District

ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ମରାମତି ନିର୍ମାଣରେ ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା

ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ମରାମତି ନିର୍ମାଣରେ ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା
ରାଇଘର, ଯୋଜନାର ନାଁ ହରିଲୁଟ
ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିମ୍ନ ମାନର ରାସ୍ତା ମରାମତି ନିର୍ମାଣ ଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଠାରେ ରାଇଘର ବ୍ଲକ କୁନ୍ଦେଇ ପଞ୍ଚାୟତ ର ଖୁଲୋଲି ଠାରୁ କାନାଡ଼ିହି ରାସ୍ତା ପ୍ରତିଦିନ ଲୋକଙ୍କ ନୀତି ଦିନିଆଁ ଯାତାୟତ ରାସ୍ତାର ଅବସ୍ଥା ଅତି ସୋଚନୀୟ ହୋଇ ପଡିଛି ଏଠି ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଦାଣ୍ଡରେ ପତି ହାଟରେ ଗଡୁଛି।

ଏହି ରାସ୍ତାକୁ ଟିକେ ଭଲ ଭାବେ ଦେଖନ୍ତୁ ଏହି ରାସ୍ରାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମରାମତି କରାଯାଉଛି ରାସ୍ତା ନିର୍ମାଣର କୌଣସି ଫଳକ ଏଠି ଲଗାଯାଇ ନାହିଁ ଫଳରେ ଲୋକେ ରାସ୍ତା ମରାମତି ବାବଦକୁ କେତେ ଖର୍ଜ କରାଯାଇଛି ତାହା ସୃଷ୍ଟ ଭାବେ ଜାଣି ମଧ୍ଯ ପାରୁନାହାନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର ଏହିଭଳି ଖାମ ଖୁଆଲ କାର୍ଯ୍ୟକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକଟ କରିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ସମୟରୁ କେହି ଅଧିକାରୀ ନିରୀକ୍ଷଣ ପାଇଁ ଆସିଲେ ନାହିଁ ଫଳରେ ଠିକାଦାରଙ୍କ ଦ୍ବାରା ଉକ୍ତ କାର୍ଯ୍ୟ ସମ୍ପୁର୍ଣ ନିମ୍ନମାନର କରାଯାଇଛି ଫଳ ସ୍ବରୂପ ବର୍ତମାନ ପିଚୁ ଗୁଡିକ ହାତରେ ଉଠି ଯାଉଛି। ଏହି କାର୍ଯ୍ୟ ଆରମ୍ଭ ସମୟରେ ତଦାରଖ କରିବାକୁ କୈଣସି ବିଭାଗୀୟ ଅଧିକାରୀଙ୍କ ଦେଖା ନଥିଲା ଠିକାଦାର ଜଣକ ମନ ଇଚ୍ଛା କାର୍ଯ୍ୟ କରି ବୟ ବରାଦ ଅର୍ଥକୁ ହରିଲୁଟ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆସିଥ‌ିବା ଅର୍ଥକୁ ଯନ୍ତ୍ରୀ ଓ ଠିକାଦାର ପକେଟ ଗରମ କରୁଛନ୍ତି, ଏହି ରାସ୍ତା ବିଷୟରେ କାନାଡିହି ଗ୍ରାମର ଲଖନ ଗଣ୍ଡ, ପିଲାରାମ ବେର, ଟିକେଶ୍ବର ସତନାମ,ଲୋକେଶ ସତନାମୀ, ହୁଲେସ କେଉଟ,ପୂରଣ କେଉଟ,ଉମେଶ କଲାର,ଭୁନୁ ବାରଲେ,କେସୋ ଲହରେ,ଟିକମ ଶତନାମୀ,ବିଷ୍ଣୁ ଚତୁର୍ବେଦ, ଲକ୍ଷ୍ମଣ ସତନାମୀ ଙ୍କ ସମେତ ସମସ୍ତ ଗ୍ରାମବାସୀ ଏହି ରାସ୍ତା ମରାମତି କୁ ବିରୋଧ କରିଛନ୍ତି ଜିଲ୍ଲା ପ୍ରଶାସନ ଏହି ରାସ୍ତା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button