District

ଛତିଶଗଡରେ ଆଉ ୧୦୮ ନକ୍ସଲଙ୍କ ଆତ୍ମସମର୍ପଣ

ଛତିଶଗଡରେ ଆଉ ୧୦୮ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି, ୧୩।୩ : ନକ୍ସଲ ଦମନ ଅଭିଯାନରେ ଛତିଶଗଡ଼ ପୁଲିସକୁ ମିଳିଛି ବଡ଼ ସଫଳତା ବିଜାପୁର ଜିଲ୍ଲାର —ଇନ୍ଦ୍ରାବତୀ ଜଙ୍ଗଲରେ ଯବାନଙ୍କ ସର୍ଚ୍ଚ ଅପରେସନ୍ ସମୟରେ ମାଓବାଦୀ ନଗଦ ଟଙ୍କା ଓ ଲୁଚାଇ ରଖୁଥ‌ିବା କେଜିଏ ସୁନା, ଗଦ ୩ କୋଟି ୬୧ ଲକ୍ଷ ୧୦୧ଟି ବନ୍ଧୁକ ମିଳିଛି । ଜବତ ବନ୍ଧୁକ ମଧ୍ଯରେ ୭ଟି ଏକେ-୪୭, ୧୧ଟି ଇନ୍‌ସାସ୍‌, ୬ଟି ଏସ୍ଏଲ୍‌ଆର, ୨୦ଟି ୩୦୩ ବନ୍ଧୁକ, ୨୫ଟି ୧୨ ବୋର ରାଇଫଲ୍, ୫ଟି ୩୧୫ ବୋର୍ ରାଇଫଲ୍ ଓ ବିଜିଏଲ୍, ଲଞ୍ଚର ରହିଛି। ଜଙ୍ଗଲରୁ ଏତେ ପରିମାଣର

ଟଙ୍କା, ସୁନା ଓ ବନ୍ଧୁକ ଜବତ ହେବା ପ୍ରଥମ ଘଟଣ ଣା ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ବସ୍ତର ପୁଲିସ ମୁଖ୍ୟାଳୟ ଆୟୋଜିତ କାର୍ଯ୍ୟକ୍ରମ ରେ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ୍ କମିଟିର ୧୦୮ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୪୪ ଜଣ ମହିଳା ରହିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ଦଣ୍ଡକାରଣ୍ୟ ସ୍ଵତନ୍ତ୍ର ଜୋନାଲ୍ କମିଟିର ଡିଭିସିଏମ୍ ସଦସ୍ୟ ରାହୁଲ ତେଲାମ, ପାଣ୍ଡରୁ କବାସି, ଜିତରୁ ଓୟାମ, ପୂର୍ବ ବସ୍ତର ଡିଭିଜନ୍‌ର ଡି ଭି ସି ଏମ୍ ସଦସ୍ୟ ରାମଧର, ମାଲେଶ, କମ୍ପାନି କମାଣ୍ଡର ମୁଚାକି,

ଏଓବି କମାଣ୍ଡର କୋସା ମାଣ୍ଡବି ଅଛନ୍ତି । ୫ ଡିଭିସିଏମ୍, ଜଣେ କମ୍ପାନି କମାଣ୍ଡର, ୧୫ ଜଣ ପ୍ଲାଟୁନ୍ ପାର୍ଟି କମିଟି ସଦସ୍ୟ, ୨୧ ଏରିଆ କମିଟି ମେମ୍ବର, ୬୩ ଜଣ ପାର୍ଟି ସଦସ୍ୟ ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି। ସମସ୍ତଙ୍କ ନାମରେ ମୋଟ ୩ କୋଟି ୨୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଆତ୍ମ ଆତ୍ମସମର୍ପଣ ପରେ ସମସ୍ତ ନକ୍ସଲଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତ ତା ପ୍ରଦାନ କରାଯାଇଛି। ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଛତିଶଗଡ଼ ଗୃହ ମନ୍ତ୍ରୀ ବିଜୟ କହିଛନ୍ତି, ଛତିଶଗଡ ରେ ନକ୍ସଲ ସଂଗଠନର ୩୦ଟି ଏରିଆ । କମିଟି କାମ କରୁଥିଲା । ସେଥ୍ ମଧ୍ୟରୁ ୨୬ଟି ଏରିଆ କମିଟିର ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ସକ୍ରିୟ ଥିବା ୪ଟି ଏରିଆ କମିଟିକୁ ସମାଜର ମୁଖ୍ୟସ୍ରୋତରେ ସାମିଳ କରିବା ନେଇ ପ୍ରୟାସ ଚାଲିଛି। ମାର୍ଚ୍ଚ ୩୧ ସୁଦ୍ଧା ଛତି ହେବ ଛତିଶଗଡ଼ ନକସଲମୁକ୍ତ ହେବ ବୋଲି ଶ୍ରୀ ଶର୍ମା କହିଛନ୍ତି। ପ୍ରକାଶଥାଉକି, ନକ୍ସଲ ଦମନ ଅଭିଯାନ ଜୋରଦାର ପରେ ଛତିଶଗଡ଼ ରେ ୨୭୧୪ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button