ଗାନ୍ଧୀ ଛକ କେନାଲ ସେତୁ ଭୁଶୁଡ଼ିବା ଆଶଙ୍କା

ଗାନ୍ଧୀ ଛକ କେନାଲ ସେତୁ ଭୁଶୁଡ଼ିବା ଆଶଙ୍କା
ଚେଇଁ ଶୋଇଛି ଜାତୀୟରାଜପଥ, ହାଇମାରୁଛି ଜଳସମ୍ପଦ ବିଭାଗ
ଜୟପୁର, ୧୬/୩: ଜୟପୁର ଗାନ୍ଧୀ ଛକ ମୁଖ୍ୟ କେନାଲ ସେତୁ ଭୁଶୁଡ଼ିବା ଆଶଙ୍କା କରାଯାଉଛି । ଧୀରେ ଧୀରେ ପୋଲ ଭାଙ୍ଗିବା ଅବସ୍ଥାକୁ ଆସି ଯାଇଛି ସେତୁ ଭାଙ୍ଗିଲେ ଜୟପୁର ସହର ଦେଇ ଯାଉଥିବା ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ହୋଇଯିବା କୋରାପୁଟଠାରୁ ଜୟପୁର ସହର ବିଚ୍ଛିନ୍ନ ହୋଇଯିବା ଭୟ ସହରବାସୀଙ୍କୁ ଘାରିଛି। ବିପଦସଙ୍କୁଳ ଅବସ୍ଥାରେ ସେତୁ ରହିଛି । ନୂତନ ସେତୁ ନିର୍ମାଣ କରିବାକୁ ଡିପିଆର ପ୍ରସ୍ତୁତ କରାଯାଇ ନାହିଁ। ଜାତୀୟ ରାଜପଥ ବିଭାଗ ଚେଇଁ ଶୋଇଥିବା ବେଳେ ଜଳସମ୍ପଦ ବିଭାଗ ହାଇ ମାରୁଥିବା ଆଲୋଚନା ହେଉଛି । ଜାତୀୟ ରାଜପଥ ଦେଇ ପ୍ରତିଦିନ ହଜାର ହଜାର ଗାଡିମୋଟର ଚଳାଚଳ କରୁଛି । ସେହି ସେତୁ ଭାଙ୍ଗିଗଲେ ଯାତାୟାତ ସମ୍ପୂର୍ଣ ବନ୍ଦ ହୋଇଯିବା ଭୟ ଘାରୁଛି ଉକ୍ତ ସେତୁ କୋଲାବ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ସମୟରୁ ନିର୍ମାଣ କରାଯାଇଛି । ୪୫ ବର୍ଷ ପୂର୍ବରୁ କୋଲାବ ମୁଖ୍ୟ କେନାଲ ଉପରେ ସେତୁ ନିର୍ମାଣ କରାଯାଇଥିବା ନେଇ ଜଳସମ୍ପଦ ବିଭାଗର ବିଭାଗୀୟ ଯନ୍ତ୍ରୀମାନେ ପ୍ରକାଶ କରିଛନ୍ତି । ସେତୁକୁ ଜଳସମ୍ପଦ ବିଭାଗ ତରଫରୁ ପ୍ରଥମେ ନିର୍ମାଣ କରାଯାଇଥିଲା । ବିଶାଖାପଟଣାଠାରୁ ରାୟପୁରକୁ ଜାତୀୟ ରାଜପଥ ଭାବେ ଘୋଷଣା ପରେ କୋଲାବ ମୁଖ୍ୟ କେନାଲ ଉପରେ ନିର୍ମିତ ସେତୁ ଏନ୍ଏଚ୍ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ସେବେଠାରୁ ଜାତୀୟ ରାଜପଥ ବିଭାଗ କେନାଲ ଉପର ସେତୁ ରକ୍ଷଣାବେକ୍ଷଣ କରି ଆସୁଛି ଦୁଇରୁ ତିନି ବର୍ଷ ବିତିଲାଣି ଗାନ୍ଧୀ ଛକ ସେତୁ ଦୁର୍ବଳ ସ୍ଥିତିକୁ ଆସି ଯାଇଛି । ଧୀରେ ଧୀରେ ସେତୁ ଦବି ଯାଉଛି । ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି ବିଭାଗୀୟ ଯନ୍ତ୍ରୀ ମରାମତି କରିଥିଲେ । ବର୍ତ୍ତମାନ ସେତୁ ତଳେ ଥିବା ପିଅର (କେନାଲ ତଳୁ ଉଠିଥିବା ୱାଲ)ଗୁଡିକ ଦୁର୍ବଳ ହୋଇଯାଉଛି । ପିଅର ଓ ସୁପ ମଝିରେ ବିରାଟ ଗଛ ଉଠି ସେତୁକୁ ଦୁର୍ବଳ
କରି ଦେଉଥିବା ଦେଖିବାକୁ ମିଳିଛି । ପିଅର ଉପରେ ରହିଥିବା ସେତୁ ସ୍ନାପ ଭଗ୍ନ ଅବସ୍ଥାକୁ ଆସି ଯାଇଛି । ପାରାପେଟ ୱାଲଗୁଡିକ ଭାଙ୍ଗି ଯାଇଛି କେନାଲରେ ପାଣି ବନ୍ଦ ହେଲେ ପିଅର ସ୍ଥିତି ମରାମତି କରିବାର ନିୟମ ରହିଛି । ଆଜି ଯାଏ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ହେବ ପିଅର ମରାମତ ଜଳସମ୍ପଦ ବିଭାଗ ତରଫରୁ କରାଯାଇ ନାହିଁ । ଜଳସମ୍ପଦ ବିଭାଗ ଦ୍ଵାରା ପିଅର ମରାମତି କରାଯାଉ ନ ଥିବାରୁ ଜାତୀୟ ରାଜପଥ ବିଭାଗ ତରଫରୁ ସେତୁ ସ୍ଥାୟିତ୍ବ ସମ୍ବନ୍ଧରେ ନିୟମିତ ଯାଞ୍ଚ କରି ରିପୋର୍ଟ ପ୍ରଦାନ କରାଯାଉ ନ ଥିବା ଜଣାପଡ଼ିଛି । ଜଳସମ୍ପଦ ଓ ଜାତୀୟ ରାଜପଥ ବିଭାଗର ଅପାରଗତାରୁ ଗାନ୍ଧୀ ଛକ ସେତୁ ଦୁର୍ବଳ ଅବସ୍ଥାକକୁ ଆସି ଯାଇଥିବା ଅଭିଯୋଗ ହେଉଛି। ଗତ ଫେବ୍ରୁଆରୀ ୨୦ରେ କୋଲାବ ମୁଖ୍ୟ କେନାଲ ଉପରେ ରହିଥିବା ପୁଟ୍ରାଗୁଡାଠାରୁ କଳାଗୁଡାକୁ ସଂଯୋଗ କରୁଥିବା ସେତୁ ହଠାତ ଭୁଶୁଡି ପଡ଼ିଥିଲା । ସେହି ସମୟରେ ଯନ୍ତ୍ରୀମାନେ ଅନୁଧ୍ୟାନ କରିବାରୁ ଜଣାପଡ଼ିଥିଲା ଯେ,ସେତୁ ତଳେ ରହିଥିବା ପିଅରଗୁଡିକର କ୍ଷଣାବେକ୍ଷଣ କରାଯାଇ ନ ଥିଲା । ତେଣୁ ୧୯୮୨ ମସିହାରେ ନିର୍ମିତ ସେତୁ ଭୁଶୁଡି ପଡ଼ିଥିଲା ବୋଲି ଜଳସମ୍ପଦ ବିଭାଗର ଅଧିକାରୀ ଜଣଙ୍କ ନିଜ ନାମ ଗୁପ୍ତ ରଖ୍ ପ୍ରକାଶ କରିଛନ୍ତି । ଠିକ ଅନୁରୂପ ଭାବେ
୧୯୮୦ ମସିହାରେ ନିର୍ମିତ ଗାନ୍ଧୀ ଛକ କେନାଲ ସେତୁ ଦୁର୍ବଳ ଅବସ୍ଥାକୁ ଆସି ଯାଇଛି କେଉଁ ମୁହୂର୍ତ୍ତରେ ଭୁଶୁଡି ପଡ଼ିବ ବୋଲି ଯନ୍ତ୍ରୀମାନେ ଆଶଙ୍କା କରୁଛନ୍ତି । କୋଲାବ ମୁଖ୍ୟ କେନାଲ ଉପରେ ୮ରୁ ଉର୍ଦ୍ଧ ସେତୁ ରହିଛି । ମୁଖ୍ୟ କେନାଲ ଉପରେ ଜୟନ୍ତଗିରି ଓ ଗାନ୍ଧୀ ଛକ ସେତୁ ଜାତୀୟ ରାଜପଥ ବିଭାଗ ଅଧୀନରେ ରହିଛି । ଗାନ୍ଧୀ ଛକ କେନାଲ ସେତୁ ଦେଇ ଜୟପୁର ସହରରୁ ହଜାର ହଜାର ବସ୍, ଟ୍ରକ, କାର୍ ଯାତାୟାତ କରୁଛି। ୩୦ରୁ ୩୫ ଟନ ଓଜନର ଟ୍ରକ୍ଗୁଡିକ ମାଲ ପରିବହନ କରି ଜୟପୁର ଦେଇ ବିଶାଖାପାଟଣା ଓ ରାୟପୁର ଯାଉଛି । ସେହି ସେତୁ ଭୁଶୁଡିଲେ ଜୟପୁରକୁ ସମ୍ପୂର୍ଣ ଯୋଗଯୋଗ ବିଚ୍ଛିନ୍ନ ହୋଇଯିବା କୋରାପୁଟରୁ ଆସୁଥିବା ସମସ୍ତ ଗାଡି ଜୟପୁର ସହର ଭିତରକୁ ପ୍ରବେଶ କରିପାରିବ ନାହିଁ । ସେତୁ କ୍ଷତି ହେଲେ ଜୟପୁରଠାରୁ କୋରାପୁଟ ଯିବା ପାଇଁ ବୋରିଗୁମ୍ମା ରାଣୁଗୁଡା ରାସ୍ତାରେ ଯାତାୟାତ କରିବାକୁ ପଡ଼ିବ ବୋଲି ଆଲୋଚନା ହେଉଛି। ବର୍ତମାନ ଜାତୀୟ ରାଜପଥ ବିଭାଗ ଅଧୀନରେ ସେତୁ ରହିଛି । ସେଥିପାଇଁ ତାଙ୍କ ବିଭାଗର ଯନ୍ତ୍ରୀ ଠିକ ପ୍ରତିକ୍ରିୟା ଦେଇ ପାରିବେ ବୋଲି ଇନ୍ଦ୍ରାବତୀ ଓ କୋଲାବ ଅବବାହିକାର ମୁଖ୍ୟ ଯନ୍ତ୍ରୀ କରୁଣାସାଗର ବେହେରା ପ୍ରକାଶ କରିଛନ୍ତି। ଜାତୀୟ ରାଜପଥ ବିଭାଗ ଅଧୀନରେ ଗାନ୍ଧୀ ଛକ କେନାଲ ସେତୁ ରହିଛି । ତାହାର ବାମ ପାର୍ଶ୍ଵ ଦବି ଯାଇଥିବା ନଜରକୁ ଆସିଛି ପୋଲ ରହିଥିବା ରାସ୍ତା ରକ୍ଷଣାବେକ୍ଷଣ ସମୟ ଆହୁରି ରହିଛି । ସେଥିରେ ୨୦୨୮ ଯାଏ ମରାମତି କରାଯିବା ଅକା
ବିପଦପୂର୍ଣ ଅବସ୍ଥାକୁ ଆସିଲେ ତାହାର ବିକଳ୍ପ ବ୍ୟବସ୍ଥା ବିଭାଗ ତରଫରୁ ଚନ୍ତା କରାଯିବ ବୋଲି ଜୟପୁର ଜାତୀୟ ରାଜପଥ ବିଭାଗ ନିର୍ବାହୀ ଅଧିକାରୀ ଗୌରାଙ୍ଗ ମାଝୀ ପ୍ରକାଶ କରିଛନ୍ତି । ଜାତୀୟ ରାଜପଥ ଓ ଜଳସମ୍ପଦ ବିଭାଗର ଉପେକ୍ଷା କାରଣରୁ ସେତୁ ଦୁର୍ବଳ ଅବସ୍ଥାକୁ ଆସିଥିବା ନେଇ ଚର୍ଚ୍ଚା ହେଉଛି ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



