District

କ୍ରିଟିକାଲ୍ କେୟାର ୟୁନିଟ୍ ଅଧାପନ୍ତରିଆ

କ୍ରିଟିକାଲ୍ କେୟାର ୟୁନିଟ୍ ଅଧାପନ୍ତରିଆ

ନବରଙ୍ଗପୁର,୨୪/୩: ନବରଙ୍ଗପୁର ଜିଲ୍ଲାରେ ସ୍ବାସ୍ଥ୍ୟସେବା ଭୁଶୁଡ଼ିବାରେ ଲାଗିଛି। ଜିଲ୍ଲାରେ ଆବଶ୍ୟକ ଡାକ୍ତର ନଥିବା ବେଳେ ଭିତ୍ତିଭୂମି ମଧ୍ୟ ଦୁର୍ବଳ ହୋଇପଡ଼ିଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ନାକତଳେ ୧୮କୋଟି ବ୍ୟୟରେ ନିର୍ମାଣାଧୀନ କ୍ରିଟିକାଲ କେୟାର

କୋଠା ୟୁନିଟର କାମ ଆଜି ପର୍ଯ୍ୟନ୍ତ ସରୁନି। ପୂର୍ବ ବିଭାଗ ଦ୍ବାରା ପ୍ରାୟ ୪ ବର୍ଷ ତଳେ ଏହି କ୍ରିଟିକାଲ୍ କେୟାର ୟୁନିଟର ନିର୍ମାଣ ସରିଥିବା ବେଳେ ବିଭିନ୍ନ ଯନ୍ତ୍ରପାତି ସ୍ଥାପନ ଏବଂ ଅନ୍ୟ କାମ ଗୁଡ଼ିକ ଅଟକି ରହିଛି। ଯାହାଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ରୋଗୀଙ୍କ ଚିକିତ୍ସାରେ ସମସ୍ୟା ହେଉଛି। ବିଶେଷ କରି ଦୁର୍ଘଟଣାରେ ଗୁରୁତର ଆହତ ଉଚିତ୍ ସମୟରେ ଚିକିତ୍ସା ପାଇବାରୁ

ବଞ୍ଚିତ ହେଉଛନ୍ତି। ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଇଣ୍ଟେନସିଭ୍ କେୟାର ୟୁନିଟ୍ (ଆଇସିୟୁ)ରେ ମାତ୍ର ୬ଟି ଶଯ୍ୟା ରହିଛି। କିନ୍ତୁ ଭେଣ୍ଟିଲେଟର ନାହିଁ ତେଣୁ ବହୁ ରୋଗୀ ଶଯ୍ୟା ନ ପାଇ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର ହେଉଥିବା ବେଳେ ରାସ୍ତାରେ ମୃତ୍ୟୁ ହେଉଛି। ଯଦି କ୍ରିଟିକାଲ୍ କେୟାର ୟୁନିଟ୍ କାର୍ଯ୍ୟକ୍ଷମ ହେଲେ ଆଗାମୀ ଦିନରେ ହେବାକୁ ଥିବା ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ପାଇଁ ଏହା ଗୋଟିଏ ପ୍ରମୁଖ ଅଙ୍ଗ ଭାବେ କାମ କରିବା କ୍ରିଟିକାଲ୍ କେୟାର ୟୁନିଟରେ ସ୍ବତନ୍ତ୍ର ଭାବରେ ତାଲିମପ୍ରାପ୍ତ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ଏକ ଦଳ ୨୪ ଘଣ୍ଟିଆ ଅତ୍ୟାଧୁନିକ ବୈଷୟିକ ଯନ୍ତ୍ରପାତି ଦ୍ବାରା ଚିକିତ୍ସା ସେବା ପ୍ରଦାନ କରିବେ। ଏଥିରେ ରୋଗୀର ଗୁରୁତ୍ଵପୂର୍ଣ୍ଣ ଲକ୍ଷଣଗୁଡ଼ିକୁ ନିରନ୍ତର ନିରୀକ୍ଷଣ କରିବା ପାଇଁ ମେସିନ୍ ବ୍ୟବହାର ହୋଇଥାଏ। ବିଶେଷ କରି କିଡନି ରୋଗୀଙ୍କ ଡାଏଲିସିସ୍, ଅକ୍ସିଜେନ୍ ଥେରାପି ବି ହୋଇଥାଏ। ତେଣୁ କ୍ରିଟିକାଲ୍ କେୟାର ୟୁନିଟ୍ ହେଲେ ବହୁ ଗୁରୁତର ରୋଗୀ ଉତ୍ତମ ସ୍ବାସ୍ଥ୍ୟସେବା ପାଇବା ସହ ରେଫରାଲ ସଂଖ୍ୟା । ବହୁ ମାତ୍ରାରେ କମିପାରିବ ବୋଲି କହିଛନ୍ତି ଡିଏମଓ ଡ.ସୁକାନ୍ତ ଶତପଥୀ। ତୁରନ୍ତ ଅତ୍ୟାଧୁନିକ ଜୀବନଦାନ କେନ୍ଦ୍ର ବା କ୍ରିଟିକାଲ୍ କେୟାର ୟୁନିଟ୍ କାମ ସାରିବାକୁ ଦାବି ହୋଇଛି|

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button