District

ଟେଣ୍ଡର ହେଉନି, ବରଡ଼ାଯୋଡ଼ିକୁ ପକ୍କା ରାସ୍ତା ନିର୍ମାଣ ବିଳମ୍ବ

ଟେଣ୍ଡର ହେଉନି, ବରଡ଼ାଯୋଡ଼ିକୁ ପକ୍କା ରାସ୍ତା ନିର୍ମାଣ ବିଳମ୍ବ

ତେନ୍ତୁଳିଖୁଣ୍ଟି, ୨୧/୩ ନବରଙ୍ଗପୁର

ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ବରଡ଼ାଯୋଡି ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ହୋଇପାରୁନି ପାହାଡ଼ ତଳିଆ ଅଞ୍ଚଳରେ ଥିବା ବରଡ଼ାଯୋଡ଼ି ଗ୍ରାମରେ ୭୦ ପରିବାର ବସବାସ କରନ୍ତି। ତେବେ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ହୋଇପାରୁ ନଥିବା ଯୋଗୁଁ ଗ୍ରାମବାସୀ ଦଶନ୍ଧି ଦଶନ୍ଧି ଧରି ହଇରାଣ ହେଉଛନ୍ତି। ବିଶେଷକରି ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁନଥିବା ଯୋଗୁଁ ରୋଗୀ ଓ ଗର୍ଭବତୀ ମେଡିକାଲ ପହଞ୍ଚିବାରେ ଅସୁବିଧା ଭୋଗୁଛନ୍ତି ତେନ୍ତୁଳିଖୁଣ୍ଡି ଠାରୁ ସିନ୍ଧିଗୁଡ଼ା ପର୍ଯ୍ୟନ୍ତ ଦୀର୍ଘ ୧୨ କିଲୋମିଟର ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଛି। ତେବେ ସିନ୍ଧିଗୁଡା ଠାରୁ ପାହାଡ଼ ରାସ୍ତା ଦେଇ ବରଡ଼ାଯୋଡିକୁ ଲମ୍ବିଥିବା ୩ କିଲୋମିଟର ପକ୍କା ରାସ୍ତା ହୋଇପାରିନି ଖାଲଢିପ ପାହାଡ଼ିଆ ରାସ୍ତାରେ ଗାଡ଼ିମୋଟର ଯିବା ଦୂରର କଥା

ପାଦରେ ଚାଲି ଚାଲି ଯିବା କଷ୍ଟସାଧ୍ୟ ହୋଇପଡ଼ିଛି। ଗ୍ରାମବାସୀ ଚାଲି ଚାଲି ୩ କିଲୋମିଟର ପାହାଡ଼ିଆ ରାସ୍ତା ଅତିକ୍ରମ କରି ସିନ୍ଧିଗୁଡ଼ା ଆସିବା ପରେ ଗାଡ଼ିମୋଟର ସୁବିଧା ମିଳୁଛି। ସମ୍ପୃକ୍ତ ଗ୍ରାମବାସୀଙ୍କୁ ସ୍ଵାଧୀନତା ପରଠାରୁ ଏଭଳି ଅବସ୍ଥା ଭୋଗିବାକୁ ପଢୁଛି। ସିନ୍ଧିଗୁଡ଼ାରୁ ମାତ୍ର ୩ କିଲୋମିଟର ରାସ୍ତାକୁ ପକ୍କା ରାସ୍ତା କରିବାକୁ ବରଡ଼ାଯୋଡ଼ି ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ରାଜେଶ ସୋରେନଙ୍କୁ ପଚାରିବାରୁ ସିନ୍ଧିଗୁଡ଼ାରୁ ଭାୟା ବରଡ଼ାଯୋଡ଼ି ଦେଇ ଡାଇକ୍-୧ ପର୍ଯ୍ୟନ୍ତ ସାଢ଼େ ୪କୋଟି ଏବଂ ବିଜାପଦରରୁ ମଦଗୁଲୁମି, ଲଦିପଦର ଦେଇ ବରଡ଼ାଯୋଡ଼ି ପର୍ଯ୍ୟନ୍ତ ୫କୋଟି ବ୍ୟୟରେ ରାସ୍ତା ନିର୍ମାଣ ପାଇଁ ଡିପିଆର ମଞ୍ଜୁର ହୋଇସାରିଛି ଟେଣ୍ଡର ପରେ ରାସ୍ତା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button