ଗଂଜେଇ ଜବତ, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ଗଂଜେଇ ଜବତ, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ
ପାପଡାହାଣ୍ଡି, ୧୬/୦୩: ଆଜି ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶ
କ୍ରମେ ମୈଦଲପୁର ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ମୈଦଲପୁର ହାଟପଦା ନିକଟରେ ଆନ୍ଧ୍ରପ୍ରଦେଶ ର ହାଇଦ୍ରାବାଦ ଅଭିମୁଖେ ଯିବାପାଇଁ ବସ କୁ ଅପେକ୍ଷା କରିଥିବା ସମୟରେ କଳାହାଣ୍ଡି
ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧୀନ ବାଗବେଢା ଗ୍ରାମର ସୁରେଶ ମାଝୀ (୨୪) ଏବଂ ଧନେଶ୍ଵର ହରିଜନ (୨୦) ଙ୍କ ଠାରୁ ୩୯ କେ.ଜି. ୩୧୦ ଗ୍ରା. ମ୍. ଗଂଜେଇ, ଦୁଇଟି ମୋବାଇଲ ସହିତ ଦୁଇ ହଜାର ପଚାଶ ଟଙ୍କା ପୋଲିସ ଜବତ କରିଛନ୍ତି I ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ମୈଦଲପୁର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନି ରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧକ୍ଷକ ଆଦିତ୍ୟ ସେନ । ସୂଚନା ଅନୁସାରେ, ମୈଦଲପୁର ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ମୈଦଳପୁର ସାପ୍ତାଦିକ ହାଟପଦା ନିକଟରେ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ୪ ଟି ଏୟାର ବ୍ୟାଗ ଧରି ହାଇଦ୍ରାବାଦ ଅଭିମୁଖେ ଯିବା ପାଇଁ ବସ କୁ ଅପେକ୍ଷା କରିଥିଲେ । ପୋଲିସ ସେମାନଙ୍କୁ ଦେଖା ସନ୍ଦେହ କରି ପଚରାଉଚରା କରି ବ୍ୟାଗ ଯାଞ୍ଚ କରିଥିଲେ । ବ୍ୟାଗ ଭିତରୁ ଦଶ ଗୋଟି ଜରି ପ୍ୟାକେଟ ରେ ଗଂଜେଇ ବାହାରିଥିଲା । ଉକ୍ତ ସମୟରେ ପାପଡାହାଣ୍ଡି ଅତିରିକ୍ତ ତହସିଲଦାର ସସ୍ମିତା କୁମାର ଜେନା, ପାପଡାହାଣ୍ଡି ଉପଖଣ୍ଡ ଆରକ୍ଷୀ ଅଧ୍ୟକ୍ଷକ ସତ୍ୟଜିତ କଣ୍ଡା”କେଲ, ମୈଦଲପୁର ଥାନା ଅଧିକାରୀ ଯୁଗଳ ଶବର ପ୍ରମୁଖ ଉପସ୍ଥିତ ଥିଲେ । ଏ ନେଇ ମୈଦଳପୁର ଥାନାରେ କେଶ ନଂମ୍ବର ୨୫/୨୬ରେ ମାମଲା ରୁଜୁ ହୋଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



