କୁଆପଥର ବର୍ଷାରେ ପାପଡାହାଣ୍ଡି ବ୍ଲକରେ ବ୍ୟାପକ ଫସଲ ନଷ୍ଟ

କୁଆପଥର ବର୍ଷାରେ ପାପଡାହାଣ୍ଡି ବ୍ଲକରେ ବ୍ୟାପକ ଫସଲ ନଷ୍ଟ
ନବରଙ୍ଗପୁର । । ୧୯। ୩ : ପାପଡାହଣ୍ଡି ବ୍ଲକ ରେ ହୋଇଥିବା କୁଆପଥର ସହିତ ବର୍ଷାରେ ପାପଡାହାଣ୍ଡି ବ୍ଲକରେ ବ୍ୟାପକ ଭାବେ ଫସଲ କ୍ଷତି ହୋଇଥିବା ଦେଖିବାକୁ ମିଳିଛି । ନଦୀ ତଟର ସହ ସହ ହେକ୍ଟର ଜମିରେ ଚାଷୀ କରିଥିବା ଖରା ମକା ଫସଲ ସମୟରେ ବର୍ତ୍ତମାନ ଫୁଲ ବାହାରିବା ସମୟରେ କୁଆପଥର ମାଡରେ ଗଛ ଗୁଡିକ ସମ୍ପୂର୍ଣ ଭାବେ ଛାରଖାର ହୋଇଯାଇଛି । ଚାଷୀ ଧାର କରଜ କରି କରିଥିବା ଚାଷ ନଷ୍ଟ ହୋଇଯିବା ଫଳରେ ଚାଷୀ କୁଳ ଭାଙ୍ଗି ପଡି ହତାଶ ହୋଇଯାଇଛନ୍ତି । ଏଥି ସହିତ କାଜୁ, ଆମ୍ବ, ତେନ୍ତୁଳି ବିଭିନ୍ନ ପ୍ରକାର ପନିପରିବା ଚାଷ ସମ୍ପୂର୍ଣ ଭାବେ ନଷ୍ଟ ହୋଇଥୁବା ଦେଖୁବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଫସଲର ସଠିକ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି ଆର୍ଥିକ ସହାୟତା ପ୍ରଦାନ କରିବାକୁ କ୍ଷତିଗ୍ରସ୍ତ ଚାଷୀ ଏବଂ ଅଂଚଳ ବାସୀଙ୍କ ତରଫରୁ ଦାବି ଉଠିଛି ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



