ହାତୁଡ଼ିରେ ପିଟି ପରିବାରର ୩ ଜଣଙ୍କୁ ହତ୍ୟା

ହାତୁଡ଼ିରେ ପିଟି ପରିବାରର ୩ ଜଣଙ୍କୁ ହତ୍ୟା
ଦେବଗଡ଼ ଗରିଆମାଳ, ୧୩/୩ : ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗାଁରେ ଘଟିଛି ଟ୍ରିପଲ୍ ମର୍ଡରା ପାରିବାରିକ କଳହରୁ ହାତୁଡ଼ିରେ ପିଟି ସ୍ତ୍ରୀ, ବୋହୂ ଓ ନାତୁଣୀଙ୍କ ଜୀବନ ନେଇଛି ଅଭିଯୁକ୍ତ ରମେଶ
ମୃତକମାନେ ହେଲେ ରମେଶଙ୍କ ସ୍ତ୍ରୀ ଗୁଲ ଗରିଆ, ବୋହୂ ଲିପି ମହାକୁଳ ଓ ଚାରିବର୍ଷର ନାତୁଣୀ ଗାୟତ୍ରୀ ଗରିଆ ସମସ୍ତଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ଘଟଣାସ୍ଥଳରେ କୁଣ୍ଢେଇଗୋଳା ପୁଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି
ସୂଚନା ଅନୁଯାୟୀ, ଗରିଆପାଲି ଗ୍ରାମର ରମେଶର ପରିବାର କହିଲେ ସ୍ତ୍ରୀ ଗୁଲ ଗରିଆ,
ବଡ଼ପୁଅ ଧୀରେନ ଗରିଆ, ଧୀରେନଙ୍କ ସ୍ତ୍ରୀ ଲିପି ମହାକୁଳ, ସେମାନଙ୍କ ଚାରିବର୍ଷର ଝିଅ ଗାୟତ୍ରୀ ଏବଂ ଅବିବାହିତ ସାନପୁଅ ଭୁବନ ଗରିଆ
ଦୁଇପୁଅ ପେସାରେ ଡ୍ରାଇଭର ହୋଇଥିବାରୁ ପ୍ରାୟତଃ ବାହାରେ ରହନ୍ତି ବୁଧବାର ସନ୍ଧ୍ୟାରେ ଗ୍ରାମରେ ଠାକୁରବିଜେ ଶୋଭାଯାତ୍ରା ସାରି ରମେଶ ଘରକୁ ଫେରିଥିଲା | ଏହାପରେ ରମେଶ ଓ ସ୍ତ୍ରୀ ଗୁଲ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ରମେଶ ପତ୍ନୀ ଗୁଲଙ୍କୁ ଏକ ହାତୁଡ଼ିରେ ଆକ୍ରମଣ କରିଥିଲା। ଗୁଲ ଜୀବନ ବଞ୍ଚାଇବା ପାଇଁ ଅନ୍ୟ
ଏକ କୋଠରିରେ ଥିବା ବୋହୂ ଲିପିଙ୍କ ପାଖକୁ ପଳାଇ ଯାଇଥିଲେ। ରମେଶ ସେଠାରେ ପହଞ୍ଚି ସ୍ତ୍ରୀ ଗୁଲ, ବୋହୂ ଲିପି, ନାତୁଣୀ ଗାୟତ୍ରୀଙ୍କୁ ହାତୁଡ଼ିରେ ଆକ୍ରମଣ କରିଥିଲା । ମୁଣ୍ଡରେ ହାତୁଡ଼ି ମାଡ଼ି ହେବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା | ବଡ଼ପୁଅ ଧୀରେନ ଘରକୁ ଫେରି କୁଣ୍ଢେଇଗୋଳା ଥାନାକୁ ସୂଚନା ଦେଇଥିଲେ । ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା | ସୂଚନା ପାଇ ଦେବଗଡ଼ ଏସ୍ପି ଅନିଲ ମିଶ୍ର, ଏସ୍ଡିପିଓ ରମେଶ ମାହାନା ଘଟଣାସ୍ଥଳରେ ଅନୁଧ୍ୟାନ କରିଥିଲେ । ଏହାସହ ସାଇଣ୍ଟିଫିକ ଟିମ୍ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଥିଲା। ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ଏସ୍ପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।



