ସାବେରୀ ନଦୀରୁ ନରକଙ୍କାଳ ଉଦ୍ଧାର

ସାବେରୀ ନଦୀରୁ ନରକଙ୍କାଳ ଉଦ୍ଧାର
ବୈପାରୀଗୁଡା, ୧୯/୩
ଗତକାଲି କୋରାପୁଟ ଓଡ୍ରାଫ ଦଳ ବୈପାରୀଗୁଡା ପୋଲିସ ଏବଂ ମାଜିଷ୍ଟ୍ରେଟ ଶ୍ରୀ ଖଗେଶ୍ଵର ସୌରାଙ୍କ ଉପସ୍ଥିତିରେ ସାବେରୀ ନଦୀରୁ ଏକ ନର କଙ୍କାଳ ଖଣ୍ଡ ବିଖଣ୍ଡ ଅବସ୍ଥାରେ ଉଦ୍ଧାର କରିଛି। ଏହି ନରକଙ୍କାଳ ଗତ ଫେବୃଆରୀ ମାସ ୧ ତାରିଖରେ ମାଛ ଧରିବାକୁ ଯାଇ ବୁଡ଼ିଯାଇଥିବା ଗୋଟିଏ ପରିବାରର ୪ ଜଣଙ୍କ ମଧ୍ୟରୁ ମାଆଙ୍କ କଙ୍କାଳ ବୋଲି ପୋଲିସ ସନ୍ଦେହ କରୁଛି। ଡିଏନଏ ପରୀକ୍ଷା ପରେ ଏହା ଜଣାପଡିବ ବୋଲି ବୈପାରିଗୁଡା ଥାନା ଅଧିକାରୀ ପ୍ରକାଶ କରିଛି। ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଫେବୃଆରୀ ମାସ ୧ ତାରିଖରେ ଏହି ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି
ଗ୍ରାମର ଲଳିତ ପୂଜାରୀ ନିଜ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ସାବେରୀ ନଦୀକୁ ମାଛ ମାରିବାକୁ ଯାଇଥିଲେ। ଦୁର୍ଭାଗ୍ୟବସତଃ ଡ଼ଙ୍ଗା ବୁଡ଼ିଯାଇ ସମସ୍ତେ ନିଖୋଜ ଥିଲେ । ଏହାର ତିନି ଦିନ ପରେ ପିତା ଲଳିତ ଓ ସାନ ଝିଅର ଶବ ମିଳିଥିଲା କିନ୍ତୁ ବଡ଼ ଝିଅ ସହ ମାଆଙ୍କ କିଛି ଖୋଜଖବର ନଥିଲା। ଏବେ ମିଳିଥିବା ଶବ ମାଆ ଗୁରିଙ୍କ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



