District

ଶୁଣିଲାଣି ପ୍ରଶାସନ: କାଠପୋଲ ନିର୍ମାଣ କଲେ ଗ୍ରାମବାସୀ

ଶୁଣିଲାଣି ପ୍ରଶାସନ: କାଠପୋଲ ନିର୍ମାଣ କଲେ ଗ୍ରାମବାସୀ

ନନ୍ଦପୁର /ପାଡ଼ୁଆ, ୨୫/୩

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଗୋଲୁର ପଞ୍ଚାୟତ ଗଙ୍ଗାଗୁଡ଼ା ଗ୍ରାମବାସୀ ମିଳିତ ଭାବେ ନାଳ ଉପରେ ଏକ କାଠ ପୋଲ ନିର୍ମାଣ କରିଥିବା ଦେଖ‌ିବାକୁ ମିଳିଛି। ଗାଁଠାରୁ ୮୦୦ମିଟର ଦୂର ନାଳ ପାର ହୋଇ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ, ପୋଷ୍ଟ ଅଫିସ, ଉପସ୍ବାସ୍ଥ୍ୟକେନ୍ଦ୍ର ଯିବାକୁ

ପଡ଼ୁଛି । ନାଳ ଉପରେ ପୋଲ ନ ଥିବାରୁ ଗ୍ରାମବାସୀଙ୍କୁ ଜରୁରୀ କାର୍ଯ୍ୟ ପାଇଁ ୩ କି.ମି. ଦୂର ଅତିକ୍ରମ କରି ଯାତ୍ରାୟାତ କରିବାକୁ ପଡ଼ୁଥିଲା। ପୋଲ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନ ପାଖରେ ଗୁହାରି କରିବା ସତ୍ତ୍ବେ କେହି ନ ଶୁଣିବାରୁ ଗ୍ରାମବାସୀ ଚାନ୍ଦା ଆଦାୟ କରି ପୋଲ ନିର୍ମାଣ କରିଛନ୍ତି।

ସୂଚନାନୁଯାୟୀ, ଗାଁର ଛାତ୍ରୀଛାତ୍ର, କିଶୋରୀ, ଗର୍ଭବତୀ, ବୃଦ୍ଧାବୃଦ୍ଧଙ୍କୁ

ବିଦ୍ୟାଳୟ, ପ୍ରାକ ଶିକ୍ଷା, ଚିକିତ୍ସା, ପୋଷଣ ଖାଦ୍ୟ, ଭତ୍ତା, ଚାଉଳ ନେବାକୁ ଗୋଲୁର ଗ୍ରାମକୁ ଆସିବାକୁ ଅସୁବିଧା ହେଉଥିଲା। ଏଥିଯୋଗୁ ଗଙ୍ଗାଗୁଡା ଗ୍ରାମବାସୀ ଗାଁ ପାର୍ଶ୍ଵରେ ପ୍ରବାହିତ ନାଳ ଉପରେ ଏକ ପୋଲ ନିର୍ମାଣ କରିବାକୁ ଭାବଥିଲେ। ପୋଲ ନିର୍ମାଣ ହେଲେ ଗ୍ରାମବାସୀଙ୍କୁ ମାତ୍ର ୮ଶହ ମିଟର ଦୂର ଅତିକ୍ରମ କରି ପଞ୍ଚାୟତ ସଦର ମହକୁମା ପହଞ୍ଚିପାରିବେ ବୋଲି ଉଲ୍ଲେଖ କରି ଗୋଲୁର ପଞ୍ଚାୟତ, ନନ୍ଦପୁର ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଅନୁରୋଧ ପତ୍ର ଦେଇଥିଲେ। ଏହା ସତ୍ତ୍ୱେ କେହି କର୍ଣ୍ଣପାତ ନ କରିବାରୁ ବାଧ୍ୟ ହୋଇ ଗ୍ରାମର ବିରଞ୍ଚି ମାଟାମ, ରାମ ମାଟାମ, ଲମ୍ବୁ, ମାଟାମ, ଭୀମ ବୁରୁଡ଼ି ଓ ଅନ୍ୟ ଗ୍ରାମବାସୀ ପୋଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଗ୍ରାମବାସୀ ନିଜ ଭିତରେ ୨୦ ହଜାର ଟଙ୍କା ଆଦାୟ କରି କାଠ ବିଛାଇ ପୋଲ ନିର୍ମାଣ କରିଥିଲେ। ଏହି ଯାତାୟାତ କାଠ ପୋଲ ଉପରେ ଲୋକେ ଯାତାୟତ କରୁଛନ୍ତି । ପ୍ରଶାସନ ନାଳ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଦାବି କରାଯାଇଛି।

ଗ୍ରାମବାସୀ କାଠପୋଲ ନିର୍ମାଣ କରୁଛନ୍ତି।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button