District

ଡାବୁଗାଁ ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁ……..ହତ୍ୟା ଅଭିଯୋଗ ଆଣିଲେ ପରିବାର ବର୍ଗ*

*ଡାବୁଗାଁ ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁ……..ହତ୍ୟା ଅଭିଯୋଗ ଆଣିଲେ ପରିବାର ବର୍ଗ*

*ବିଦ୍ରୋ:-ଥାନା ଭିତରେ ଅଭିଯୁକ୍ତ ମୃତ ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ଘଟିଛି*
ନବରଙ୍ଗପୁର:-ଡାବୁଗାଁ ଥାନା ହାଜତ ଭିତରେ ଜଣେ ଅଭିଯୁକ୍ତଙ୍କ ମୃତୁ ଘଟିଛି, ଯାହା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି › ।ମୃତ ଯୁବକ ଜଣକ ମେଦେନା ପଞ୍ଚାୟତର ଅଂଚଳା ଗ୍ରାମର ପୂର୍ଣ୍ଣ କଲାର ବଲି ଜଣାପଡିଛି। ଗତକାଲି ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ମଧ୍ୟ ଶେଷ ହୋଇଥିଲା। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥାନ୍ତା, କିନ୍ତୁ ତା’ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ସେ ନିଜ ଚାଦରକୁ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପଲିସ ପକ୍ଷରୁ ସୂଚନା ମିଳିଛି କିନ୍ତୁ ପରିବାର ଲକେ ଏହା ଆତ୍ମହତ୍ୟା ନୁହଁ ତାକୁ ମାରିଦେଇଥିବା ଅଭିଯୋଗ ଆଣି ଥାନା ଆଗରେ ଭିକ୍ଷଵ ପ୍ରଦର୍ଶନ କରିଛନ୍ତି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।କାରଣ ଥାନା ଭିତରେ ୨୪ ଘଣ୍ଟା ପୋଲିସ କର୍ମଚାରୀଙ୍କ ଉପସ୍ଥିତି ସତ୍ତ୍ୱେ ଜଣେ ଆସାମୀ କିଭଳି ଆତ୍ମହତ୍ୟା କଲେ, ତାହାକୁ ନେଇ ଏବେ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ତେବେ ଏହା ପଛରେ ପୋଲିସର ଅବହେଳା ରହିଛି ନା ଅନ୍ୟ କିଛି କାରଣ, ତାହା ଉଚ୍ଚସ୍ତରୀୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ଡାବୁଗାଁ ଥାନାରେ ମୃତ୍ୟୁ ହେବା ପରେ ପରିବାରକୁ ନ ଜଣାଇ ଯୁବକର ମୃତ ଶରୀରକୁ ନବରଙ୍ଗପୁର ନିଆ ଯାଇଛି ଏହା ସବୁଠୁ ବଡ଼ ସନ୍ଦେହ ସୄଟି କରୁଛି। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କ ପୁଅକୁ ମାରି ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରୁଛି ଏହା ପଛରେ ପଲିସର କଣ ସ୍ଵାର୍ଥ୍ୟ ରହିଛି ତାହା ଜଣା ପଡୁନାଇଁ ବୋଲି ଅଭିଯୋଗ ଆଣିଲେ ପରିବାର ଲକେ ।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button