District

ଡାକ୍ତରଖାନା ରାସ୍ତାରେ ବାଲିଗଦା

ଡାକ୍ତରଖାନା ରାସ୍ତାରେ ବାଲିଗଦା

ଉମରକୋଟ, ୧୯/୩: ଉମରକୋଟ ସହର ମୁଖ୍ୟ ରାସ୍ତାରୁ ଉପଖଣ୍ଡୀୟ ଚିକିତ୍ସାଳୟକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତା ଉପରେ ବାଲି ଗଦା ହୋଇଥିବାରୁ ଗାଡ଼ି ଚଳାଚଳ ଓ ଯାତାୟାତରେ ସମସ୍ୟା ହେଉଛି। ରାସ୍ତା ଉପରେ ଦୈନନ୍ଦିନ ଶହଶହ ରୋଗୀ ନିର୍ଭର କରନ୍ତି । ଖାଲି ରୋଗୀ ନୁହେଁ ଏହି ରାସ୍ତା ଉମରକୋଟ ପେଣ୍ଡାଣୀ କଲେଜ, ବହୁ ସରକାରୀ କାର୍ଯ୍ୟାଳୟ ଓ ସହରାଞ୍ଚଳର କିଛି ସାହିକୁ ମୁଖ୍ୟତଃ ସଂଯୋଗ କରିଥାଏ । ବାଲି ଗଦା ହୋଇ ରହିବା ଦ୍ବାରା ଗୁରୁତର ରୋଗୀ ବହନ କରୁଥିବା ଆମ୍ବୁଲାନ୍ସ, ଜନନୀ ଏକ୍ସପ୍ରେସକୁ ସାମ୍ନା ପଟୁ ଆସୁଥିବା ଗାଡି ପାଇଁ କିଛି ସମୟ ଅଟକିବାକୁ ପଡୁଛି। ରାସ୍ତା ମଝିରେ ଏକ ଗର୍ଭସୃଷ୍ଟି ହୋଇଥିବାରୁ ଛୋଟବଡ଼ ଦୁର୍ଘଟଣା ଘଟୁଥ‌ିବାର ନଜିର ଥୁବା ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଉମରକୋ କାଟ ପୂର୍ତ୍ତ ବିଭାଗ ଅଧିକାରୀ ବିଶ୍ଵରଞ୍ଜନ ଦେହୁରୀଙ୍କୁ

ପଚାରିବାରୁ ‘ଏ ରାସ୍ତାଟି ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ ହୋଇନାହିଁ। ଯେଉଁ ଠିକା ସଂସ୍ଥା ଏହି କାମ ନେଇଥୁଲା, ସେ ଠିକ ଭାବେ କାମ ନ‌କରିବାରୁ ତାକୁ ନୋଟିସ ସହ ଜୋରିମାନା ମଧ୍ୟ

ହୋଇଛି। କାମର ଅବଧୂ ସରିଥିଲେ ବି ଏଯାବତ ସଂସ୍ଥା ବିଳମ୍ବ କରିବାରୁ ଶୀଘ୍ର କାମ ସାରିବାକୁ ନୋଟିସ୍ ଦିଆଯାଇଛି। ରାସ୍ତାରୁ ଶୀଘ୍ର ବାଲି କଢ଼ାଯିବ’ ବୋଲି କହିଛନ୍ତି ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button