କାଗଜକମଲରେ ସୀମିତ ‘ଆବାସ ଯୋଜନା’ଚାଳ ଛପର ଘରେ ୩ ପରିବାର

କାଗଜକମଲରେ ସୀମିତ ‘ଆବାସ ଯୋଜନା’ଚାଳ ଛପର ଘରେ ୩ ପରିବାର
ଗଞ୍ଜାମ ଜିଲ୍ଲା, ବେଲଗୁଣ୍ଠା, ୩।୪
ସରକାର ଗରୀବ ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଥିବା ଏବଂ ସରକାରଙ୍କ ଆବାସ ଯୋଜନା ପାଇଁ ଯୋଗ୍ୟ ଥିବା ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇଦେବା ଯୋଜନା ଆଣିଛନ୍ତି । କିନ୍ତୁ ଏବେବି ଅନେକ ହିତାଧୀକାରୀ ଏହି ଯୋଜନାରୁ ବାଦ ପଡିଛନ୍ତି, ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ଆବାସ ଯୋଜନାରୁ ବଞ୍ଚିତ ହୁଅନ୍ତି ଦିନ ମଜୁରିଆ, ଗରୀବ, ଆଉ ଖଟିଖୁଆ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଆମ୍ବପୂଆ ପଞ୍ଚାୟତ ଅଧିନ ବଜ୍ରଗଡ ଗାଁରେ ଏବେ ବି ୩ରୁ ଅଧୂକ ପରିବାର ଆବାସ ଯୋଜନାରେ ସାମିଲ ହୋଇନାହାନ୍ତି । ଅନେକ ଯୋଗ୍ୟ ହିତାଧୀକାରୀ ଘର ପାଉଥିବା ବେଳେ ଏବେ ବି ଦୟନୀୟ ଅବସ୍ଥାରେ ସବିତା ନାଏକ, ମନୁ ନାଏକ, ବସୁମତୀ ନାଏକଙ୍କ ପାଇଁ ଆବାସ ଯୋଜନା ସତେ ଯେପରି ସାତ ସପନ ପାଲଟି ଯାଇଛି। ସେମାନେ ଅନ୍ୟ
ପାଖରେ ମୂଲ ଲାଗିଲେ ଘରେ ଚୁଲି ଜଳେ। ଘର ତିଆରି ପାଇଁ ଅର୍ଥ ମଧ୍ୟ ନାହିଁ ଯାହାଫଳରେ ଅସହାୟ ଅବସ୍ଥାରେ ଦିନ ଅତିବାହିତ କରନ୍ତି ଏହି ପରିବାରର ଲୋକେ। ଦିନେ ଖାଇଲେ ଦୁଇ ଦିନ ଉପବାସ ରହିଥିବା କଥା ମଧ୍ୟ କହିଛନ୍ତି | ବର୍ଷା ଦିନେ ପାଣି ଗଳି କାନ୍ଥରୁ ମାଟି ଖସୁଥିବା
କହିଛନ୍ତି, ଏହି ଅସହାୟ ପରିବାର ମାନେ ବାରମ୍ବାର ୱାର୍ଡ ମେମ୍ବର, ସରପଞ୍ଚଙ୍କ ଠାରୁ ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ ବି କେହି ଶୁଣୁନାହାନ୍ତି । ଏନେଇ ବିଡ଼ିଓଙ୍କୁ ପଚରା ଯିବାରୁ ସେ କହିଛନ୍ତି ନିଜେ ସେହି ଗାଁକୁ ଯାଇ ଦେଖୁବେ ଯଦି ସେମାନେ ଯୋଗ୍ୟ ତା’ହେଲେ ଆବାସ ଯୋଜନାରେ ସାମିଲ କରାଯିବ।



