ଜରାଜୀର୍ଣ୍ଣ ହୋଇପଡିଛି ଐତିହାସିକ ପୋଡଗଡ ରାସ୍ତା

ଜରାଜୀର୍ଣ୍ଣ ହୋଇପଡିଛି ଐତିହାସିକ ପୋଡଗଡ ରାସ୍ତା
ଉମରକୋଟ:୧୧|୩ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ବ୍ଲକ ର ପୋଡଗଡ଼ କୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ତରଫରୁ ଐତିହାସିକ ସ୍ଥାନ ମାନ୍ୟତା ମିଳିଛି ଏହି ସ୍ଥାନର ପରିବେଷ, ସଂସ୍କୃତି, ପ୍ରାଚୀନ ସଭ୍ୟତା ପୁରାତନ ନଳବନ ରାଜ ଙ୍କ ଦ୍ବାରା ସ୍ଥାପିତ ଶକ୍ତି ପୀଠ ଏହାର ପରିଚୟ ରାଜ୍ୟ ଭିତରୁ ଓ ରାଜ୍ୟ ବାହାରୁ ଅନେକ ଅନେକ ପର୍ଯ୍ୟଟକ ଓ ଗବେଷକ ଏଠାକୁ ଆସି ଏହାର ପ୍ରକୃତି ଉପଭୋଗ କରି ମନ୍ତ୍ରମୁଗ୍ଧ ହୁଅନ୍ତି, ଖାଲି ସେତିକି ନୁହେଁ ଜିଲ୍ଲା ମହୋତ୍ସବ ମଣ୍ଡେଇ ଯାହା ଏ ଜିଲ୍ଲାର ଗର୍ବ ଓ ଆଦିବାସୀ ଙ୍କ ଗାଥା କୁ ବହନ କରେ ତାହାର ପ୍ରଥମ ଶୁଭଉଦଘାଟନ ଏଇ ପ୍ରାଚୀନ ପର୍ବତ ରୁ ଆରମ୍ଭ ହୁଏ ବହୁ ନେତା ମନ୍ତ୍ରୀ, ବିରୋଧୀ ଓ ପ୍ରଶାସକ ଏଇ ପୀଠ ତଳେ ଜିଲ୍ଲା ର ବିକାଶ ପାଇଁ ଅନେକ ଭାଷଣ ମାରନ୍ତି ହେଲେ ପରିତାପର ବିଷୟ ଯେ ଦୀର୍ଘ ବର୍ଷ ଧରି କାରାଗାଁ ମଧ୍ୟ ଦେଇ ଜିରାଗୁଡା ଠାରୁ ଭଣ୍ଡାରୀଗୁଡା ପଞ୍ଚାୟତ ବା ଐତିହାସିକ ପୋଡଗଡ଼ ପୀଠ ପର୍ଯ୍ୟନ୍ତ ଗ୍ରାମ୍ୟଉନ୍ନୟନ ବିଭାଗ ର ରାସ୍ତା ଯେମିତି ଏ ସ୍ଥଳୀ କୁ ଆସିବାକୁ ପର୍ଯ୍ୟଟକଙ୍କୁ ମନା କରୁଛି । ଜିରାଗୁଡା ଠାରୁ ପୋଡଗଡ଼ ରାସ୍ତା ସମ୍ପୂର୍ଣ ଜରାଜୀର୍ଷ ଅବସ୍ଥାରେ ପଡି ରହିଛି ଏହି ରାସ୍ତା ଉପରେ ପାଖା ପାଖି କୋଡିଏ ଖଣ୍ଡ ଗାଁ ଲୋକ ଙ୍କ ଦୈନନ୍ଦିନ ମୁଖ୍ୟ ଚଲା ପଥ ପୋଡଗଡ଼
ସରକାରୀ ଆବାସ ବିଦ୍ୟାଳୟ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ ଉପରେ ପ୍ରତିଦିନ ଦୁଇ ସହରୁ ଉଦ୍ଧ ଛାତ୍ର ଛାତ୍ରୀ ନିର୍ଭର କରନ୍ତି ରାସ୍ତା ର ଦୁରାଅବସ୍ଥାରେ ମେଡିକାଲ ଓ ଉମରକୋଟ ମୁଖ୍ୟ ସହର ଯିବା ସଡ଼କ ଯେମିତି ଆଦିବାସୀ ମାନଙ୍କ ସବୁ ମୌଳିକ ସମସ୍ୟା କୁ ପ୍ରଶାସନ ପାଖରେ ପହଞ୍ଚିବାକୁ ବାଧା ସୃଷ୍ଟି କରୁଛି ବିଶେଷ କରି ସ୍ଥାନୀୟ ଅଞ୍ଚଳ ରେ ପଥର ଖାଦାନ ରେ ବହୁ ବଡ଼ ବଡ଼ ଗାଢି ଯାତାୟାତ ହେଉଥିଲେ ମଧ୍ୟ ଏହି ରାସ୍ତା ର ପ୍ରଗତି ଓ ସମ୍ପ୍ରସାରଣ ପାଇଁ ଗାଁ ଲୋକ ବିଗତ ଦିନରେ ରାସ୍ତା ରୋକ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ସମାଧାନ ହେଇପାରିନାହିଁ ଆମେ ଏ ବିଷୟରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଅଧିକାରୀ ଙ୍କୁ ବାରମ୍ଵାର ଯୋଗାଯୋଗ କରିଥିଲେ ମଧ୍ୟ କଲ୍ ଗ୍ରହଣ କରି ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ସେପଟେ ପୂର୍ବବିଭାଗ ଉମରକୋଟ ଉପଖଣ୍ଡ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ଏ ବିଷୟରେ ଆମ ବିଭାଗ ସାଧାରଣ ଲୋକ ଓ ପର୍ଯ୍ୟଟନ ଦୃଷ୍ଟି କୋଣ ରୁ ସରକାର ଙ୍କ ପାଖରେ ଏହାର ରୂପ ରେଖ। ପାଇଁ ଏକ ପ୍ରସ୍ତାବ ଦିଆଯାଇଛି । ମଞ୍ଜୁରୀ ମିଳିଲା ପରେ ରାସ୍ତା କାର୍ଯ୍ୟ ବିଭାଗ ଦ୍ବାରା ଟେଣ୍ଡର କରାଯିବ ବୋଲି ଉଲ୍ଲେଖ କରିଛନ୍ତି ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



