ଜିଲ୍ଲ।ରେ ଗାଜର ଉତ୍ପାଦନକୁ ମିଳିବ ପ୍ରାଧାନ୍ୟ

ଜିଲ୍ଲ।ରେ ଗାଜର ଉତ୍ପାଦନକୁ ମିଳିବ ପ୍ରାଧାନ୍ୟ
ନନ୍ଦପୁର, ୩/୪ ,କୋରାପୁଟ ଜିଲ୍ଲା
କୋରାପୁଟ ଜିଲ୍ଲାର ମୃଭିକା ଓ ପାଣିପାଗ ଗାଜର ଚାଷ ପାଇଁ ଅନୁକୂଳ। ଏହା ର ସାଧାରଣ ତାପମାତ୍ରାରେ ଅଧୂକ ଦିନ ର ସଂରକ୍ଷିତ ରହୁଥିବାରୁ ଜିଲ୍ଲାରେ ଧାନ ଓ ମାଣ୍ଡିଆ ଓ ପନିପରିବା ଭଳି ଗାଜର ଚାଷକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ ବୋଲି ଜିଲ୍ଲା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ସୁଦାମ ବିଶ୍ଵାଳ ସୂଚନା ଦେଇଛନ୍ତି। ଗାଜରରେ ପ୍ରଚୁର ପରିମାଣର ଭିଟାମିନ -ସ୍ ଏ, ସି, କେ, ବି ୨, ବି ୩, ବି ୬, ଇ ୀ, ସହ ପୋଟାସିୟମ, କପର, ଜିଙ୍କ୍, କ୍ୟାଲସିୟମ୍ ଆଦି ଜରୁରୀ ଖଣିଜ ପଦାର୍ଥ, ଫାଇବର, ଆଣ୍ଟି ଅକ୍ସିଡେଣ୍ଟ, ପ୍ରୋଟିନ, । କାର୍ବୋହାଇଡ୍ରେଟ୍ ଭଳି ପୋଷାକ ତତ୍ତ୍ବ ରହିଛି | ଗାଜର ଚାଷ ଅଳ୍ପ ଖର୍ଚ୍ଚରେ ହୋଇ ଚାଷୀଙ୍କୁ ଅଧିକ ଅମଳ ଦେଇଥାଏ।
ସୂଚନା ମୁତାବକ ଏପ୍ରିଲ ୪କୁ ସାରା ବିଶ୍ବ ଗାଜର ଦିବସ ଭାବେ ପାଳନ କରାଯାଉଛି। ଜିଲ୍ଲାର ନନ୍ଦପୁର,
୬ ବ୍ଲକ୍ରେ ହେଉଛି ୨ କିସମର ଗାଜର ଚାଷ
ଲମତାପୁଟ, ପଟ୍ଟାଙ୍ଗି, ସେମିଳିଗୁଡ଼ା, କୋରାପୁଟ ଓ ଜୟପୁର ବ୍ଳକ ଅଞ୍ଚଳରେ ମୋଟ ୭୫ ହେକ୍ଟର ଜମିରେ ପୁଷା କେଶର ଓ ପୁଷା ମେଘାଳି ଆଦି ୨
କିସମର ଗାଜର ଚାଷ କରାଯାଉଛି। ହେକ୍ଟର ପିଛା ୧୬,୮୨ ମେଟ୍ରିକ ଟନ୍ ହିସାବରେ ମୋଟ ୧୨୫୦ ମେଟ୍ରିକ ଟନ ଗାଜର ଜିଲ୍ଲାରେ ଉତ୍ପାଦନ
ହେଉଛି । ରାଜ୍ୟ, ଦେଶ ଓ ଅନ୍ତର୍ଜାତୀୟ ସ୍ତରରେ ଗାଜରର ଚାହିଦା ମଧ୍ୟ ରହିଛି। ସରକାରଙ୍କ ଗାଜର ଚାଷ ପାଇଁ ଥିବା ହେକ୍ଟର ପିଛା ୨୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ସଦୁପଯୋଗ କରି ଆଗାମୀ ଦିନରେ ଜିଲ୍ଲାରେ ଗାଜର ଚାଷକୁ ପ୍ରାଧାନ୍ୟ ଦିଆଯିବ । ଏହା କଫି, ଅଦା, ଆଳୁ, ଗୋଲମରିଚ, ହଳଦୀ ଆଦି ଚାଷୀଙ୍କୁ ଅଧିକ ଲାଭ ଦେବା ସହ ସ୍ଥାନୀୟ ଲୋକଙ୍କ ପୋଷଣ ତତ୍ତ୍ବ ମଧ୍ଯ ମେଣ୍ଟାଇବ ବୋଲି ଉପନିର୍ଦ୍ଦେଶକ ବିଶ୍ଵାଳ ସୂଚନା ଦେଇଛନ୍ତି। ଏଥିପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭହୋଇଛି। ବିଭାଗୀୟ ଏଏଇ ପ୍ରଶାନ୍ତ ଜାନି, ଜଣେ ଏଏଚ୍ଓ ଏବଂ ଜିଲ୍ଲାର ୩ ଚାଷୀ ଉତ୍ତରପ୍ରଦେଶର ଗାଜର ଚାଷ ପର୍ଯ୍ୟବେକ୍ଷଣ କରି ଆସିଛନ୍ତି। ସେମାନଙ୍କ ଅଭିଜ୍ଞତା ଚାଷ କ୍ଷେତ୍ରରେ ବିନିଯୋଗକରି ବିଭିନ୍ନ ରଙ୍ଗ ଓ କିସମର ଗାଜର ଉତ୍ପାଦନ କରାଯିବ ବୋଲି ଉପନିର୍ଦ୍ଦେଶକ ବିଶ୍ବାଳ ସୂଚନା ଦେଇଛନ୍ତି।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



