ଗୋଲୁର–ବିଲାପୁଟ ଆର୍ଡି ରାସ୍ତା ମରଣଯନ୍ତା

ଗୋଲୁର–ବିଲାପୁଟ ଆର୍ଡି ରାସ୍ତା ମରଣଯନ୍ତା
ନନ୍ଦପୁର /ପାଡ଼ୁଆ, ୧୩/୩
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଗୋଲୁର ପଞ୍ଚାୟତ ସଦର ମହକୁମାରୁ ବିଲାପୁଟ ସଂଯୋଗ କରୁଥିବା ଆର୍ଡି
ବିଭାଗ ଦ୍ବାରା ନିର୍ମିତ ର୍ମିତ ୪,୫ କିମି ବିଶିଷ୍ଟ ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ବର୍ଷ ୨୦୧୮ ରେ ନିର୍ମାଣ ଶେଷ ହୋଇଥିଲା। ନିର୍ମାଣ ପରଠାରୁ ରାସ୍ତାର ମରାମତି ହୋଇ ନ ଥିବାରୁ ବର୍ତ୍ତମାନ ମରଣଯନ୍ତା ପାଲଟିଛି। ରାସ୍ତାରୁ ପିଚୁ ଉଠି ବଡ଼
ଗର୍ଭ ସୃଷ୍ଟି ହୋଇଛି। ରାସ୍ତାରେ ଥିବା କଲଭର୍ଟ ଦବିଯାଇଛି। ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ଧନ ଜୀବନହାନି ହେଉଛି। ରାସ୍ତା ମରା ମତି ନେଇ । ପ୍ରଶାସନକୁ ବାରମ୍ବାର ଅଭିଯୋଗ ସତ୍ତ୍ବେ ମରାମତି ହୋଇ ନ ଥିବା ଚୁମୁରିଗୁଡ଼ା ଗୋଲୁର, ମାଲିପୁଟ, ଡୁମୁ 3 ବିଲାପୁଟ ଗ୍ରା ଗ୍ରାମବାସୀ, ଞ୍ଚାୟତ ସମିତି ବିରଞ୍ଚି ମାଟାମ୍, ବୁଦ୍ଧିଜୀବୀ ଶ୍ରୀଧର ପାଙ୍ଗୀ, ଦାସରାମ ଖରା, ଆନନ୍ଦ, ଜୟରାମ ଖରା ପ୍ରମୁଖ ଅଭିଯୋଗ କରିଛନ୍ତି। ଜିଲା, ବ୍ଲକ ପ୍ରଶାସନ ଓ ସୁନାବେଡ଼ା ଆରଡି ଡିଭିଜନ କର୍ତ୍ତୃପକ୍ଷ ରାସ୍ତାର ଦୁରବସ୍ଥା ତଦାରଖ କରି ଆବଶ୍ୟକ ମରାମତି କରିବାକୁ ଅନୁରୋଧ କରିଛନ୍ତି।
ଶୋଚନୀୟ ହୋଇପଡିଥିବା ରାସ୍ତା ।
ଗୋବିନ୍ଦ ତ୍ରିପାଠୀ



