District

ଦୁର୍ଗମ ଓ ବିଚ୍ଛିନ୍ନାଞ୍ଚଳରେ ମକା ସହ ଗଞ୍ଜେଇ ଓ ଅଫିମ ଚାଷ

ଦୁର୍ଗମ ଓ ବିଚ୍ଛିନ୍ନାଞ୍ଚଳରେ ମକା ସହ ଗଞ୍ଜେଇ ଓ ଅଫିମ ଚାଷ
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର
ନବରଙ୍ଗପୁର: ଗତ ଦୁଇ ବର୍ଷ ହେବ ଗଞ୍ଜେଇ ସହ ଅଫିମ ଚାଷ ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହୋଇଛି। ରାଇଘର ବ୍ଲକର ମାଲାପାରା ଓ ଝରିଗାଁର ଦୁର୍ଗମ ଅଂଚଳରେ ହେଉଥିବା ଚାଷ ଧୀରେଧୀରେ ତେନ୍ତୁଳିଖୁଣ୍ଟି ବ୍ଲକର ଇନ୍ଦ୍ରାବତୀ ଜଳଭଣ୍ଡାରର ବିଛିନ୍ନାଞ୍ଚଳକୁ ବ୍ୟାପିଥିବା ପୁଲିସ ଓ ଅବକାରୀ ବିଭାଗ ସୁତ୍ରରୁ ସୂଚନା ମଳିଛି।

ବଳାରୀ ଯଦି ପୁଲିସ ରେକର୍ଡକୁ ଦେଖାଯାଏ ୨୦୨୪ ମସିହାରେ କୁନ୍ଦେଇ ଥାନା ଅନ୍ତର୍ଗତ ଦୁର୍ଗମ ଛତିଶଗଡ଼ ସୀମାନ୍ତ ଓଡିଶା ଅଞ୍ଚଳରେ ଅଧ ଏକର ଜମିରେ ଚାଷ କରାଯାଇଥିବା ପ୍ରାୟ ୩୪୨ ଟି ଗଞ୍ଜାଇ ଗଛ ପୁଲିସ ଓ ଅବକାରୀ ବିଭାଗ ଭାଗ ନଷ୍ଟ କରିବା ସହ ଦୁଇଟି ଏନଜିପିଏସ୍ ମାମଲା ରୁଜୁ କରିଥିଲେ । ଏହା ପୁଲିସ ଓ ଅବକ।ରୀ ବିଭାଗ ପାଇଁ ପ୍ରଥମ ଘଟଣା ଥିଲା । ତା ପରେ ୨୦୨୫ ମସିହା ନଭେମ୍ବର ୧୭ ତାରିଖ ଦିନ ଖ।ତିଗୁଡା ଥାନା ଅଞ୍ଚଳର ଇନ୍ଦ୍ରାବତୀ ଜଳଭଣ୍ଡାରର ବିଛିନ୍ନାଚଳରେ ଥିବା ବାଗ୍ରା ଗ୍ରାମରେ ଦେଆଇନ ଚାଷ ହେଉଥିବ। ଗଞ୍ଜେଇ ଚାଷ ଚିହ୍ନଟ କରିଥିଲେ।

ଅଭିଯୁକ୍ତ ଜଣକ ତାଙ୍କ ବ୍ୟକ୍ତିଗତ ଜମିରେ ପ୍ରାୟ ୮ ଡେସିମିଲ ପରିମାଣର ଚାଷ କରିଥିଲେ । ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ କୁ କରିଥିଲେ। ୨୦୨୫ ମସିହା ନଭେମ୍ବର ୨୦ ତାରିଖ ଦିନ ରାଇଘର ବ୍ଲକର କୁନ୍ଦେଇ ଥାନା

ଅନ୍ତ ଗତ ମାଲାପାରା ଗାଁରେ ୨୦ ଡେସିମିଲରେ ହେଉଥୁବା ଚାଷକୁ ଚିହ୍ନଟ କରି ଗଞ୍ଜେଇ ଗଛ ପୁଲି ପୁଲିସ ନଷ୍ଟ କରିଥିଲା। ମକ। ଚାଷ ମଧ୍ୟରେ ଗଞ୍ଜେଇ ଗଛ ଚାଷ କରାଯାଇଥିବା ପୁଲିସ ଦେଖୁଥିଲେ । ସେହିପରି ଅବକାରୀ ବିଭାଗ ଆଉ ଗୋଟିଏ ନୂଆ ଜିନିଷ ଝରିଗାଁ ବ୍ଲକର ଦୁର୍ଗମ ଗାଁରେ ଦେଖିଥିଲେ । ସେଠାରେ ଗଞ୍ଜେଲ ଗଛ ସହ ଅପିମ ଗଛର ଚାଷ କରାଯାଉଥିବା ଦେଖିବାକୁ ମିଳିଥିବା କହିଛନ୍ତି ଅବକାରୀ ଏସପି ପ୍ରତାପ ଦାଶ। ଜିଲ୍ଲା ଅବକାରୀ ବିଭାଗ ୨୦୨୪-୨୫ ଆର୍ଥିକ ବର୍ଷରେ ୧୦୦,୮୦୦ କିଲୋଗ୍ରାମ ଗଞ୍ଜେଇ ଜବତ ରି ୧୧ଟି ଏନଡିପିଏସ୍ ମାମଲା ରୁଜୁ କରି ୧୪ଜଣଙ୍କୁ ଗିରଫ କରିଛି । ଚାଷ ହୋଇଥିବା ୮୦୦ ଗଞ୍ଜାଇ ଗଛ ପଡ଼ୋଶୀ ନଷ୍ଟ କରାଯାଇଥିଲା ବୋଲି କହିଛନ୍ତି ଅବକାରୀ ଏସପି।

୨୦୨୫-୨୬ଆର୍ଥକ ବର୍ଷରେ ୧୪ଟି ଗଞ୍ଜେଇ ମାମାଲା ରୁଜୁ କରି ୧୪ଜଣ ଅଭି ଯୁକ୍ତଙ୍କୁ ଗିରଫ କରାଯିବା ସହ ୧୧୨.୫୯ କିଲୋ ଜବତ ହୋଇଥିଲା। ଚାଷ ହୋଇଥିବା ୧୭୦୫ଟି ଗଞ୍ଜେଇ ଗଛ ନ କରିବା ସହ ୫ଟି ମାମଲା ରୁଜୁ କରି ୪ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଥିଲେ। ଝରିଗାଁ ବ୍ଲକରେ ପ୍ରଥମ ୨୦,୨୮୦ଟି ଅଫିମ ଗଛ (ପପି ପ୍ଲାଣ୍ଟ) ନଷ୍ଟ କରିବା ଜଣକୁ ଗିରଫ କରାଯାଇଥିବା କହିଛନ୍ତି ଅବକାରୀ ଏସପି। ଏହି ଚାଷୀ ମାନେ ଦୁର୍ଗମ, ବିଛିନ୍ନାଞ୍ଚଳ ମକା ଚାଷରେ ମକା ଗଛ ମଝିରେ ଗଞ୍ଜେଇ ଗଛ ଓ ଅଫିମ ଚାଷ କରୁଛନ୍ତି । ଯାହାକୁ ଅଞ୍ଚଳବାସୀ ଜାଣି ପାରୁନାହାନ୍ତି । ଯେଉଁ ଚାଷୀ ମାନେ ପ୍ରାରମ୍ଭିକ ଭାବେ ଆରମ୍ଭ କରିଛନ୍ତି କାଳକ୍ରମେ ବଢ଼ିବାର ଆଶାଙ୍କା ବି ରହିଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button