District

ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ “ପ୍ରଗତି” ତରଫରୁ ବିଶ୍ଵ ପଖାଳ ଦିବସ ଅନୁଷ୍ଠିତ

ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ “ପ୍ରଗତି” ତରଫରୁ ବିଶ୍ଵ ପଖାଳ ଦିବସ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୧/୩(ଗରୁଡ ଧ୍ଵଜ ଚୌଧୁରୀ) ଗତକାଲି ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ସ୍ଥାନୀୟ ୟୁଟେକ କମ୍ପ୍ୟୁଟର ଏଜୁକେସନ ସେଣ୍ଟରଠାରେ ପଖାଳ ଦିବସ ଧୁମଧାମରେ ପାଳିତ ହୋଇଯାଇଅଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଖଣି ଅଧିକାରୀ ଦିପେନ୍ ପରିଡ଼ା, ବିଶିଷ୍ଟ ଅତିଥି ଭାବେ ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ମୁଖବକ୍ତା ଭାବେ ବିନୋଦିନୀ କନିଷ୍ଠ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସେବା ନିବୃତ ଜିଲ୍ଲା ସଂସ୍କୃତି ଅଧିକାରୀ ରାମଚ଼ନ୍ଦ୍ର ପାଢୀ, ଓ ଦିନେଶ ମହାରଣା ପ୍ରମୁଖ ଯୋଗ ଦେଇ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳର ମହାତ୍ମ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଅନୁଷ୍ଠାନର ସଭାପତି ଲୋକନାଥ ମିଶ୍ର ଏବଂ କାର୍ଯ୍ୟକ୍ରମର ସଂଯୋଜକ ଭାବେ ପ୍ରଗତିର ଉପଦେଷ୍ଟା ତଥା ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗ ଦେଇ ପଖାଳର ବହୁମୁଖୀ ତାତ୍ତ୍ଵିକ ଗୁଣର ଆଲୋଚନା କରିଥିଲେ।
ସୂଚନାଯୋଗ୍ୟ, ସଭାର ପ୍ରାରମ୍ଭରେ ସ୍ନେହା ବେହେରା ଅତିଥିମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ପରିଚୟ ବିସ୍ତୃତରେ ରଖିଥିଲେ ତଥା ସମ୍ପାଦିକା ତନୁଜା ଶତପଥୀ କାର୍ଯ୍ୟକ୍ରମର ପ୍ରାକ୍ ସୂଚ଼ନା ଦେଇଥିଲେ। ପରେ ଏହି କାର୍ଯ୍ୟକ୍ରମର ପୂର୍ବରୁ ହୋଇଥିବା ପ୍ରତିଯୋଗିତାକୁ ନେଇ ବିଜେତାମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ସର୍ବଶେଷରେ ମୁରଲୀଧର ପରିଛା ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇତିଶ୍ରୀ ମହାପାତ୍ର, ପ୍ରଜ୍ଞାସା ମହାପାତ୍ର, ଶୁଭଶ୍ରୀ ଭୁକ୍ତା, ଡାକ୍ତର ମୁର୍ମୁ,ଭାଗବତ ପାଢ଼ୀ, ପ୍ରଦୀପ ଜେନ୍ନା, ଚ଼ଣ୍ଡି ପ୍ରସନ୍ନ ନାୟକ, ମାନସୀ ପଣ୍ଡା, ପ୍ରଫୁଲ୍ଲା ବେବର୍ତ୍ତା, ରାଜେଶ୍ୱରୀ ସ୍ୱାଇଁ ପ୍ରିୟା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button