୧୫ଦିନ ପରେ ସରିବ ଖରିଫ ମଣ୍ଡି

୧୫ଦିନ ପରେ ସରିବ ଖରିଫ ମଣ୍ଡି
ବିଭିନ୍ନ ମଣ୍ଡିରେ ପଡ଼ିଛି ୯୨ହଜାର କ୍ଵିଣ୍ଟାଲ ଧାନ
ନବରଙ୍ଗପୁର,୧୬/୩: ଆଉ ୧୫ଦିନ ପରେ ଖରିଫ ମଣ୍ଡି ସରିବ। ଏପଟେ ରବି ମଣ୍ଡି ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ହେଲେ ଜିଲ୍ଲାର ବିଭିନ ମଣ୍ଡିରେ ଏବେ ବି ୯୨ହଜାର କୁଇଣ୍ଟାଲ ଧାନ ପଡ଼ି ରହିଛି| ଚାଷୀମାନେ ମଣ୍ଡି ପରିଚାଳକଙ୍କୁ ପଚାରିଲେ ଆଜି କାଲି କହି ଦିନ ଗଡ଼ାଇ ଚାଲିଛନ୍ତି। ଫଳରେ ଚାଷୀମାନେ ମଣ୍ଡିରେ ନିଜ ନିଜ ଧାନ ବସ୍ତା ଗୁଡ଼ିକୁ ଜଗି ରହିଛନ୍ତି | ବିଶେଷ କରି ଚନ୍ଦାହାଣ୍ଡି, ରାଇଘର, ବଡ଼ଆମ୍ବଡ଼ା ମଣ୍ଡିରେ ଚାଷୀମାନଙ୍କ ଧାନ ଗଚ୍ଛିତ ହୋଇ ରହିଛି ଅପରପକ୍ଷରେ ଯଦି ଖୋଦ ସାଂସଦଙ୍କ ଧାନ ମାସାଧିକ କାଳ ମଣ୍ଡିରେ ପଡ଼ି ରହିବା ପରେ ଉଠିଛି ଏପରି ସ୍ଥିତିରେ ସାଧାରଣ ୫୮ଟି ଚାଷୀଙ୍କ ଗୁହାରି କିଏ ଶୁଣିବ ବୋଲି ଚାଷୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଜିଲ୍ଲା ଯୋଗାଣ ଅଧିକା ଅଧିକାରୀଙ୍କୁ ଯୋଗ।ଯୋଗ କରିବାରୁ ଜିଲ୍ଲାରେ ମଣ୍ଡିରେ 80990 ଜଣ ଚାଷୀଙ୍କ ଠାରୁ ତିନୋଟି ପର୍ଯ୍ୟାୟରେ ୨୫ଲକ୍ଷ ୮୮ହଜାର କୁଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ୍ ଆସିଥିଲା । ସେଥି ମଧ୍ୟରୁ ୪୩,୭୩୪ଜଣ ଚାଷୀଙ୍କ ଠାରୁ ୨୪ଲକ୍ଷ ୪୪ହଜାର ୨୯୭କୁ ଇଣ୍ଟାଲ ଧାନ କିଣାଯାଇଛି।
୬୫୭ କୁଇଣ୍ଟାଲ ଉଠିଥିବା ବେଳେ ବଳକା ୯୨ହଜାର ୬୩୯.୮୦ କ୍ବିଣ୍ଟାଲ ଧାନ ଉଠିପାରି ନାହିଁ। ୮୧ ଜଣ ମିଲର୍ସ ୨୨ଲକ୍ଷ ୮୦ହଜାର ୧୦୬ କୁଇଣ୍ଟାଲ ଣ ଧାନ ଗ୍ରହଣ କରିଛନ୍ତି। ୩୯୬୩୯ ଜଣ ଚାଷୀଙ୍କୁ ୫୦୦.୭୫୫କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇସାରିଛି।
ତେବେ ୭୩୫୧ ଚାଷୀଙ୍କ ଧାନ ମଣ୍ଡିରୁ ଉଠିପାରୁ ନାହିଁ। ଅପର ପକ୍ଷରେ ମଣ୍ଡିରୁ ସ୍ଵାଭାବିକ ଭାବେ ଧାନ ଉଠିପାରୁ ନଥିବାରୁ ରାଇଘର, ଚନ୍ଦାହାଣ୍ଡି, ଉମରକୋଟ, କୋଷାଗୁମୁଡ଼ା ଓ ଡାବୁଗାଁ ଅଞ୍ଚଳର ବହୁ ଚାଷୀ ନିଜ ଧାନକୁ ୧୮ଶହରୁ ୨୧ଶହ ଟଙ୍କାରେ ବାହାରେ ବ୍ୟବସାୟୀଙ୍କୁ ବିକ୍ରି କରିଦେଇଥିବା ଚାଷୀ ନେତା ବୃନ୍ଦା ତ୍ରିପାଠୀ, ଚାଷୀ
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



