District

ଲମତାପୁଟ ବ୍ଲକ କାର୍ଯ୍ୟାଳୟ ରେ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲମତାପୁଟ ବ୍ଲକ କାର୍ଯ୍ୟାଳୟ ରେ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ
————————————
ଲମତାପୁଟ 25/03/2026 (ସୁଦର୍ଶନ ରଣା ଲମତାପୁଟ ବ୍ଲକ ) ଲମତାପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ମିଳିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି! ଏହି କାର୍ଯ୍ୟକ୍ରମ ରେ ସମୁଦାୟ 31 ଗୋଟି ଅଭିଯୋଗ ଦାଖଲ ହୋଇଥିଲା ସେଥିମଧ୍ୟରୁ 13 ଗୋଟି ବ୍ୟକ୍ତିଗତ ହୋଇଥିବା ବେଳେ 26ଗୋଟି ସାମୁହିକ ଅଭିଯୋଗ ରହିଥିବା ଜଣାପଡିଛି! ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରୋହିତ ବର୍ମା ଅତିରିକ୍ତ ଜ଼ିଲ୍ଲାପାଳ ତପନ କୁମାର ନାୟକ ଜ଼ିଲ୍ଲା ପରିଷଦ ମୁଖ୍ୟ ଉନୟନ ଅଧିକାରୀ ଶ୍ରୀ ବେଣୁଧର ଶବର କୋରାପୁଟ ଉପାଜ଼ିଲ୍ଲାପାଳ ପ୍ରେମଲାଲ ହିଆଲ ଆ ଇ ତି ଏ ପ୍ରକଳ୍ପ ପ୍ରଶାସକ ସ୍ନେହ ପ୍ରଭା ମାଝୀ! ଜ଼ିଲ୍ଲାମାଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି! ଡ଼କ୍ଟର ଶିବସାଇ ସ୍ୱରୂପ! ଲମତାପୁଟ ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ଜୟନ୍ତ କୁମାର ମେହେର ଓ ତହସିଲଦାର ଶ୍ରୀ ଦିବାକର ବାଘ ଓ ଜ଼ିଲ୍ଲାସ୍ତରୀୟ ବିଭିନ୍ନ ବିଭାଗ ର ବରିଷ୍ଟ ଅଧିକାରୀ ମାନେ ଯୋଗଦାନ ଦେଇ ଥିଲେ! ଉପସ୍ଥାପନା କରାଯାଇଥିବା ସମସ୍ୟା ଗୁଡିକ ଯଥା ଶୀଘ୍ର ସମାଧାନ କରିବାପାଇଁ ବ୍ଲକ ସ୍ତରୀୟ ଦାଇତ୍ୱ ରେ ଥିବା କର୍ମଚାରୀ ମାନଂକୁ ନିର୍ଦେଶ ପ୍ରଦାନ କରିଥିଲେ! ବିଶେଷ କାରି ବାର୍ଦ୍ଧକ୍ୟ ଭତ୍ତା ଓ ପାନୀୟଜଳ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବା ଦେଖିବାକୁ ମିଳିଥିଲା!

Sudarsan Rana (Block Reporter) Lamtaput

Related Articles

Leave a Reply

Your email address will not be published. Required fields are marked *

Back to top button