ଦୁଗମ ଅଞ୍ଚଳରେ ବାଣ୍ଟୁଛନ୍ତ ସଚେତନତା ବାତ୍ତା

ଦୁଗମ ଅଞ୍ଚଳରେ ବାଣ୍ଟୁଛନ୍ତ ସଚେତନତା ବାତ୍ତା
ନନ୍ଦପୁର,୯ /୩
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଦୁର୍ଗମ ଅଞ୍ଚଳରେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ଯୋଜନାରେ ମହିଳା ଶିଶୁ, କିଶୋରୀ, ବୃଦ୍ଧାବୃଦ୍ଧଙ୍କୁ ସାମିଲ କରିବାରେ ଅଙ୍ଗନୱାଡି କର୍ମୀ ବେଣୀ ମାଙ୍ଗା ସଫଳ ହୋଇଛନ୍ତି। ନିଜ କାର୍ଯ୍ୟ ସହ ବିଭିନ୍ନ ଯୋଜନା ନେଇ ଲୋକଙ୍କୁ ସଚେତନ କରି ଅନ୍ୟମାନଙ୍କ ପାଇଁ ସେ ି ପ୍ରେରଣା ସାଜିଛନ୍ତି। ଏଥିପାଇଁ ବିଭାଗୀୟ ଅଧିକାରୀ, କାର୍ଯ୍ୟକ୍ଷେତ୍ର ଲୋକ ପ୍ରତିନିଧ୍ ଓ ଜନସାଧାରଣଙ୍କ ଦ୍ବାରା ସେ ପ୍ରଶଂସିତ ହୋଇଛନ୍ତି I
ନନ୍ଦପୁର ମହିଳା ଓ ଶିଶୁବିକାଶ ବିଭାଗରେ ଆନ୍ଧ୍ର ସୀମାନ୍ତ ପାନ୍ଥଲୁଙ୍ଗ ପଞ୍ଚାୟତର ଅଣ୍ଡରଗୁଡା-୨ ଅଙ୍ଗନୱାଡି କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ବେଣୀ କାର୍ଯ୍ୟରତ ଅଛନ୍ତି I ବର୍ତ୍ତମାନ ୩୭ଜଣ ୦ରୁ ୬ ବର୍ଷର ଶିଶୁଙ୍କୁ ପ୍ରାକ ଶିକ୍ଷା ଦେବା ସହ ୨୦୦୯ରୁ କେନ୍ଦ୍ରରେ ଅଦ୍ୟାବଧୂ ୧୭୦ରୁ – ଊର୍ଦ୍ଧ ଗର୍ଭବତୀ, ୩୦୦ରୁ ଊର୍ଦ୍ଧ ଶିଶୁ, ୨ଶହରୁ
ବେଣୀ ମାଙ୍ଗା
ଉର୍ଦ୍ଧ କିଶୋରୀଙ୍କୁ ସରକାରଙ୍କ ପ୍ରଦତ୍ତ ସୁସ୍ଥ ମାତୃ, ପ୍ରାକଶିକ୍ଷା ଓ ପୋଷଣ କାର୍ଯ୍ୟକ୍ରମରେ ସାମିଲ କରିପାରିଛନ୍ତି । ଅଙ୍ଗନୱାଡି କେନ୍ଦ୍ର ଅଧୀନରେ ୮୫ ପରିବାରର ୩୬୫ ଲୋକଙ୍କ ସହ ସୁସମ୍ପର୍କ ରଖ୍ ୭ ମହିଳା ଗୋଷ୍ଠୀ ଗଠନ, ୪୫ଜଣଙ୍କୁ ସୁଭଦ୍ରା ଯୋଜନାରେ ଆକ ସହାୟତା, ୬୯ଜଣଙ୍କୁ ବାଦ୍ଧକ୍ୟ ବିଧବା ଓ ଭିନ୍ନକ୍ଷମ ଭତ୍ତା, ୮୫ ପରିବାରକୁ ରାଶନ କାର୍ଡ, ୩୪୦ରୁ ଊର୍ଦ୍ଧଙ୍କ ଆଧାର କାର୍ଡ, ୨୭୦ରୁ ଊର୍ଦ୍ଧଙ୍କ ଭୋଟର କାର୍ଡ କରିବା, ବାଲ୍ୟବିବାହ ରୋକିବା, ଗୁଣି ଗାରେଡ଼ି ଆଦି ଅନ୍ଧବିଶ୍ବାସରୁ ଦୂରେଇ ରହିବାକୁ ଲୋକଙ୍କୁ ସଚେତନ କରିବାରେ ବେଣୀ ମୁଖ୍ୟ ଭୂମିକା ଗ୍ରହଣ କରି ଚର୍ଗକୁ ଆସିଥିବା ନନ୍ଦପୁର ସିଡିପିଓ ମିନତିବାଳା
ପ୍ରେରଣା ସାଜିଛନ୍ତି ଅଙ୍ଗନଓ୍ବାଡି କର୍ମୀ ବେଣୀ ପାଙ୍ଗା
ବେଳେ ପଟ୍ଟନାୟକ ସୂଚନା ଦେଇଛନ୍ତି । ଗାଁରେ ଡ୍ରପ ଆଉଟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଶୂନ ରହିଛି। ସମସ୍ତ ଶିଶୁଙ୍କ ଜନ୍ମପ୍ରମାଣ ପତ୍ର ପ୍ରଦାନ କରିବାକୁ ସେ ଚେଷ୍ଟା କରୁଛନ୍ତି। କେତେ ଶିଶୁଙ୍କ ଆଧାର କାର୍ଡ ହୋଇ ନ ଥିବା ବେଳେ ଅଙ୍ଗନୱାଡି କେନ୍ଦ୍ର ସୁରକ୍ଷା ପାଚେରୀ ନିର୍ମାଣ ହୋଇନାହିଁ । ଏହି ସମସ୍ତ ସମସ୍ୟାକୁ ସିଡିପିଓ ଏବଂ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ। ଅଙ୍ଗନୱାଡି କେନ୍ଦ୍ରରେ ଆଧାର କ୍ୟାମ୍ପ ଆୟୋଜନ କରି ସମସ୍ତଙ୍କ ଙ୍କ ଆଧାର କାର୍ଡ ପ୍ରସ୍ତୁତ କରାଇବେ ବୋଲି କହିଛନ୍ତି । ନନ୍ଦପୁର ବ୍ଲକ୍ ୨୪୦ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ବେଣୀ କାର୍ଯ୍ୟ କରୁଥିବା ଅଙ୍ଗନୱାଡି କେନ୍ଦ୍ରକୁ ସକ୍ଷମ କରାଇବାରେ ସଫଳ ହୋଇଛନ୍ତି | ବ୍ଳକର ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନ ୨୪୦ ଅଙ୍ଗନୱାଡି କେନ୍ଦ୍ରର କର୍ମୀ, ସହାୟିକା, ମଣ୍ଡଳ ପରିଦର୍ଶିକାଙ୍କ ପାଇଁ ବେଣୀ ପ୍ରେରଣା ସାଜିଥିବା ସିଡିପିଓ ପଟ୍ଟନାୟକ କହିଛନ୍ତି।



