ଇନ୍ଦ୍ରାବତୀ କେନାଲ ପାଣିରେ ବୁଡି ଯୁବକର ମୃତ୍ୟୁ

ଇନ୍ଦ୍ରାବତୀ କେନାଲ ପାଣିରେ ବୁଡି ଯୁବକର ମୃତ୍ୟୁ
ଇନ୍ଦ୍ରାବତୀ ଦକ୍ଷିଣ
ମୁଖ୍ୟ କେନାଲର ପାତ୍ରବସା ଘାଟକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଯୁବକର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ପାତ୍ରବସା ଗ୍ରାମର ଝସକେତନ ନାଏକ (୩୫) ସକାଳ ସମୟରେ ମୁଖ୍ୟ କେନାଲ ପାତ୍ରବସା ଘାଟକୁ ଗାଧୋଇ ବାକୁ ଯାଇ ଗୋଡ଼ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ। ନିକଟରେ ଥିବା କିଛି ଲୋକ ତୁରନ୍ତି ଖୋଜା ଖୋଜି କରିଥିଲେ, କିନ୍ତୁ ପାଇ ନ ଥିଲେ। ଏହାପରେ ସାଙ୍ଗେ ସାଙ୍ଗେ କଲମପୁର ଅଗ୍ନିଶମ ବିଭାଗ ଖବର ଜଣାଇ ଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଡାକ୍ତର ମୃତ ଘୋଷଣା କରିବା ସହ କଲମପୁର ପୁଲିସ କୁ ସୂଚନା ଦେଇଥିଲେ। ସୂଚନା ପାଇ କଲମପୁର ଥାନା ଅଧିକାରୀ ଶୁନିଲୋ କଣ୍ଡାଗରୀ, ଏସଆଇ ଶିବଶଙ୍କର ମହାନ୍ତି ଶବ ଜବତ କରିବା ସହ ଏକ ଅପମୃତ୍ଯୁ ଜନିତ ମାମଲା ରୁଜୁ କରିବା ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ। ସବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।



