଇଥିଲା। ପିଡବ୍ଲୁଡି ଅଧୀନକୁ ଆସିବା ପରେ ୨୦୨୪ ଆରମ୍ଭରେ ଜୁନାଗଡ଼ ହାତୀ ବ୍ରିଜ୍ଠାରୁ ଆଟିଗାଁ –ଏସ୍ କୁଣ୍ଡାମାଲ ପର୍ଯ୍ୟନ୍ତ ପ୍ରାୟ ସାଢେ ୨୫ କି.ମି. ରାସ୍ତାକୁ ४९ କୋଟି ୩୯ ଲକ୍ଷ ୩ହଜାର ୫୦୭ଟଙ୍କାର ଟେଣ୍ଡର ଆହ୍ୱାନ ହୋଇଥିଲା। ଏହାକୁ କୁ ବିଏସ୍ଏସ ଏସ୍ ପ୍ରୋଜେକ୍ଟ ପାଇଥିଲା। ଏହି ରାସ୍ତା ନିର୍ମାଣ ଅବଧୂ ଜାନୁଆରୀରେ ସରିଥିବାବେଳେ ଅଦ୍ୟାବଧୂ ସରିନାହିଁ
ପୁଣି ଯେଉଁ କାମ କରାଯାଇଛି ତାହା ମଧ୍ୟ ନିମ୍ନମାନର ବୋଲି ଅଭିଯୋଗ ହୋଇଛି। କାର୍ଯ୍ୟ ଚାଲୁଥିବାବେଳେ ବିଭାଗୀୟ ଅଧିକାରୀ କିମ୍ବା ଯନ୍ତ୍ରୀ ଉପସ୍ଥିତ ରହୁ ନ ଥିବାରୁ ଠିକାଦାର ମନଇଚ୍ଛା କାର୍ଯ୍ୟକରି ଚାଲିଛନ୍ତି। ଫଳରେ ୩ ମାସ ନ ପୂରୁଣୁ ଗାର୍ଡୱାଲ ଭାଙ୍ଗିବା, ରାସ୍ତା ଫାଟିଯିବା ଭଳି ଘଟଣା ସାମ୍ନାକୁ ଆସିଛି। ଏହି ରାସ୍ତାର ଉଚ୍ଚସ୍ତରୀୟ ତଥା ଭିଜିଲାନ୍ସ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ପିଡବ୍ଲୁଡି ଅଧୀକ୍ଷଣ ଯନ୍ତ୍ରୀ ଶିବାଜୀ ପ୍ରଧାନଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ।



