District

ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ? ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ହେଉଥୁବା ସମସ୍ତ କାର୍ଯ୍ୟ ନିମ୍ନ ମାନର

ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ? ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ହେଉଥୁବା ସମସ୍ତ କାର୍ଯ୍ୟ ନିମ୍ନ ମାନର

ମାଥିଲି,ତ।୩/୪ ମାଥିଲି ଗ୍ରାମ୍ୟ ଉନ୍ନୟନବିଭାଗ ଅଧୀନରେ ନିର୍ମାଣ କାର୍ଯ୍ୟ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ବେ ଶୁଣିଲାନି ବିଭାଗ

ଅନିୟମିତତା ବିଭାଗୀୟ ଅସାଧୁ ଯନ୍ତ୍ରୀ ଓ ଉଚ୍ଚ ପଦସ୍ଥ କର୍ମଚାରୀ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକା ଯୋଗୁଁ ନିର୍ମାଣ କାର୍ଯ୍ୟ

ଅତି ନିମ୍ନମାନ ର ହୋଇ ଥ‌ିବା ହେତୁ ଓ ନିର୍ମାଣ କାର୍ଯ୍ୟର

ଦୀର୍ଘାୟୁ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମାଥିଲି ବ୍ଲକ ର

ନାୟକଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚାଲାଣଗୁଡା କୁ ସଂଯୋଗ କରୁଥିବା ରାସ୍ତାରେ ଦୁଇ ଗୋଟି ପୋଲ ନିର୍ମାଣ କରାଯାଇଅଛି। ଏହି କାର୍ଯ୍ୟ ଟି ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧୀନରେ ହେଉଅଛି।ଫେବୃଆରୀ ମାସ ରେ ଉକ୍ତ କାର୍ଯ୍ୟ ଟି ଆରମ୍ଭ କରି ନିର୍ଦ୍ଧାରିତ ସମୟ ସୀମାରେ ଶେଷ କରିଛନ୍ତି। ଏହି ଦୁଇଟି

ଏହି ଦୁଇଟି କାର୍ଯ୍ୟ ଆରମ୍ଭ ଦିନ ଠାରୁ ଠିକାଦାର,ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଙ୍କୁ ନିମ୍ନ ମାନର କାର୍ଯ୍ୟ କୁ ନେଇଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କିଛି ସୁଫଳ ମିଳିଲା ନାହିଁ। କାର୍ଯ୍ୟ ର ମାନ ଓ ସାଧାରଣ ଲୋକଙ୍କ

ସୁରକ୍ଷା ଶହ ଏହାର ଦୀର୍ଘାୟୁ ଉପରେ ସାଧାରଣ ଜନତା ପ୍ରଶ୍ନ ଉଥାପନ କରିଛନ୍ତି । ପୁର୍ବରୁ ଏହି ରାସ୍ତା ଓ ରାସ୍ତା ମଝିରେ

ରହିଥ‌ିବା ପୋଲ ଟି ଜରାଜୀର୍ଣ୍ନ ଅବସ୍ଥାରେ ରହିଥ‌ିବାରୁ ପୁନଃ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇ ଥିଲା। ନିର୍ମାଣ ର ୧୦ଦିନ

ବିତି ନାହିଁ ବଡ ପୋଲ ର କଂକ୍ରିଟ କାର୍ଯ୍ୟ ର ଗାର୍ଡୱାଲ ଫାଟି ମେଲା ହୋଇ ଥ‌ିବା ବେଳେ ସାନ ପୋଲ ନିର୍ମାଣରେ

୬ଗୋଟି ଗୋଲାକାର ପାଇପ ବସା ଯାଇ ଥିବା ବେଳେ ୫ଟି ପାଇପ ପୁରୁଣା ଯାହା କି ଆଗରୁ ସେହି ପୋଲ କାର୍ଯ୍ୟରେ

ଲାଗିଥିଲା ଯାହା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଅଛି। ଏ ବିଷୟ ଯେତେବେଳେ ଗ୍ରାମବାସୀ ଜାଣି ଥିଲେ ବିଭାଗୀୟ ସହକାରୀ ଯନ୍ତ୍ରୀ

ସୁଜାତା ଦିସାରି ଏବଂ କନିଷ୍ଠ ଯନ୍ତ୍ରୀ ଲବ ରାମ ମାଝୀ ଙ୍କୁ ଅବଗତ କରିଥିଲେ କିନ୍ତୁ କିଛି ସୁଫଳ ମିଳିନଥିବା କହିଛନ୍ତି।

ଏଭଳି ଘଟଣା ଯେ କେବଳ ନାୟକଗୁଡା ପଞ୍ଚାୟତ ଠାରେ ହେଉଛି ତାହା ନୁହେଁ ମାଥିଲି ବ୍ଲକ ର ପ୍ରାୟ ସମସ୍ତ ପଞ୍ଚାୟତ

ଗୁଡ଼ିକରେ ଏହି ବିଭାଗ ଅଧୀନରେ ହେଉଥ‌ିବା କାର୍ଯ୍ୟ ଗୁଡିକ ଅତି ନିମ୍ନ ମାନର ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତ

ପ୍ରକାଶ କରିଛନ୍ତି । ସରକାରୀ ଅର୍ଥ ର ସଠିକ୍ ବ୍ୟବହାର ଓ ଲୋକଙ୍କ ସୁବିଧା ଦୃଷ୍ଟି ରେ ରଖି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ

ତତ୍କାଳ ତଦନ୍ତ କରି ଦୋଷୀ ଙ୍କ ବିରୋଧ ରେ ପଦକ୍ଷେପ ନେବା ସହିତ ଭିଜିଲାନ ତଦନ୍ତ ଦାବୀ ଜନ ସାଧାରଣ କରିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button