କୋରାପୁଟରେ ତେଲ ସଙ୍କଟ, ପେଟ୍ରୋଲ ଟାଙ୍କିରେ ଲମ୍ବା ଲାଇନ

କୋରାପୁଟରେ ତେଲ ସଙ୍କଟ, ପେଟ୍ରୋଲ ଟାଙ୍କିରେ ଲମ୍ବା ଲାଇନ
ଜୟପୁର ମଧ୍ୟ ପ୍ରାଚ୍ୟ ରେ ଯୁଦ୍ଧ ଲାଗି ରହିଛି। ଏହାର ପ୍ରଭାବ ରେ କୋରାପୁଟ ରେ ତେଲ ସଙ୍କଟ ଦେଖା ଦେଇଛି। ଗ୍ରାହ୍ୟ ମାନେ ଘଣ୍ଟା ଘଣ୍ଟା ଧରି ପଟ୍ରୋଲ ପକାଇବା ପାଇଁ ଲାଇନ ରେ ଅପେକ୍ଷା କରି ରହିଛନ୍ତି। ସହର ରେ ରହିଥୁବା ୪ ରୁ ଉର୍ଧ ପେଟ୍ରୋଲ ଟାଙ୍କି ରେ ତେଲ ସରିଯିବା ଯୋଗୁଁ ଓଏମପି ପେଟ୍ରୋଲ ପମ୍ପ ରେ ଲୋକ ଙ୍କ ଭିଡ଼ ଦେଖୁବା ପାଇଁ ମିଳୁଛି। ଯେଉଁ ମାନେ ଆଗରୁ କମ ପରିମାଣ ରେ ତେଲ ପକାଉଥିଲେ ସେମାନେ ଏବେ ଭୟ ରେ ଅଧିକ ଟଙ୍କା ରେ ତେଲ ପକାଇବା ପାଇଁ ବାଧ୍ୟ ହେଉଛନ୍ତି । ଆଗକୁ ଆହୁରି ପେଟ୍ରୋଲ ସଙ୍କଟ ଦେଖା ଦେବାକୁ ଥିବା ବେଳେ ଲୋକ ଙ୍କ ଭିତରେ ଏବେ ଭୟ ଦେଖା ଦେଇଛି। ଲୋକ ମାନେ ଘଣ୍ଟା ଘଣ୍ଟା ପେଟ୍ରୋଲ ପମ୍ପ ରେ ଧାଡି ରେ ଆସି ତେଲ ପକାଉଛନ୍ତି । କୋରାପୁଟ ରେ ତେଲ ସଙ୍କଟ ଦେଖା ଦେଉଛି। ପେଟ୍ରୋଲ ଟାଙ୍କି ଗାଡି ସବୁ ରାସ୍ତାରେ ଆସୁଛନ୍ତି । ସନ୍ଧ୍ୟା ସୁଦ୍ଧା ଗାଡି ଗୁଡିକ ପେଟ୍ରୋଲ ପମ୍ପ ରେ ପହଁଚିବ ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



