District
ସେମିଳିଗୁଡା ତହସିଲ ପକ୍ଷରୁ ୯ ଜଣଙ୍କ ବିବାହ ପଞ୍ଜିକରଣ

ସେମିଳିଗୁଡା ତହସିଲ ପକ୍ଷରୁ ୯ ଜଣଙ୍କ ବିବାହ ପଞ୍ଜିକରଣ
(ଓଡ଼ିଶା ଷ୍ଟେଟ୍ ନ୍ୟୁଜ୍ ରିପୋର୍ଟ ର ଦିଲ୍ଲୀପ ଖରା)କୋରାପୁଟ ଜିଲ୍ଲା ସେମିଳିଗୁଡା ତହସିଲ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା (MKBY) ଅଧୀନରେ ସ୍ୱତନ୍ତ୍ର ବିବାହ ଆଇନ–୧୯୫୪ ର ଧାରା–୫ ଅନୁଯାୟୀ ୯ ଜଣ ଦମ୍ପତିଙ୍କ ବିବାହ ପଞ୍ଜିକରଣ କରାଯାଇଛି।ତହସିଲ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଏହି ପଞ୍ଜିକରଣ କାର୍ଯ୍ୟକ୍ରମରେ ନବଦମ୍ପତିମାନଙ୍କୁ ତୁରନ୍ତ ବିବାହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହା ସହିତ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁଯାୟୀ ସେମାନେ ଯୋଗ୍ୟତା ଅନୁସାରେ ୫୧ ହଜାର ଟଙ୍କା ଆର୍ଥିକ ସହାୟତା ପାଇବାର ବ୍ୟବସ୍ଥା ରହିଥିବା ତହସିଲ ପକ୍ଷରୁ ସୂଚନା ଦିଆଯାଇଛି।ଏହି ପଞ୍ଜିକରଣ ପ୍ରକ୍ରିୟାରେ ତହସିଲ କର୍ମଚାରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୁଚାରୁ ଭାବେ ସମ୍ପନ୍ନ କରିଥିଲେ।



