District

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳୁଛି

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳୁଛି

ଏକ ବଡ଼ ସଫଳତା। ବାଲିଗୁଡ଼ାରୁ ରାଜ୍ୟ ବାହାର କୁ ଚାଲାଣ ହେଉଥ‌ିବା ଏକ ବୋଲେର ପିକଅପ ଭ୍ୟାନ (ଓଡି୩୧, ୫୯୦୧) ରୁ ଜବତ ହେଲା ହୋଇଛି ୭ ଶହ କେଜି ଗଞ୍ଜେଇ। ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ବାଲିଗୁଡ଼ା ଥାନା ଆଇଆଇସି ଶିବରାଜ ସିଂଘାଙ୍କ ନେତୃତ୍ବରେ ବାରଖମା ଫାଣ୍ଡି ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି ଗୁରବାର ସନ୍ଧ୍ୟା ସମୟରେ ଶୁଦ୍ରା ଘାଟିରେ ପେଟ୍ରୋଲିଂ କରୁ କରୁଥିବାବେଳେ ଜଙ୍ଗଲ ମଧ୍ୟରେ ଗଞ୍ଜେଇ ବୋଝେଇ ବୋଲେରୋ ପିକଅପ ଭ୍ୟାନ କୁ ଜବତ କରିଥିଲେ। ଅଭିଯୁକ୍ତ ଡ୍ରାଇଭର ଗାଡ଼ି ଟିକୁ ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ପୋଲିସ ବୋଲେର ପିକପ ଭ୍ୟାନ କୁ ଯାଞ୍ଚ ବେଳେ ଡାଲା ଉପରେ ଜରି ପାଲୋ ଭିତରୁ ୭ଶହ କେଜି ଗଞ୍ଜେଇ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ୍ୟ ଟଙ୍କା ରୁ ଉଦ୍ଧ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଥାନାରେ ଏନଡିପିଏ ଏନଡିପିଏସ୍ ମାମଲା ରୁଜୁ କରିବା ସହ ସହ ଅଧୂକ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button