District

ଅର୍ଜୁନ ପାଙ୍ଗିଙ୍କ ଭାରତମାଳା ରାସ୍ତାରେ ତାର ଲାଗି ବାଇକ ଦୁର୍ଘଟଣାରେ ମୃତ୍ୟୁ

ଅର୍ଜୁନ ପାଙ୍ଗିଙ୍କ ଭାରତମାଳା ରାସ୍ତାରେ ତାର ଲାଗି ବାଇକ ଦୁର୍ଘଟଣାରେ ମୃତ୍ୟୁ

(ଓଡ଼ିଶା ଷ୍ଟେଟ୍ ନ୍ୟାଜ୍ ରିପୋର୍ଟର ଦିଲ୍ଲୀପ ଖରା)କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସରିଷପଦର ଗ୍ରାମ ପଞ୍ଚାୟତର ସରିଷପଦର ଗାଁର ଅର୍ଜୁନ ପାଙ୍ଗି (ବୟସ ପ୍ରାୟ ୬୦–୬୧), ପିତା ମାଧବ ପାଙ୍ଗିଙ୍କ ପୁଅଙ୍କ ଭାରତମାଳା ରାସ୍ତାରେ ଘଟିଥିବା ବାଇକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଅର୍ଜୁନ ପାଙ୍ଗି ଆଜି ନିଜ ବ୍ୟାଙ୍କ କାମରେ ସେମିଳିଗୁଡାକୁ ଆସିଥିଲେ। କାମ ସାରି ନିଜ ବାଇକରେ ଘରକୁ ଫେରୁଥିବା ସମୟରେ ବାଙ୍ଗୁରୁଗୁଡା ଛକ ନିକଟସ୍ଥ ଭାରତମାଳା ରାସ୍ତାରେ ଦିନ ପ୍ରାୟ ୨ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ରାସ୍ତା ପାଖରେ ପତର କଣ୍ଟି କାମ ପାଇଁ ଲାଗିଥିବା ଲୁହା ତାରରେ ବାଇକ ଲାଗିଯିବାରୁ ସେ ଗୁରୁତର ଆହତ ହୋଇଥିଲେ।ଘଟଣା ସମ୍ପର୍କରେ ଖବର ପାଇ ସେମିଳିଗୁଡା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଉଦ୍ଧାର କରି କୋରାପୁଟ ମେଡିକାଲକୁ ପଠାଇଥିଲେ। ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ପରିବାର ଲୋକ ଆସିବା ପୂର୍ବରୁ ଶବକୁ ନେଇଯାଇଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button