District

କୋଷାଗୁମୁଡ଼ାରେ ପଶୁ ମଡ଼କ ଦୁଇ ଗାଁରୁ ୪୦ ଗାଈ, ୫କୁକୁର ସହ ୨୦ ପକ୍ଷୀଙ୍କ ମୃତ୍ୟୁ

କୋଷାଗୁମୁଡ଼ାରେ ପଶୁ ମଡ଼କ ଦୁଇ ଗାଁରୁ ୪୦ ଗାଈ, ୫କୁକୁର ସହ ୨୦ ପକ୍ଷୀଙ୍କ ମୃତ୍ୟୁ

ନବରଙ୍ଗପୁର,୨/୪: କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ବାମୁଣି ଓ କୁସୁମପଲ୍ଲୀରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନିକଟରେ ରହିଥିବା ବିଜୟନଗର ବାୟୋଟେକ ପ୍ଲାଣ୍ଟ ନିକଟରେ କିଛିଦିନ ମଧ୍ୟରେ ୪୦ଟି ଗାଈ, ୫ଟି କୁକୁର, ୨୦ଟି ପକ୍ଷୀ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି। ଗତକାଲି ଗୋଟିଏ ଦିନରେ ୨୫ଟି ଗାଈ ମଡକ ହୋଇଥିବା ଦେଖିବାକୁ ମିଳିଛି। ଏନେଇ ଖବର ପାଇବା ପରେ ଜିଲ୍ଲାପାଳ ଡ.ମହେଶ୍ଵର ସ୍ବାଇଁ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ସିଡିଭିଓ ଡ.ରାଧାଶ୍ୟାମ ଲାଇକ, ଆଶିଷ କୁମାର , ଉପାଧ୍ଯକ୍ଷ ଯୋଗିନ୍ଦ୍ର ସ୍ବାଇଁ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ରହିବା ସହ ପୁଲିସ ମୁତୟନ କରାଯାଇଛି। ଏହି ପ୍ରାଣୀ ସମ୍ପଦ ସବୁ ବାମୁଣି ଓ କୁସୁମପଲ୍ଲୀର ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ ପ୍ଲାଣ୍ଟରୁ ନିର୍ଗତ କିଛି ପଦାର୍ଥରୁ ଏଭଳି ହୋଇଥିବା ସ୍ଥାନୀୟ ବାସିନ୍ଦା ଓ ଗୋରୁମାଲିକ ମାନେ ଜିଲ୍ଲାପାଳ ଓ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ ଆଜି ମୃତ ସମସ୍ତ ବ୍ୟବଛେଦ ପୋଷ୍ଟମର୍ଟମ କରାଯାଇଥିବାବେଳେ ରିପୋର୍ଟ ଆସିବା ପରେ ହିଁ କାରଣ ସ୍ପଷ୍ଟ ହେବା ଆଶା

କରାଯାଉଛି।

ଜିଲ୍ଲାପାଳ ଜିଲ୍ଲାପାଳ ଡ. ମହେଶ୍ଵର ସ୍ଵାଇଁ କହିଛନ୍ତି ଯେ ଗୋରୁ ବ୍ୟବଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବା ପ୍ରାଥମିକ ଭାବେ ମକା ପ୍ରକ୍ରିୟାକରଣ ହୋଇ ବାହାରୁଥିବା ପାଣିରୁ ଏଭଳି ହୋଇଛି ବୋଲି ଅଭିଯୋଗ ପାଇଛୁ କୋରାପୁଟରେ ରହିଥିବା ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କୁ

ନେଇ ଅବଗତ କରାଯାଇଛି। ଯେଉଁ ପାଣି ବାହାରକୁ ଯାଇଛି ତାହାର ମଧ୍ୟ ନମୂନା ସଂଗ୍ରହ ସହ ନିରୀକ୍ଷଣ କରିଛୁ କିଛି ସ୍ଥାନ ଶୁଖିଯାଇଥିବା ବେଳେ ଗୋଟିଏ ସ୍ଥାନରେ ପାଣି ଜମା ହୋଇ ରହିଛି। ଏହି ପାଣି ପିଇବା ପରେ ଗାଇ ଗୋରୁ ମୃତ୍ୟୁ ହୋଇଥିବା ସଂଦେହ କରାଯାଉଛି ବୋଲି କହିଛନ୍ତି ସେ କହିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button